କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ: ଟଙ୍କା ପୈଠ ନ କରିବାରୁ ମୃତଦେହ ଛାଡ଼ିଲାନି ମେଡିକାଲ

ସମ୍ବଲପୁର,୪।୯(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଳ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଋଣଭାର, ଫସଲ ନଷ୍ଟ ଯୋଗୁ କୀଟନାଶକ ପିଇ ଜଣେ ଚାଷୀଙ୍କ ବୁଧବାର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଚାଷୀ ହେଲେ ଅବଧୂତ ପ୍ରଧାନ (୫୦)।
ସୂଚନାନୁଯାୟୀ, ଅବଧୂତ ନିଜର ୮ ଏକର ଜମିରେ ଚାଷ କରିଥିଲେ। ହେଲେ ବର୍ଷା ଅଭାବରୁ ଚଳିତ ବର୍ଷ ଚାଷ ହୋଇପାରି ନ ଥିବା ବେଳେ ବ୍ୟାଙ୍କ ଓ ମହାଜନଙ୍କ ପାଖରୁ ସେ ପ୍ରାୟ ୨ ଲକ୍ଷ ଟଙ୍କା ଋଣ ଆଣିଥିଲେ। ଏହାକୁ ନେଇ ଅବଧୂତ ସବୁବେଳେ ଚିନ୍ତାରେ ରହୁଥିବା ପରିବାର ଲୋକେ କହିଛନ୍ତି। ଗତ ବୁଧବାର ଅବଧୂତ କୀଟନାଶକ ପିଇ ଗୁରୁତର ହେବାପରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଆଇସିୟୁ ଅଭାବରୁ ତାଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷେ ଚିକିତ୍ସିତ ହେଉଥିବା ଘରୋଇ ମେଡିକାଲରେ ଚିକିତ୍ସା ବାବଦ ୭୪ ହଜାର ଟଙ୍କା ପୈଠ ନ କରିବାରୁ ଚାଷୀଙ୍କ ମୃତଦେହ ଛଡାଯାଇ ନ ଥିଲା। ପରେ ପୂର୍ବତନ ବିଜେଡି ଜିଲା ସଭାପତି ପ୍ରମୋଦ ରଥ ଓ ଚାଷୀମାନେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ମେଡିକାଲ ପରିସରରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ପରେ ସେମାନଙ୍କ ମଧ୍ୟର ଚୁକ୍ତି ହୋଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଓଡ଼ିଆଙ୍କୁ ରନ୍ଧାଖାଦ୍ୟ ଯୋଗାଉଛି ପୋଲିସ

ଭଦ୍ରକ ଅଫିସ,୧୭ା୫: ମହାମାରୀ କରୋନା ଯୋଗୁ ବିପଦରେ ପଡ଼ିଛି ଜୀବନ ଜୀବିକା। ଡହଡହ ଖରାରେ ରାଜରାସ୍ତାରେ ଶହ ଶହ କିଲୋମିଟର ପାଦରେ ଚାଲିଚାଲି ଘରମୁହାଁ ହୋଇଛନ୍ତି...

ପରିବାର ସଦସ୍ୟଙ୍କ ଠାରୁ ଅଲଗା ରୁମରେ ରହୁଛନ୍ତି ଗଞ୍ଜାମ ଜିଲାପାଳ, ରକ୍ଷା କରୁଛନ୍ତି ସାମାଜିକ ଦୂରତା

ଛତ୍ରପୁର, ୧୫।୪(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାର ଜିଲାପାଳଙ୍କ ଠାରୁ ଆରମ୍ଭକରି ସବୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ସାମିଲ ଅଛନ୍ତି।...

୪ର୍ଥ ଦିନରେ ଲକ୍ଷ୍ମୀ ପୂଜାଉତ୍ସବ; ବଢୁଛି ଭିଡ଼, ଜମୁଛି ପୂଜା

ଢେଙ୍କାନାଳ ଅଫିସ, ୧୭।୧୦:  କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ଐତିହ୍ୟ, ପରମ୍ପରା ଏବଂ କିମ୍ବଦନ୍ତୀକୁ ଆଧାର କରି ହେଉଥିବା ଏହି ପୂଜା ଉତ୍ସବ...

ସ୍ବତନ୍ତ୍ର ଶିକ୍ଷକ ପଦବୀ ପୂରଣ କର

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଦେଶରେ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ କରୁଥିବା ପିଲାଙ୍କ ପାଇଁ ନିୟମିତ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଜରୁରୀ ହୋଇପଡ଼ିଛି। ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ...

ବରଗଡ଼ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ କ୍ଲିନିକ ୭୨ ଘଣ୍ଟା ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୭।୭: ବରଗଡ଼ ସହରରେ ଥିବା ହାଟପଦାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ତୋରାସ୍ଥିତ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ର ‘ମେହେର କ୍ଲିନିକ’କୁ ମଙ୍ଗଳବାରଠାରୁ ୭୨ ଘଣ୍ଟା ପାଇଁ...

ଜୀବିକା ପ୍ରକଳ୍ପକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,(ବ୍ୟୁରୋ)/ଜୟପୁର, ୧୬ା୪(ନି.ପ୍ର.): ମାଓବାଦୀ ଗଡ଼ ଭାବେ ପରିଚିତ କୋରାପୁଟ ଜିଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର...

ଟୋକନ ବାହାରିବା ମାତ୍ରେ ଧାନ କିଣ: ୨୪ ଘଣ୍ଟା ମଧ୍ୟରେ ଆକାଉଣ୍ଟ କୁ ଯିବ ଟଙ୍କା

ଛତ୍ରପୁର,୧୬।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଧାନସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କାର୍ଯ୍ୟର ସଠିକ୍‌ ପରିଚାଳନା ଦିଗରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁମ୍‌ ଭିସି...

୧୪ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୯ା୯(ଅନିଲ ଦାସ): ଆସନ୍ତା ୧୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ୧୪ ତାରିଖରେ ଲଘୁଚାପରେ ପରିଣତ ହେବ।...

Advertisement
Archives

Model This Week