କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ କରିବାକୁ ପଡ଼ିବନି ସର୍ଜରୀ, ଆପଣାନ୍ତୁ ଏହି ଘରୋଇ ଉପଚାର

ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି କିଡ୍‌ନୀ। ଆଜିକାଲି କିଡ୍‌ନୀରେ ଷ୍ଟୋନ ବା ପଥର ହେବା ଏକ ସାଧାରଣ ରୋଗ ହୋଇଗଲାଣି। ଏହି ଷ୍ଟୋନ୍‌ ମଟର ମଞ୍ଜି ଆକାରର କିମ୍ବା ବଡ଼ ମଧ୍ୟ ହୋଇଥାଏ। ଅଧିକାଂଶ ଲୋକ ଅପରେସନ କରି କିଡ୍‌ନୀରୁ ଷ୍ଟୋନ୍‌ ବାହାର କରି ଦେଇଥାନ୍ତି। କିନ୍ତୁ ଏମିତି କିଛି ଘରୋଇ ଉପଚାର ଅଛି ଯାହାକୁ ଅବଲମ୍ବନ କଲେ ଆଉ ସର୍ଜରୀ କରିବାକୁ ପଡ଼ିବ ନାହିଁ। ଜାଣନ୍ତୁ ଏହାର ଲକ୍ଷଣ ଏବଂ ଘରୋଇ ଉପଚାର ସମ୍ପର୍କରେ…
କିଡ୍‌ନୀରେ ଷ୍ଟୋନ୍‌ ହୋଇଥିବା ଲକ୍ଷଣ :
କିଡ୍‌ନୀରେ ଷ୍ଟୋନ୍‌ ବା ପଥର ହେଲେ ଓଜନ କମିଯିବା, ଜ୍ୱର ଲାଗି ରହିବା, ପେଟରେ ଦରଜ ହେବା, ପରିସ୍ରା କରିବାବେଳେ କଷ୍ଟ ଅନୁଭବ କରିବା, ନର୍ଭସନେସ୍‌ ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ।

ପ୍ରଚୁର ପାଣି ପିଅନ୍ତୁ : ପାଣି ହେଉଛି ଜୀବନ। ଏହା ହାଇଡ୍ରେସନକୁ ନିୟନ୍ତ୍ରଣ କରିଥାଏ। ପାଣି ହଜମ ପ୍ରକ୍ରିୟାକୁ ତୀବ୍ର କରିଥାଏ। ତେଣୁ ପ୍ରତିଦିନ ୭-୮ ଗ୍ଲାସ ପାଣି ପିଇବା ଜରୁରୀ।

ଲେମ୍ବୁପାଣି : କିଡ୍‌ନୀରୁ ଷ୍ଟୋନ ବାହାର କରିବାରେ ଲେମ୍ବୁରସ ବେଶ୍‌ ଉପଯୋଗୀ। ଲେମ୍ବୁପାଣି ଲୁବ୍ରିକାଣ୍ଟ ପରି କାମ କରିଥାଏ। ତେଣୁ ବିନା କୌଣସି ଜଳାପୋଡ଼ାରେ ଷ୍ଟୋନ ପରିସ୍ରା ଜରିଆରେ ବାହାରି ଯାଇଥାଏ।

ଡାଳିମ୍ବରସ : ଏଥିରେ ପୋଷକତତ୍ତ୍ୱ ଭରପୂର ହୋଇ ରହିଛି। ଏହା ଏକ ସ୍ବାସ୍ଥ୍ୟବର୍ଦ୍ଧକ ଫଳ। ଡାଳିମ୍ବରସ ସବୁଠୁ ଭଲ ପ୍ରାକୃତିକ ଉପାୟ। ଏହାର ରସ ପିଇଲେ କିଡ୍‌ନୀରୁ ଷ୍ଟୋନ୍‌ ପ୍ରାକୃତିକ ଉପାୟରେ ବାହାରି ଯାଇଥାଏ।

