କୁର୍ନୁଲରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଫେରିଲେ ୬୭୬ ପ୍ରବାସୀ

ବଲାଙ୍ଗୀର ଅଫିସ, ୧୭ା୫- ଆନ୍ଧ୍ରପ୍ରଦେଶର କୁର୍ନୁଲଠାରୁ ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଶନିବାର ରାତି ପ୍ରାୟ ୧୨ଟାରେ ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚତ୍ଥିଲା। ଏହି ଟ୍ରେନ୍‌ରୁ ୬୭୬ ଜଣ ପ୍ରବାସୀ ଓହ୍ଳାଇଥିଲେ। ଏଥିରେ ବଲାଙ୍ଗୀର ଜିଲାର ୩୩୭, ବରଗଡର ୨୬, ବୌଦ୍ଧ, ଦେବଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲାର ଜଣେ ଲେଖାଏ, କଳାହାଣ୍ଡି ଜିଲାର ୮୭, ନୟାଗଡର ୫, ନୂଆପଡାର ୧୩୫, ସମ୍ବଲପୁର ଜିଲାର ୧୫, ସୁବର୍ଣ୍ଣପୁର ଜିଲାର ୬୪, ଅନୁଗୋଳର ୩ ଜଣେ ସମୁଦାୟ ୬୭୬ ଜଣ ପ୍ରବାସୀ ଶ୍ରମିକ ବଲାଙ୍ଗୀର ରେଳଷ୍ଟେଶନ୍‌ରେ ଓହ୍ଳାଇଥିଲେ। ସମସ୍ତ ପ୍ରବାସୀଙ୍କୁ ରେଳଷ୍ଟେଶନ ବାହାରେ ଥିବା କାଉଣ୍ଟରରେ ରେଜିଷ୍ଟ୍ରେଶନ୍‌ କରାଯାଇଥିଲା। ସମସ୍ତ ପ୍ରବାସୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ପରେ ସମସ୍ତଙ୍କୁ ଷ୍ଟାମ୍ପ ଲଗାଯାଇଥିଲା ା ପ୍ରବାସୀମାନଙ୍କ ପାଇଁ ସେଠାରେ ଖାଦ୍ୟ, ପାନୀୟ ବ୍ୟବସ୍ଥା କରାଯାଇଥିଲା। ସେଠାରୁ ବିଭିନ୍ନ ବସ୍‌ ଓ ଯାନବାହନରେ ପ୍ରବାସୀମାନଙ୍କ ବିଭିନ୍ନ ଜିଲାର କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର, ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଧାରାଣୀପଡା ଶୀତଳଷଷ୍ଠୀ ଥାଳଉଠା ଉଠିଲା

ବଲାଙ୍ଗୀର ଅଫିସ, ୨୭ା୪: ବଲାଙ୍ଗୀର ରାଧାରାଣୀପଡା ଶୀତଳଷଷ୍ଠୀ ପୂଜା କମିଟି ପକ୍ଷରୁ ଚଳିତବର୍ଷ ଶୀତଳଷଷ୍ଠୀ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପବିତ୍ର...

୩ ହଜାର ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ପାଟଣାଗଡ଼ ଏନ୍‌ଏସି ଜେଇ

ପାଟଣାପଡ଼, ୨୨।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସି ଜେଇ ଦେବୀ ପ୍ରସାଦ ମିଶ୍ରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ସୋମବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ପ୍ରଧାନମନ୍ତ୍ରୀ...

ମ୍ୟୁନିସିପାଲିଟି କରୋନା ଯୋଦ୍ଧାଙ୍କୁ ଔଷଧ ବ୍ୟବସାୟୀ ସଂଘର ସହାୟତା

ବଲାଙ୍ଗୀର ଅଫିସ, ୨୧ା୪: କରୋନା ସଂକ୍ରମଣକୁ ଖାତିର ନ କରି ଲକ୍‌ଡାଉନ୍‌ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ବଲାଙ୍ଗୀର ଔଷଧ ବ୍ୟବସାୟୀ...

ବାର୍‌ହା ମାଂସ ଜବତ, ୩ ଶିକାରୀ ଗିରଫ

ପାଟଣାଗଡ଼, ୯ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ଼ ବନବିଭାଗ ଶନିବାର କିରିବାଞ୍ଜି ଜଙ୍ଗଲରେ  ଚଢ଼ାଉ କରି ବାର୍‌ହା ମାଂସ ଜବତ କରିବା ସହ ୩ ଜଣ ଶିକାରୀଙ୍କୁ...

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ବଲାଙ୍ଗୀର ଅଫିସ, ୧୭।୪- ଆଧୁନିକ ଓଡିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସର ଶୁକ୍ରବାର ବଲାଙ୍ଗୀର ଯୁବ ବିଜେଡି...

ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ

ଦେଓଗାଁ, ୭ା୨(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ମିନି ଷ୍ଟାଡିୟମରେ ଗୁରୁବାର ୧୦ମ ପାଟଖଣ୍ଡା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମହୋତ୍ସବ କମିଟି ଆୟୋଜନରେ...

ବଲାଙ୍ଗୀରରେ ଅର୍ଦ୍ଧ ଶତକ ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା: ବୁଧବାର ନୂଆ ୧୬ ପଜିଟିଭ୍‌ ଚିହ୍ନଟ; ୫୨ ସକ୍ରିୟ, ୨ ସୁସ୍ଥ

ବଲାଙ୍ଗୀର ଅଫିସ, ୨୭ା୫- ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ବୁଧବାର ଗୋଟିଏ ଦିନରେ ୧୬ ଜଣ ନୂଆ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫ ହଜାର ଟଙ୍କା ପ୍ରଦାନ

ଗୁଡଭେଲା,୨୪ା୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଧାନଘରା ଗ୍ରାମର ମା’ଲକ୍ଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ...

Coronavirus Update


Archives

Model This Week

Why Dharitri