କିଶୋର କୁମାରଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ମମତା

ମୁମ୍ବାଇ,୩।୬: ବଲିଉଡ୍‌ ଜଗତର ଭେଟେରାନ ଗାୟକ କିଶୋର କୁମାରଙ୍କ ପତ୍ନୀ ଓ ଅଭିନେତ୍ରୀ ରୁମା ଗୁହା ଠାକୁରତାଙ୍କ ସୋମବାର ଦେହାନ୍ତ ହୋଇଛି। କୋଲକାତା ସ୍ଥିତ ନିଜର ବାସଭବନ ବାଲିଗଙ୍ଗେ ପ୍ୟାଲେସରେ ତାଙ୍କର ନିଧନ ହୋଇଛି। ସୋମବାର ସନ୍ଧ୍ୟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ରୁମାଙ୍କ ନିଧନରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି। ଫିଲ୍ମ ଜଗତରେ ଥିବା ତାଙ୍କର ଅବଦାନକୁ କେହି ଭୂଲିପାରିବେ ନାହିଁ ବୋଲି ମମତା ଟୁଇଟ କରି କହିଛନ୍ତି। ଏଥିସହ ତାଙ୍କର ପରିବାର ଲୋକଙ୍କୁ ମମତା ସମବେଦନା ଜଣାଇଛନ୍ତି। ୧୯୩୪ରେ କୋଲକାତାରେ ଜନ୍ମ ହୋଇଥିବା ରୁମା ୧୯୫୧ରେ ଅଭିନେତା ତଥା ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ। ହେଲେ ତାଙ୍କର ଏହି ସମ୍ପର୍କ ବହୁ ଦିନ ଧରି ଚାଲି ନ ଥିଲା। ବିବାହର ୬ ବର୍ଷ ପରେ ସେମାନଙ୍କର ଡିଭୋର୍ସ ହୋଇଯାଇଥିଲା। କିଶୋର ଓ ରୁମାଙ୍କ ଜଣେ ପୁତ୍ର ସନ୍ତାନ ଅଛନ୍ତି। ପୁଅ ଅମିତ କୁମାର ମଧ୍ୟ ଜଣେ ପପୁଲାର ଗାୟକ। ଏହାପରେ ରୁମା ୧୯୬୦ରେ ଅରୁପ ଗୁହା ଠାକୁରତାଙ୍କ ସହ ବିବାହ କରିଥିଲେ। ଏହି ବିବାହ ପରେ ସେମାନଙ୍କର ଗୋଟିଏ ଝିଅ ଥିବା ଜଣାପଡ଼ିଛି। ୧୯୪୪ରେ ଜ୍ୱାର ଭାଟା ଫିଲ୍ମରୁ ଡେବ୍ୟୁ କରିଥିଲେ ରୁମା। ଗଙ୍ଗା, ଅଭିଯାନ, ପଳାତକ, ଏଣ୍ଟୋନୀ, ଫିରଙ୍ଗୀ, ବାଳିକା ବଧୂରେ ତାଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାୟିକା ହେବ ଏମିତି

ସତରେ ନାୟିକା ହେବ ଏମିତି। ନିର୍ମାଣାଧୀନ ସିନେମା ‘ଲାଲ୍‌ ସିଂ ଚଢ଼ା’ର ଶୁଟିଂ ସେଟ୍‌ରେ ଏପରି ଏକ ଘଟଣା ଘଟିଥିଲା, ଯେଉଁଥିପାଇଁ କରୀନା ପ୍ରଶଂସା ସାଉଁଟିବାରେ...

ଫିଲ୍ମର ଅଜବ ନାମ ଶୁଣି କାନରେ ହାତ ଦିଅନ୍ତି ଦର୍ଶକ

ମୁମ୍ବାଇ: ବଲିଉଡ୍‌ ହେଉଛି ଏକ ରଚନାତ୍ମକ ତଥା ସୃଜନଶୀଳ ଇଣ୍ଡଷ୍ଟ୍ରି। ଫିଲ୍ମ ନିର୍ମାତାମାନେ ସେମାନଙ୍କର ଫିଲ୍ମକୁ ହିଟ୍‌ କରିବା ପାଇଁ ବିଭିନ୍ନ ପ୍ରୟାସ କରିଥାନ୍ତି। ଫିଲ୍ମର...

ରିଲିଜ ନ ହେଉଣୁ ୨୦୦ କୋଟି କମାଇଲା ସଲମାନଙ୍କ ‘ରାଧେ’

ବମ୍ବେ: ଇଦ୍‌ରେ ରିଲିଜ ହେବାକୁ ଯାଉଛି ବଲିଉଡ୍‌ ଦବଙ୍ଗ ଖାନ୍‌ଙ୍କ ଫିଲ୍ମ ‘ରାଧେ’। ସିନେମାଘର ସହ ଓଟିଟି ପ୍ଲାଟଫର୍ମରେ ଏହାକୁ ଦର୍ଶକେ ଦେଖିପାରିବେ। ଏଣୁ ସିନେମାଟି...

ଅଧରାତିରେ ବିଶ୍ୱସୁନ୍ଦରୀଙ୍କ କବାଟ ପିଟୁଥିଲେ ସଲମାନ, ହାତରୁ ବୋହୁଥିଲା ରକ୍ତ

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମନ ଖାନ୍‌ ଆଜି ୫୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତେ ଜାଣନ୍ତି...

ସୋନୁ ନିଗମ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡର ଜଣାଶୁଣା ଗୀତିକାର ସୋନୁ ନିଗମ କରୋନା ପଜିଟିଭ୍‌ ହୋଇଛନ୍ତି। ତାଙ୍କ ସ୍ତ୍ରୀ ମଧୁରିମା ଓ ପୁଅ ମଧ୍ୟ ପଜିଟିଭ୍‌ ହୋଇଥିବା ସେ ନିଜେ...

ଗୀତିକାର ମାୟା ଗୋବିନ୍ଦଙ୍କର ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମାର ଜଣାଶୁଣା ଗୀତିକାର ମାୟା ଗୋବିନ୍ଦଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଗୁରୁବାର ସକାଳେ ସେ ତାଙ୍କ ପୁଅ ଅଜୟଙ୍କ...

କ୍ୱାରାଣ୍ଟାଇନ୍‌ରେ ରହି ଲୋକଙ୍କୁ ସହାୟତା କରୁଛନ୍ତି ସୋନୁ ସୁଦ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ନିକଟରେ କରୋନା ଆକ୍ରାନ୍ତ ହୋଇ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଏହି ସମୟରେ ମଧ୍ୟ ସେ ନିଜ ଯନ୍ତ୍ରଣା ଭୁଲି ଲୋକଙ୍କୁ...

ବିବାହ ବନ୍ଧନରେ ଏହି ବୋଲ୍ଡ ଅଭିନେତ୍ରୀ: ଖୁସିଖବର ଜଣାଇ ଚମକାଇଲେ

ବମ୍ବେ: ସର୍ବଦା ବୋଲ୍ଡ ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଥିବା ପୁନମ୍‌ ପାଣ୍ଡେ ଭିନ୍ନ କାରଣକୁ ନେଇ ଏବେ ଚର୍ଚ୍ଚାରେ। ସେ କାଳେ ଲୁଚିଛପି...

Advertisement
Archives

Model This Week