କୁଳଭୂଷଣଙ୍କୁ ଆଜି ମିଳିବ କୂଟନୈତିକ ସହାୟତା

ଇସ୍‌ଲାମାବାଦ,୨ା୯ପି.ଟି.): ପାକିସ୍ତାନରେ ବନ୍ଦୀ ଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଇସ୍‌ଲାମାବାଦ ସୋମବାର ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ଜରିଆରେ ଆଇନଗତ ସହାୟତା ଯୋଗାଇଦେବ ବୋଲି ରବିବାର ଘୋଷଣା କରିଛି। କନ୍‌ସୁଲାର ସମ୍ପର୍କିତ ଭିଏନା ଚୁକ୍ତିନାମା, ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ଙ୍କ ରାୟ ଏବଂ ପାକିସ୍ତାନୀ ଆଇନ ଅନୁଯାୟୀ କୁଳଭୂଷଣଙ୍କୁ ଏହି ସହାୟତା ଯୋଗାଇଦିଆଯିବ ବୋଲି ପାକ୍‌ ବହିର୍ବ୍ୟାପାର ବିଭାଗ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି। କୁଳଭୂଷଣ ଗୁପ୍ତଚର ବୃତ୍ତି ଓ ଆତଙ୍କବାଦରେ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ପାକିସ୍ତାନର ସାମରିକ ଅଦାଲତ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛି। ନୌସେନାରୁ ଅବସର ନେବା ପରେ ବ୍ୟବସାୟିକ କାର୍ଯ୍ୟରେ ଇରାନ ଯାଇଥିବା କୁଳଭୂଷଣଙ୍କୁ ଅପହରଣ କରାଯାଇ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା ଭାରତ କହିଆସୁଛି। ପାକ୍‌ କୋର୍ଟର ରାୟ ବିରୋଧରେ ନୂଆଦିଲ୍ଲୀ ଆଇସିଜେଙ୍କ ଦ୍ୱାରସ୍ଥ ହୋଇଥିଲା। ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ମୃତ୍ୟୁଦଣ୍ଡାଦେଶ କାର୍ଯ୍ୟକାରୀ ନ କରିବାକୁ ଜୁଲାଇରେ ଆଇସିଜେ ପାକିସ୍ତାନକୁ କହିବା ସହ ତୁରନ୍ତ କୂଟନୈତିକ ସ୍ତରରେ ଆଇନଗତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ପିଙ୍ଗ୍‌ଙ୍କ ଶାନ୍ତି ପ୍ରସ୍ଥାବକୁ ପୁଟିନ୍‌ଙ୍କ ସହମତି

ମସ୍କୋ, ୨୦। ୩: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ସୋମବାର ମସ୍କୋରେ ପହଞ୍ଚିଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣପରଠାରୁ ଏହା ଜିନ୍‌ପିଙ୍ଗ୍‌ଙ୍କ ପ୍ରଥମ ରୁଷିଆ ଗସ୍ତ।...

ନୂଆ ସର୍ଭେରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ଋଷିଙ୍କ ଆଗରେ ଲିଜ

ଲଣ୍ଡନ,୨୩ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀକୁ ନେଇ ଚାଲିଥିବା ରେସରେ ଭାରତୀୟ ବଂଶୋଦଭବ ଋଷି ସୁନକ ସବୁଠାରୁ ଆଗରେ ରହିଛନ୍ତି । ହେଲେ...

ଚାଇନାରେ ପୁଣି ଫେରିଲା କରୋନା ମହାମାରୀ, ଅଧିକାଂଶ ସହର ସମ୍ପୂର୍ଣ୍ଣ ଲକଡାଉନ, ହଜାର ହଜାର ଲୋକ ଘରେ ବନ୍ଦୀ

ବେଜିଂ,୧୧ ।୧୧: ଗତ ଏପ୍ରିଲ ମାସ ପରେ ଗୁରୁବାର ପୁଣିଥରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ...

ଡେନମାର୍କରେ ଇଜିପ୍ଟ-ତୁର୍କୀ ଦୂତାବାସ ସମ୍ମୁଖରେ କୁରାନ ଜଳାଇଲେ ପ୍ରଦର୍ଶନକାରୀ…

କୋପେନହେଗେନ,୨୬।୭ : କୁରାନକୁ ଅସମ୍ମାନ କରିବା ପ୍ରସଙ୍ଗ ଜାରି ରହିଛି। ଇସଲାମ ବିରୋଧୀ ଏକ ଦଳ ଡେନମାର୍କର କୋପେନହେଗେନସ୍ଥିତ ଇଜିପ୍ଟ ଏବଂ ତୁର୍କୀ ଦୂତାବାସ ସମ୍ମୁଖରେ...

ବାଇଡେନ୍‌ଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୧।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚିଥିବା ବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା...

ଭାରତ ବିରୋଧୀ ସ୍ବର ବଦଳାଇଲେ କାନାଡା ପ୍ରଧାନମନ୍ତ୍ରୀ

ଓଟ୍ଟାଓ୍ବା,୨୯।୯: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦରେ ଭାରତ କାନାଡାକୁ କଡ଼ା ଜବାବ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା...

ଆଫଗାନିସ୍ତାନକୁ ୫୦ ହଜାର ମେଟ୍ରିକ୍‌ ଟନ୍‌ ଶସ୍ୟ, ୨୦୦ ଟନ୍‌ ଔଷଧ ପଠାଇଲା ଭାରତ

କାବୁଲ,୧୨।୯: ଭାରତ ମିଳିତ ଜାତିସଂଘରେ ସୂଚନା ଦେଇ କହିଛି ଯେ, ଭାରତ ଆଫଗାନିସ୍ତାନର ପଡୋଶୀ ଏବଂ ବିକାଶ ସହଯୋଗୀ। ଉଭୟ ଦେଶ ଐତିହାସିକ ସଭ୍ୟତା। ଆମେ...

ତାଲିବାନକୁ ଚ୍ୟାଲେଞ୍ଜ, ଭୋଟ ଦେଲେ ସୈଫୁଲ୍ଲା

କାବୁଲ,୩୦ା୯: ଆତଙ୍କବାଦୀଙ୍କ ଧମକକୁ ଖାତିର ନ କରି ଆଫଗାନିସ୍ତାନର ରାଷ୍ଟ୍ରପତି ନିର୍ବାଚନରେ ବ୍ୟବସାୟୀ ସୈଫୁଲ୍ଲା ସାଫି ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରିଛନ୍ତି। ୩୮ ବର୍ଷୀୟ...

Advertisement
Archives

Model This Week