କୋଳଥ : କୋଳଥ ଡାଲିକୁ ରାତିରେ ଭିଜାଇ ଏହାର ପାଣି ସକାଳୁ ଛାଣି ପିଇଲେ ଏହା କିଡ୍‌ନୀ ପାଇଁ ପ୍ରାକୃତିକ ଅବ୍ୟର୍ଥ ଭାବେ କାମ କରିଥାଏ।

ଅଙ୍ଗୁରରସ : ଏଥିରେ ପୋଟାସିୟମ, ଲବଣ ଏବଂ ପାଣି ଆବଶ୍ୟକ ପରିମାଣର ରହିଛି। ତେଣୁ ଅଙ୍ଗୁର ରସ ପିଇଲେ କିଡ୍‌ନୀରେ ଷ୍ଟୋନ୍‌ ହେବାର ଆଶଙ୍କା ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦିଥିଲେ ହେମା: ଝିଅ ପାଇଁ ହଜି ଯାଇଥିଲା ନିଦ

ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ହେମା ମାଳିନୀ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଭଲ ମା’ ମଧ୍ୟ । କୁହାଯାଏ ଯେ, ହେମା...

ପ୍ରସୂତିଙ୍କ ପାଇଁ ଉପଯୋଗୀ ଏହି ଡାଲି…

ପ୍ରସବ ପରେ ପ୍ରସୂତିଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ ନବଜାତ ଶିଶୁ ଉପରେ ହିଁ ପଡ଼ିଥାଏ। ପ୍ରସବ ପରେ...

ଘରେ ଶୁଭ ଫଳ ପାଇଁ ଡାଇନିଂ ରୁମର ଲଗାନ୍ତୁ ଏପରି ରଙ୍ଗ

ରଙ୍ଗ ଏବଂ ଧ୍ୱନି ହେଉଛି ଏହି ପ୍ରକାରର ଶକ୍ତି। ଯାହା ଆମକୁ ପ୍ରକୃତି ଏବଂ ପରିବେଶ ମାଧ୍ୟମରେ ଘେରି ରହିଛି । ଶୁଭ ରଙ୍ଗ ଭାଗ୍ୟ...

ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ...

ଥରେ ନୁହେଁ ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ; ରୋମାଣ୍ଟିକ୍‌ ସତ୍ତ୍ୱେ ହୃଦୟ ଭାଙ୍ଗେ

ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ...

୨ ବର୍ଷର କମ୍‌ ଶିଶୁଙ୍କୁ ଫଳ ରସ ଦେଉଛନ୍ତି କି…

ଫଳ ରସ ପିଇବା ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୃ୍‌ଦ୍ଧ ଯାଏଁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହାଦ୍ୱାରା ଜରୁରୀ ପୋଷକ ତତ୍ତ୍ୱ ମିଳିବା ସହ ଶରୀରରେ...

କ୍ୟାଲୋରିକୁ ସନ୍ତୁଳିତ ରଖେ ରକ୍ତଦାନ

କ୍ୟାଲୋରିକୁ ସନ୍ତୁଳିତ ରଖେ ରକ୍ତଦାନ ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରୀ। ଏଥିରେ ଅସନ୍ତୁଳିତ ପରିଲକ୍ଷିତ ହେଲେ ତାହା କେତେକ ରୋଗକୁ ପରୋକ୍ଷରେ...

ସପ୍ତାହରେ ଖାଆନ୍ତୁ ଏହାକୁ ୪ ଥର ମିଳିବ ବହୁ ଫାଇଦା…

ବରକୋଳିର ରହିଛି ଅନେକ ଔଷଧୀୟ ଗୁଣ। ଏହା ଶରୀରକୁ ସୁସ୍ଥ ରଖିବା ସହ ଆବଶ୍ୟକ ମାତ୍ରାରେ ଜଳ ଯୋଗାଇଥାଏ। ଶରୀରରେ ରକ୍ତ ପ୍ରବାହକୁ ଏହା ନିୟନ୍ତ୍ରଣ...

Advertisement
Archives

Model This Week