କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା

ଭୁବନେଶ୍ୱର, ୮।୯(ବ୍ୟୁରୋ): କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା ପ୍ରଦାନ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଦେଶର ୫ଟି ସରକାରୀ ଓ ୫ଟି ଘରୋଇ ଅନୁଷ୍ଠାନକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଉକ୍ତ ୫ଟି ଅଗ୍ରଣୀ ଉଚ୍ଚତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଏବଂ ପୂର୍ବ ଭାରତରେ ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଏହି ପରିପ୍ରେକ୍ଷୀରେ ଗତ ୪ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ହେତୁ ପତ୍ର’ (ଲେଟର ଅଫ୍‌ ଇଣ୍ଟେଣ୍ଟ୍‌) ପ୍ରଦାନ କରାଯାଇଥିଲା। ଏ ନେଇ ଶନିବାର କିଟ୍‌ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି। ଏହି ସଫଳତା କିଟ୍‌ର ଛାତ୍ରୀଛାତ୍ର, ଅଭିଭାବକ ଓ ଅଧ୍ୟାପିକା ଅଧ୍ୟାପକଙ୍କ ପାଇଁ ଯେତିକି ଗୌରବର ବିଷୟ, ଓଡ଼ିଶା ରାଜ୍ୟ ପାଇଁ ମଧ୍ୟ ସେତିକି ଗୌରବର ବିଷୟ ବୋଲି ସାମନ୍ତ କହିଛନ୍ତି।

ସୂଚନାଯୋଗ୍ୟ, ଭାରତର କେତେକ ଅଗ୍ରଣୀ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ସହ ସମକକ୍ଷ କରାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ଏଥି ନିମନ୍ତେ ପ୍ରାକ୍ତନ ମୁଖ୍ୟ ନିର୍ବାଚନ କମିଶନର ଏନ୍‌. ଗୋପାଳସ୍ବାମୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏହି ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ଦେଶରେ ଥିବା ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ବିଶ୍ୱସ୍ତରୀୟ ମାନ୍ୟତା ପାଇବା ପାଇଁ ଦେଶର ଯେଉଁ ସବୁ ଶିକ୍ଷାନୁଷ୍ଠାନ ଆବେଦନ କରିଥିଲେ, ସେମାନଙ୍କୁ ନୂଆଦିଲ୍ଲୀରେ ସେମାନଙ୍କ ଅନୁଷ୍ଠାନ ସମ୍ପର୍କରେ ପ୍ରଦର୍ଶନ କରିବା ପାଇଁ କୁହାଯାଇଥିଲା। ଏହି ପ୍ରଦର୍ଶନକୁ ଭିତ୍ତିକରି ଗୋପାଳସ୍ବାମୀ କମିଟି ଦେଶର ୧୦ଟି ପ୍ରମୁଖ ସରକାରୀ ଓ ୧୦ଟି ଘରୋଇ ଶିକ୍ଷାନୁଷ୍ଠାନକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା ପ୍ରଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ୍‌ (ୟୁଜିସି)କୁ ସୁପାରିଶ କରିଥିଲେ। ପରେ ୟୁଜିସି ଦ୍ୱାରା ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ୧୦ଟି ଶିକ୍ଷାନୁଷ୍ଠାନ ନାମ ସୁପାରିସ କରାଯାଇଥିଲା। ଉକ୍ତ ଖବରଦାତା ସମ୍ମିଳନୀରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଏବଂ କୁଳସଚିବ ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଏନେଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାଟି ଓଡ଼ିଶାକୁ ଆସି ମୁଁ ଆଜି ବହୁତ ଆନନ୍ଦିତ’

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାପ୍ରଭୁଙ୍କୁ ଦର୍ଶନ କରି ସାରିବା ପରେ ଭୁବନେଶ୍ୱରକୁ ଫେରିଥିଲେ। ଏହାପରେ ରାଜଭବନଠାରେ ରାଷ୍ଟ୍ରପତିଙ୍କୁ ନାଗରିକ ସମ୍ଭର୍ଦ୍ଧନା ଦିଆଯାଇଛି। ରାଜ୍ୟପାଳ ଗଣେଶୀ...

ବିମାନ ଯାତ୍ରା ପାଇଁ ଏସ୍‌ଓପି

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦେଶରେ ଘରୋଇ ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଗୁରୁବାର ଏନେଇ ଷ୍ଟାଣ୍ଡାର୍ଡ...

ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବାଲେଶ୍ୱର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିବେ।...

ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ଅଞ୍ଚଳବାସୀ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱର ଏବେ ଆବର୍ଜନା ସିଟିରେ ପରିଣତ ହୋଇଛି। ଯୁଆଡେ ଚାହିଁବ ଅଳିଆ ଆବର୍ଜନା ଦେଖିବାକୁ ମିଳୁଛି। ଦାରୁଠେଙ୍ଗ ଗ୍ରାମବାସୀଙ୍କ ନାଲିଆଖି ଓ ବିରୋଧ...

ମହେଶ୍ୱରଙ୍କୁ ଛାଡ଼ି ସବୁ ମନ୍ତ୍ରୀ ଜିତିଲେ:ପୁଅମାନେ ବାଜି ମାରିଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ବିଜେଡି ସରକାରର ୪ର୍ଥ ପାଳି ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଯେଉଁମାନେ ଦାୟିତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ମନ୍ତ୍ରୀ ଏଥର...

ଶ୍ରମିକମାନେ ୧୨ ଘଣ୍ଟା କାର୍ଯ୍ୟ କରିପାରିବେ

ଭୁବନେଶ୍ୱର, ୯।୫(ବ୍ୟୁରୋ): ରାଜ୍ୟ ସରକାର ୨୦୨୦ ଏପ୍ରିଲ ୨୦ରେ ଶିଳ୍ପ ଓ ବାଣିଜି୍ୟକ କାର୍ଯ୍ୟକଳାପ ପାଇଁ ଜାରି କରିଥିବା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି।...

‘ସ୍କୁଲ ରୂପାନ୍ତରଣ ପିଲାଙ୍କ ସ୍ବପ୍ନରେ ଡେଣା ଯୋଡ଼ିଛି’

ଭୁବନେଶ୍ୱର, ୫।୬(ବ୍ୟୁରୋ): ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା’ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି...

ଅନ୍ତର୍ଜାତୀୟ ଅଭିଲେଖ ଦିବସ ପାଳିତ : ପ୍ରତି ଜିଲାରେ ପ୍ରତିଷ୍ଠା ହେବ ଶାଖା ଅଭିଲେଖାଗାର

ଭୁବନେଶ୍ୱର,୧୦।୬(ବ୍ୟୁରୋ) : କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ, ଏଣିକି ସମଗ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଅଭିଲେଖାଗାର। ସମଗ୍ର ରାଜ୍ୟବାସୀ ଅଭିଲେଖାଗାରର ଆବଶ୍ୟକତା, ଏହାର ମହତ୍ତ୍ୱ ଓ...

Advertisement
Archives

Model This Week