କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା

ଭୁବନେଶ୍ୱର, ୮।୯(ବ୍ୟୁରୋ): କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା ପ୍ରଦାନ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଦେଶର ୫ଟି ସରକାରୀ ଓ ୫ଟି ଘରୋଇ ଅନୁଷ୍ଠାନକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଉକ୍ତ ୫ଟି ଅଗ୍ରଣୀ ଉଚ୍ଚତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଏବଂ ପୂର୍ବ ଭାରତରେ ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଏହି ପରିପ୍ରେକ୍ଷୀରେ ଗତ ୪ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ହେତୁ ପତ୍ର’ (ଲେଟର ଅଫ୍‌ ଇଣ୍ଟେଣ୍ଟ୍‌) ପ୍ରଦାନ କରାଯାଇଥିଲା। ଏ ନେଇ ଶନିବାର କିଟ୍‌ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି। ଏହି ସଫଳତା କିଟ୍‌ର ଛାତ୍ରୀଛାତ୍ର, ଅଭିଭାବକ ଓ ଅଧ୍ୟାପିକା ଅଧ୍ୟାପକଙ୍କ ପାଇଁ ଯେତିକି ଗୌରବର ବିଷୟ, ଓଡ଼ିଶା ରାଜ୍ୟ ପାଇଁ ମଧ୍ୟ ସେତିକି ଗୌରବର ବିଷୟ ବୋଲି ସାମନ୍ତ କହିଛନ୍ତି।

ସୂଚନାଯୋଗ୍ୟ, ଭାରତର କେତେକ ଅଗ୍ରଣୀ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ସହ ସମକକ୍ଷ କରାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ଏଥି ନିମନ୍ତେ ପ୍ରାକ୍ତନ ମୁଖ୍ୟ ନିର୍ବାଚନ କମିଶନର ଏନ୍‌. ଗୋପାଳସ୍ବାମୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏହି ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ଦେଶରେ ଥିବା ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ବିଶ୍ୱସ୍ତରୀୟ ମାନ୍ୟତା ପାଇବା ପାଇଁ ଦେଶର ଯେଉଁ ସବୁ ଶିକ୍ଷାନୁଷ୍ଠାନ ଆବେଦନ କରିଥିଲେ, ସେମାନଙ୍କୁ ନୂଆଦିଲ୍ଲୀରେ ସେମାନଙ୍କ ଅନୁଷ୍ଠାନ ସମ୍ପର୍କରେ ପ୍ରଦର୍ଶନ କରିବା ପାଇଁ କୁହାଯାଇଥିଲା। ଏହି ପ୍ରଦର୍ଶନକୁ ଭିତ୍ତିକରି ଗୋପାଳସ୍ବାମୀ କମିଟି ଦେଶର ୧୦ଟି ପ୍ରମୁଖ ସରକାରୀ ଓ ୧୦ଟି ଘରୋଇ ଶିକ୍ଷାନୁଷ୍ଠାନକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା ପ୍ରଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ୍‌ (ୟୁଜିସି)କୁ ସୁପାରିଶ କରିଥିଲେ। ପରେ ୟୁଜିସି ଦ୍ୱାରା ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ୧୦ଟି ଶିକ୍ଷାନୁଷ୍ଠାନ ନାମ ସୁପାରିସ କରାଯାଇଥିଲା। ଉକ୍ତ ଖବରଦାତା ସମ୍ମିଳନୀରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଏବଂ କୁଳସଚିବ ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଏନେଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ଚାକିରି ଛାଡ଼ି ଏବେ ଏହି କାମ କରିବେ ଡିସିପି ଜଗମୋହନ ମୀନା! ଜାଣନ୍ତୁ କେମିତି ଗ୍ରହଣ ହୁଏ ଆଇପିଏସ୍‌ ଅଧିକାରୀଙ୍କ ଇସ୍ତଫା:

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ପୋଲିସ ଡିଜିଙ୍କ ମାଧ୍ୟମରେ ରାଜ୍ୟ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂଆ ମାର୍ଗଦର୍ଶିକା, ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବେ…

ଭୁବନେଶ୍ବର,୬ା୭: ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷୀ ଦେବାକୁ ହେବ । ପୂର୍ବରୁ ବର୍ଷକୁ ଦୁଇଟି ପରୀକ୍ଷା ହେଉଥିବା ବେଳେ ବର୍ତ୍ତମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ  (ଡିସିପି) ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri