କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ ଘଟନା: ସାହାଯ୍‌ର ହାତ୍‌ ବଢ଼ାଲା ଯୁବାମଞ୍ଚ, ଜାଗୃତି ଶାଖା

 

ଗୁଡ଼ଭେଲା, ୨୫।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ତୁଷୁରା ସହରର ପତିତପାବନ ପଡ଼ାର ଗିରିଧାରୀ କୁମ୍ଭାର(୩୫)। ପାଖାପାଖି ୩ ମାସ ହେଲା ସେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଇ ବାବ୍‌ଦେ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ, ଚିକିଛା ସାହାଯ୍‌ ଆଶ୍‌ରେ ବାରଦୁଆର ବଡ଼ଭାଇ’ ଶୀରଷକ୍‌ରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ତୁଷୁରା ମାରଓ୍ବାଡି ଯୁବାମଞ୍ଚ ଆର ଜାଗୃତି ଶାଖା ଗିରିଧାରୀକୁଁ ସାହାଯ୍‌ର ହାତ୍‌ ବଢ଼େଇଛନ୍‌।
ସୂଚନା ଅନ୍‌ସାରେ ତୁଷୁରା ସହରର ପତିତପାବନ ପଡ଼ାର ସ୍ବର୍ଗତ ରମେଶ କୁମ୍ଭାର ଆର ରାଜେଶ୍ୱରୀକଁର ଦୁଇ ପୁଓ ହରି ଆର ଗିରିଧାରୀ। ଆଏଜ୍‌କେ ୪ ବଛର ତଲେ ମା’ବାପ୍‌ ଆରପାରକେ ଚାଲିଯାଇଛନ୍‌। ଗିରିଧାରୀ ବିହାଚୁରା ନାଇଁହେଇ, ବଡ଼ଭାଇ ହରି ଘରେ ମୁଡ଼ ଗୁଁଜିଛନ୍‌। ଇଆଡ଼େ ବଡ଼ଭାଇ ବି ନିହାତି ଗରିବ୍‌, ଡ୍ରାଇଭର କାମ୍‌ କରି ସେ କୁଟୁମ୍‌ ପୁଷୁଛନ୍‌। ଏନ୍‌ତାଥି ୩ ମାସ ତଲେ ଗିରିଧାରୀକଁର ଦିହିପା ଖରାପ ହେଲାରୁ ବଡ଼ଭାଇ ତାହାକୁ ବଲାଙ୍ଗୀର ଜିଲା ମୁଖିଆ ଡାକ୍‌ତରଖାନାରେ ଦେଖେଇଥିଲେ। ପରୀକ୍ଷାରୁ ଜନାଗଲା ଯେ ଗିରିଧାରୀ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ୍‌ ଅଛନ୍‌। ଡାକ୍‌ତର ଗିରିଧାରିକୁଁ ଉଚ ଚିକିଛା ଲାଗି ବୁର୍ଲା ନେବାକେ କହିଥିଲେ। ହେଲେ ଟଁକା ପଏସା ଅଭାବୁ ଗରିଧାରି ଭାଏଗ୍‌କେ ଆଦ୍‌ରି ଘରେ ପଡ଼ି ରହିଛନ୍‌। ଇ ଘଟନାକେ ନେଇ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ତୁଷୁରା ମାରଓ୍ବାଡି ଯୁବାମଞ୍ଚ ଆର ଜାଗୃତି ଶାଖା ଗିରିଧାରୀକଁର ଚିକିଛା ଲାଗି ତାକର ଦାଦା ବହୁକେ ସାହାଯ୍‌ ଟଁକା ଦେଇଛନ୍‌। ସେ କେନ୍‌ଥେଇ ସରକାରୀ ଚିକିଛା ସାହାଯ୍‌ ପାଇପାରବେ ସେଥିରଲାଗି ପରଶାସନ ସଂଗେ ଯୋଗାଯୋଗ କରାଯିବା ବଲି ଯୁବାମଞ୍ଚର ଅଧ୍ୟକ୍ଷ ମନୋଜ ଜୈନ କହିଛନ୍‌। ସାହାଯ୍‌ ଟଁକା ଦେଲାବେଲେ ଜାଗୃତି ଶାଖାର ଆରତୀ ଅଗ୍ରୱାଲ, ଉଷା କେଡ଼ିଆ, ପ୍ରଭା କେଡ଼ିଆ, ଶ୍ରଦ୍ଧା କେଡ଼ିଆ, ମୀରା କେଡ଼ିଆ, ସୁମନ ଜୈନ, ସୀମା ଜୈନ, ପୂଜା ଜୈନ, ଆଶିତୋଷ କେଡ଼ିଆ ଆର ଭଗତ ଦୟାଲ କେଡ଼ିଆ ପରମୁଖ ଉପସ୍ଥିତ ଥିଲେ। ସେନ୍‌ତା ଧରିତ୍ରୀରେ ପରକାଶିତ ଇ ଖବରକେ ନେଇ ସାମାଜିକ କରମୀ ଦୀପା ବାରିକ ଗିରିଧାରୀକୁଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସାହାଯ୍‌ ସଂଗେ ମାହାଲିଆ ଚିକିଛା ସେବା ଯୁଗେଇ ଦେବାକେ ସିଡିଏମଓ, ବଲାଙ୍ଗୀର ଜିଲାପାଳ ଆର ମହିଲା ଓ ଶିଶୁ ବିକାଶ ମନ୍ତ୍ରୀକୁଁ ଟୁଇଟ କରିଥିବାର ଜନାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୯,୧୭୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଆଜି ଜନ୍ମଦିନ ପାଳୁଛି ରାଜଧାନୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ୩ ହଜାର ବର୍ଷର ପୁରୁଣା ସହର ଭୁବନେଶ୍ୱର ରାଜଧାନୀ ମାନ୍ୟତା ପାଇବାର ୭୩ବର୍ଷ ବିତିଛି। ୧୯୪୬ରେ ଜମାର୍ନୀର ସ୍ଥପତି ଅଟୋ କଏନ୍ସବର୍ଗର ଏଥିପାଇଁ ନକ୍ସା...

ଜୁଲାଇ ୩୧ ପର୍ଯ୍ୟନ୍ତ ୪ ଭବନକୁ ମନା

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ମଧ୍ୟରେ ୩ଗୁଣ ବୃଦ୍ଧି ପାଇ ପାଖାପାଖି ୮ ହଜାରରେ ପହଞ୍ଚିଲାଣି। ସରକାରୀ କାର୍ଯ୍ୟାଳୟରେ ଯେପରି ସଂକ୍ରମଣ ନ...

ଅଢ଼େଇ ମାସର ଅପହୃତ ଶିଶୁପୁତ୍ର ଉଦ୍ଧାର, ସମ୍ପର୍କୀୟଙ୍କ ଘରୁ ଉଠାଇ ନେଇଥିଲେ କାମ କରୁଥିବା ମହିଳା

ପାରାଦୀପ,୨୧।୪(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଲକପଡ଼ାରୁ ଅପହୃତ ହୋଇଥିବା ଅଢ଼େଇ ମାସର ଶିଶୁପୁତ୍ରଙ୍କୁ ବୁଧବାର ସକାଳେ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ମହିଳା ମାମିନା...

ଖୁବ୍‌ଶୀଘ୍ର ୧୧,୪୦୩ ଶିକ୍ଷକଙ୍କୁ ନିଯୁକ୍ତି

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ରାଜ୍ୟର ସରକାରୀ ହାଇସ୍କୁଲଗୁଡ଼ିକରେ ଖୁବ୍‌ଶୀଘ୍ର ୧୧ ହଜାର ୪୦୩ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏଥିଲାଗି ଆବଶ୍ୟକ ପ୍ରକ୍ରିୟା...

ବୁଡ଼ିଲା ପୋଲ: ଆନ୍ଧ୍ର- ଓଡିଶା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି,୧୨।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ୪ ଦିନ ଧରି ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲାର ସିଲେରୁ, ସାବେରୀ, ପୋଟେରୁ ଓ...

ହାଇକୋର୍ଟରେ ଚଣ୍ଡୀ ମନ୍ଦିର ମାମଲା ଖାରଜ

କଟକ ଅଫିସ,୨୦ା୭: କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ମଙ୍ଗଳବାର ଖାରଜ ହୋଇଯାଇଛି। ଶୈଳବାଳା...

ପୂର୍ବାପେକ୍ଷା ଚାଷୀଙ୍କ ଆୟ କମିଛି: କଂଗ୍ରେସ

ଭୁବନେଶ୍ବର, ୨୫ା୪(ବ୍ୟୁରୋ) : ଓଡ଼ିଶା ସରକାର କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ବହୁ ସମୟରେ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ୨୦୧୨-୧୩ରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ପ୍ରକାଶ...

Advertisement
Archives

Model This Week