କିରାମାହାରେ ୫ ଦିନ ହେଲା ଜଳଯୋଗାଣ ବନ୍ଦ

ଦାରିଙ୍ଗବାଡ଼ି,୩୧।୫(ଡି.ଏନ୍‌.ଏ.)- ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ୫ଦିନ ହେଲା ପାଇପରେ ପାଣି ଆସୁନାହିଁ। ଏଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି ବ୍ରାହ୍ମଣୀଗଁ। ଥାନା ଝିଞ୍ଜିରିଗୁଡା ପଞ୍ଚାୟତ କିରାମାହା ଗ୍ରାମବାସୀ। ବିଦ୍ୟୁତ୍‌ ଲୋ ଭୋଲ୍‌ଟେଜ ଆଳ ଦେଖାଇ ୫ଦିନ ହେଲା ପାଇପ ଯୋଗେ ପାଣି ଯୋଗାଣ ବନ୍ଦ କରିଦିଆଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଆବଶ୍ୟକ ନ ଥିଲେ ଲୋକେ ଘରୁ ବାହାରୁ ନ ଥିବାବେଳେ ଏପରି ଭାବେ ଜଳଯୋଗାଣ ବନ୍ଦ କରିଦିଆଯିବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମର ଆମୋଶ ମାଝୀ, ଟନିତା ରଣସିଂ ପ୍ରମୁଖ କହିଛନ୍ତି। ବହୁ ଦୂରରେ ଥିବା ନାଳ ଓ ଚୁଆରୁ ଖରାରେ ଯାଇ ପାଣି ଆଣିବା ବହୁତ କଷ୍ଟ ହେଉଛି ବୋଲି କହିଛନ୍ତି ଅଞ୍ଚଳବାସୀ। ଏ ସମ୍ପର୍କରେ ଲୋକେ ଜଳଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅବଗତ କରିଥିଲେ ସୁଦ୍ଧା ସେ ଶୁଣୁ ନ ଥିବା ଗ୍ରାମର ଗଙ୍ଗାଧର ନାୟକ, ଏଲତେରିଅ ବସ୍ତରାୟ ପ୍ରମୁଖ କହିଛନ୍ତି। ଏନେଇ ଝିଞ୍ଜିରିଗୁଡା ସରପଞ୍ଚ ମାର୍କ ପାଟ୍ଟମାଝୀଙ୍କୁ ପଚରାବାରୁ ସେ କହିଛନ୍ତି, ମୋଟର ଅଚଳ ହୋଇଯାଇଛି, ମରାମତି କରି ଖୁବ୍‌ଶୀଘ୍ର ପାଣି ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାକୁ ୩ ସ୍ବର୍ଣ୍ଣ, ୧ ରୌପ୍ୟ

ରାୟଗଡା ଅଫିସ,୩୦ା୫: ପଶ୍ଚିମବଙ୍ଗର ହାୱଡାଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ରାୟଗଡ଼ାର ଶହୀଦ ଲକ୍ଷ୍ମଣ ନାୟକ ଜିମ୍‌ର ଲିପ୍‌ସା ଖୋସଲା(୧୩) ୫୩ ବର୍ଗରେ ଭାଗ...

ଝିଅ ନ ମିଳିଲେ ଆତ୍ମହତ୍ୟା କରିବାକୁ ମା’ବାପାଙ୍କ ଚେତାବନୀ

ଆଳି,୯ା୧୧ (ଡି.ଏନ. ଏ. ): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଜଣେ ଯୁବକ ମାସେ ହେବ ଅପହରଣ କରି ନେଇଛନ୍ତି। ଏହି...

ଖଟିଆରେ ବୁହା ହେଲେ ରୋଗୀ

ବରଗଡ଼ ଅଫିସ,୨୪।୮: ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ କଣ୍ଟାତଳ ଗ୍ରାମକୁ ଏଯାବତ୍‌ ଭଲ ରାସ୍ତାଟିଏ ହୋଇପାରି ନାହିଁ। ଅନ୍ୟପକ୍ଷରେ ଏହି ଗ୍ରାମକୁ...

ଶ୍ରୀମନ୍ଦିର ହେରିଟେଜ କରିଡ଼ର: ଦିଅଁଙ୍କ ବାହାର ବିଜେ ପାଇଁ ସ୍ବତନ୍ତ୍ର ପରିକ୍ରମା ମାର୍ଗ

ପୁରୀ ଅଫିସ,୧୧ା୧: ଶ୍ରୀମନ୍ଦିର ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବରୁ ଯେଉଁପରି ଭାବେ ସିଂହଦ୍ୱାର ସମ୍ମୁଖରେ ତିନିରଥ ରହୁଥିଲେ ଏବଂ ମହାପ୍ରଭୁ ରଥାରୂଢ଼ ହେବା...

ମୟୂରଭଞ୍ଜ ଚିତ୍ରକଳା ପ୍ରଦର୍ଶନୀ ସରିଲା

ବାରିପଦା ଅଫିସ,୩୦ା୮- ମୟୂରଭଞ୍ଜ ଫାଉଣ୍ଡେଶନ ପକ୍ଷରୁ ବେଲଗଡିଆ ରାଜ ପ୍ରାସାଦରେ ଅନୁଷ୍ଠିତ ହେଉଥିବା ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ମୟୂରଭଞ୍ଜ ଏମପି ବିଶେଶ୍ୱର...

ନନ୍ଦନକାନନରେ ଭାଲୁ ଆକାଶର ମୃତ୍ୟୁ

ବାରଙ୍ଗ,୨୬।୪(ଡି.ଏନ୍‌.ଏ.): ନନ୍ଦନକାନନରେ ୧୬ ନମ୍ବର ଖୁଆଡରେ ରହୁଥିବା ଅଣ୍ଡିରା ଭାଲୁ ଆକାଶର ମଙ୍ଗଳବାର ସକାଳେ ମୃତ୍ୟୁ ହୋଇଛି। ଆକାଶ ଗତ ଏକ ସପ୍ତାହ ହେଲା ନିମୋନିଆ...

ବେଆଇନ ଗୋରୁ ଚାଲାଣ: କଣ୍ଟେନରରୁ ୧୦୨ ଉଦ୍ଧାର

ବାଲେଶ୍ବର ଅଫିସ, ୮।୩: ବାଲେଶ୍ୱର ଜିଲା ଶେରଗଡ଼ ଟୋଲଗେଟ ନିକଟରୁ ବେଆଇନ ଗୋଚାଲାଣ ବେଳେ ରବିବାର ବିଳମ୍ବିତ ରାତିରେ ୨ କଣ୍ଟେନରରୁ ୧୦୨ ଗୋରୁ ଉଦ୍ଧାର...

୫ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଆର୍‌ସିସି ଓ ଏବିଇଓଙ୍କ ବଦଳି

ହାଟଡିହୀ,୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରୁ ୫ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳି ହୋଇଛନ୍ତି ା କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ତାମଣି ଦାସ ଓ ବିଶ୍ୱନାଥ...

Advertisement
Archives

Model This Week