କୁଳଭୂଷଣଙ୍କୁ ଧରିଥିବା କ୍ୟାପ୍‌ଟେନ୍‌ଙ୍କୁ ପାକ୍‌ରେ ପ୍ରଶଂସା

ଇସ୍‌ଲାମାବାଦ୍‌,୧୯ା୭ :ପାକିସ୍ତାନର ସାମରିକ ଗୋଇନ୍ଦା ସଂସ୍ଥାର ଜଣେ କ୍ୟାପଟେନ୍‌ଙ୍କୁ ଭିକାରି ବେଶରେ ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶରେ ମୁତୟନ କରାଯାଇଥିଲା। ଗୁପ୍ତଚର ବୃତ୍ତି ଅଭିଯୋଗରେ ପୂର୍ବତନ ନୌସେନା ଅଫିସର କୁଳଭୂଷଣ ଯାଦବଙ୍କୁ ଗିରଫ କରିବାରେ ଭିକାରି ବେଶଧାରୀ କ୍ୟାପଟେନ୍‌ଙ୍କୁ ପାକିସ୍ତାନ ପ୍ରଶଂସା କରିବା ସହିତ ତାଙ୍କର ଭାବଭଙ୍ଗୀ ଓ କାର୍ଯ୍ୟକଳାପ ସୋସିଆଲ ମିଡିଆରେ ପୋଷ୍ଟ କରିଛି। ଏହି ବ୍ୟକ୍ତି ହେଉଛନ୍ତି କ୍ୟାପ୍‌ଟେନ୍‌ କାଦିର ଅହମଦ୍‌। ସେ ଆଇଏସ୍‌ଆଇ ପାଇଁ ବେଲୁଚିସ୍ତାନରେ କାର୍ଯ୍ୟ କରୁଥିଲେ।
ନ୍ୟାୟିକ ଅଦାଲତ ଜୁଲାଇ ୧୭ରେ ଯାଦବଙ୍କ ଫାଶୀଦଣ୍ଡ ଉପରେ ରୋକ ଲଗାଇବା ସହିତ ତାଙ୍କୁ ଦୂତାବାସ ସହାୟତା ଯୋଗାଇଦେବା ପାଇଁ ରାୟ ଦେଇଥିଲେ। ଏହାର ଦିନକ ପରେ ପାକିସ୍ତାନ କ୍ୟାପ୍‌ଟେନ୍‌ କାଦିର ଅହମଦ୍‌ଙ୍କୁ ‘ଶହୀଦ’ ବର୍ଣ୍ଣନା କରିବା ସହିତ ୨୦୧୬ରେ ଯାଦବଙ୍କ ଗିରଫଦାରି ପାଇଁ ତାଙ୍କୁ ପ୍ରଶଂସା କରିଛି। ଅପରପକ୍ଷରେ ଭାରତ କହିଆସୁଛି, କୁଳଭୂଷଣ ଯାଦବ ହେଉଛନ୍ତି ଅବସରପ୍ରାପ୍ତ ସେନା ଅଫିସର। ସେ ଇରାନ୍‌ରେ ନିଜ ବ୍ୟବସାୟ ଚଳାଉଥିବାବେଳେ ତାଙ୍କୁ ପାକିସ୍ତାନୀ ଅପହରଣ କରିନେଇଛନ୍ତି।
ରିପୋର୍ଟ ଅନୁଯାୟୀ, କାଦିର ଅହମଦ୍‌ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ନିଜ ପରିବାର ଇଚ୍ଛା ବିରୋଧରେ ସେ ମିଲିଟାରି କ୍ୟାରିୟରକୁ ବାଛି ନେଇଥିଲେ। ତାଙ୍କ ଦକ୍ଷତା ଦେଖି ଆଇଏସ୍‌ଆଇ ନିଜ ଓ୍ବିଙ୍ଗ୍‌ରେ ସାମିଲ କରିବା ସହିତ ବେଲୁଚି ନେତାଙ୍କ ସ୍ବାଧୀନତା ସପକ୍ଷବାଦୀ ଆନ୍ଦୋଳନ ଉପରେ ପ୍ରତ୍ୟକ୍ଷ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କାଦିର ଭିକାରି ବେଶରେ ବେଲୁଚିସ୍ତାନରେ ୩ବର୍ଷ ରହିଥିଲେ। ଏହି ସମୟ ମଧ୍ୟରେ ସେ ମଇଳା, ଚିରା ପୋଷାକ ପିନ୍ଧି ଡଷ୍ଟବିନ୍‌ ଖେଳାଇବା ସହିତ ରାସ୍ତାକଡର ବାରଣ୍ଡାରେ ଶୋଇପଡୁଥିଲେ। ଏହି ଯୁବ କ୍ୟାପଟେନ୍‌ଙ୍କ ଭିକାରି ବେଶର ଅଭିନୟ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ସେ ୨୦୧୮ ଜୁନ୍‌ରେ କ୍ୱେଟ୍ଟାରୁ ଖୁଜ୍‌ଦାର ନିଜ କାର୍‌ରେ ଆସୁଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri