‘କିନୁ କୋଉ’ କହିଲା ବାମନଙ୍କ ଦୁଃଖ

ଭୁବନେଶ୍ୱର,୫ା୩(ବ୍ୟୁରୋ): ବିଜ୍ଞାନ ସହିତ ଚିକିତ୍ସା ବିଜ୍ଞାନର ଆଧୁନିକୀକରଣ ସତ୍ତ୍ୱେ ବାମନମାନଙ୍କୁ ନେଇ ସମାଜରେ ଥିବା ଘୃଣ୍ୟଭାବ ଏବେ ବି ରହିଛି। ନିଜର ଶାରୀରିକ ଗଠନର ଅସମାନତା ଯୋଗୁ ସେମାନଙ୍କୁ ନିନ୍ଦା, ଭର୍ତ୍ସନା ଓ ସମାଲୋଚନାର ଶିକାର ହେବାକୁ ପଡ଼େ। ବାମନ ହୋଇ ଜନ୍ମ ହେବା, ସେମାନେ କରିଥିବା କୌଣସି ପୂର୍ବଜନ୍ମର ପାପର କର୍ମ ବୋଲି ସାଧାରଣ ଲୋକ ଭାବନ୍ତି। ହେଲେ ଶାରୀରିକ ଅସମାନତା ଥାଇ ମଧ୍ୟ ଅନ୍ୟମାନଙ୍କଠାରୁ ସେମାନେ ମାନସିକସ୍ତରରେ କୌଣସି ଗୁଣରେ କମ୍‌ ନୁହନ୍ତି। ସେହି ବାମନ ଲୋକମାନଙ୍କର ଜୀବନର ନିଷ୍ଠୁର ବାସ୍ତବତା, ଦୁଃଖ, କଷ୍ଟ, ଆଶା ଓ ସ୍ବପ୍ନର ପରିଭାଷାକୁ ନେଇ ପ୍ରସ୍ତୁତ ଅହମୀୟା ନାଟକ ‘କିନୁ କୋଉ’ ମଙ୍ଗଳବାର ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ଆୟୋଜିତ ‘ପୂର୍ବରଙ୍ଗ ଜାତୀୟ ନାଟ୍ୟ ଉତ୍ସବ-୨୦୨୦’ରେ ବୁଧବାର ଏହି ନାଟକ ମଞ୍ଚସ୍ଥ ହୋଇଥିଲା। ଆସାମର ‘ଦ ମିରର୍‌’ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ପରିବେଷିତ ଏହି ନାଟକର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ପବିତ୍ର ରାଭା। ସନ୍ଧ୍ୟାରେ ଅତିଥିଭାବେ ସଂସ୍କୃତି ବିଭାଗ ଉପେଦେଷ୍ଟା ଜନ୍ମେଜୟ ଲେଙ୍କା, ନାଟ୍ୟକାର ଇଂ ଚନ୍ଦ୍ରଶେଖର ନନ୍ଦ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ପୂର୍ବତନ ସଚିବ ମନ୍ମଥ ଶତପଥୀ, ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ମିହିର ମେହେର, ହରେନ୍‌ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନାଟକର ନିର୍ଦ୍ଦେଶକ ପ୍ରବୀର ରାଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରଥଯାତ୍ରାରେ ସେବା କାର୍ଯ୍ୟ: ପୁରୀରେ ପହଞ୍ଚିଲା ଜୀବନଜ୍ୟୋତି ସଙ୍ଗଠନ

ତିହିଡି,୩।୭(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସେବାକାର୍ଯ୍ୟ ପାଇଁ ଜୀବନଜ୍ୟୋତି ସଙ୍ଗଠନର କର୍ମକର୍ତ୍ତାମାନେ ବୁଧବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଭଦ୍ରକ ଜିଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ...

ଆଇନଜୀବୀଙ୍କୁ ମିଳିବ ୫ହଜାର ସହାୟତା

କଟକ ଅଫିସ,୩୧।୭: କରୋନା ଯୋଗୁ ପ୍ରଭାବିତ ହୋଇଥିବା ଆଇନ୍‌ଜୀବୀଙ୍କୁ ୫ହଜାର ଟଙ୍କା ଲେଖାଏ ସହାୟତା ଦିଆଯିବ। ଏ ନେଇ ବୁଧବାର ଜରୁରିକାଳୀନ ଆର୍ଥତ୍କ ସହାୟତା କମିଟି...

ଜୁନ୍‌ ୩୦ ଯାଏ ଚାଲିବ ରବି ଧାନ କିଣା

ଭୁବନେଶ୍ୱର,୯।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ୧୭ ଜିଲାରେ ରବି ଧାନ ସଂଗ୍ରହ ଚାଲିଛି। ୮ଜୁନ୍‌ ପର୍ଯ୍ୟନ୍ତ ୧୦ ଲକ୍ଷ ୯୧ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣା...

ନୂଆ ରୂପ ନେବ ୬ ମାଛ ମାର୍କେଟ

ଭୁବନେଶ୍ୱର,୨୭ ।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଥିବା ୬ ମାଛ ମାର୍କେଟ ନୂଆ ରୂପ ନେବ। ସେଠାରେ ବ୍ୟାପକ ଉନ୍ନତୀକରଣ କରାଯିବା ସହ ଅତ୍ୟାଧୁନିକ କୋଠା ନିର୍ମାଣ...

ଓଲଟିଲା ଯାତ୍ରୀବାହୀ ବସ୍‌

ପରଜଙ୍ଗ,୯ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭେଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ରୋନି ନାମକ...

ଝାରପଡ଼ା ଜେଲ୍‌ରୁ ୯୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ଝାରପଡ଼ା ଜେଲ୍‌ରେ ୯୬ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜେଲ୍‌ ଷ୍ଟାଫ୍‌ ଏବଂ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୧୯୫ ଜଣଙ୍କ...

ନିର୍ବାଚନୀ ପ୍ରଚାରରେ ଆସି କଂଗ୍ରେସକୁ କଟାକ୍ଷ କଲେ ଜୟନାରାୟଣ

ଝାରସୁଗଡ଼ା ଅଫିସ,୧୫।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଏପରିକି ବିଭିନ୍ନ ଦଳର ରାଜନେତା ପ୍ରଚାର ଲାଗି ବ୍ରଜରାଜନଗରରେ ପହଞ୍ଚତ୍ବା ଆରମ୍ଭ କଲେଣି। ଭୋଟରଙ୍କୁ...

ଓବିସି/ଏସ୍‌ଇବିସି ବର୍ଗଙ୍କ ଚାକିରି ସଂରକ୍ଷଣରେ ଅବହେଳା

ଭୁବନେଶ୍ବର,୩୦ା୬(ସୁନିତ୍‌ ମିଶ୍ର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗୁରୁବାର ପଛୁଆ ବର୍ଗ ଜାତୀୟ କମିଶନର ଅଧ୍ୟକ୍ଷ ହଂସରାଜ ଗଙ୍ଗରାମ ଅହିରଙ୍କୁ ଚିଠି ଲେଖିଛନ୍ତି। ଜେନା ତାଙ୍କ...

Advertisement
Archives

Model This Week