କିଏ ଏଇ ମା’

ସୁଧିରାଜ ରାଉତ
ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲହଡ଼ି ମିଶି ଆତଙ୍କ ସୃଷ୍ଟି କରୁଥାନ୍ତି। ଦୁଇ ସାଙ୍ଗ ଅସହାୟ। ତାଙ୍କ ଅସହାୟତାରୁ ମୋ ଅସହାୟତା ଥିଲା ଶତଗୁଣ। ହଠାତ୍‌ ମୋ ଆଖି ସାମ୍ନାରେ ନାଚିଉଠିଲା ମା’ଙ୍କ ମୁହଁଟି, ପାଟିରୁ ବାହାରିଆସିଲା ଦୀର୍ଘ ମା’ ଡାକଟିଏ। ପବନ ଲହଡ଼ିର ଶବ୍ଦ ଭଳି ଅତି ସ୍ପଷ୍ଟ, ବଳିଷ୍ଠ ଶବ୍ଦ ଶୁଭିଲା- ପୁଅରେ! ମୁଁ ଅଛି ତୋ ପାଖେ। ଦେଖିହେଉ ନ ଥିବା ଫୁଲକୁ ତା’ ମହକରୁ ଯେଭଳି ଅନୁଭବ କରିହୁଏ, ମୁଁ ସେଇଭଳି ଏକ ପବିତ୍ର ଉପସ୍ଥିତି ଅନୁଭବ କଲି ମୋ ନିକଟରେ। ପର ମୁହୂର୍ତ୍ତରେ ଦୁଇଜଣ ନାଉରିଆ ଆଉ ଏକ ଡଙ୍ଗା ନେଇଆସି ମୋତେ ଉଦ୍ଧାର କଲେ।
କିଏ ଏଇ ମା’ ଲେଖିଲାବେଳେ ମନେ ପଡ଼ିଗଲା ସେଦିନର ସେ ଅସହାୟତା ଆଉ ଦିବ୍ୟ ସାହାଯ୍ୟ। ଭାବୁଛି କିଏ ଏଇ ମା’? ତା’ ପ୍ରକାଶର ଉଦ୍ଦେଶ୍ୟ କ’ଣ? ମନେପଡ଼ୁଛି ଏକ ଘଟଣା- ଆଶ୍ରମନିବାସିନୀ ପ୍ରୀତିଅପା ଏକା ଦୀର୍ଘ ରାତ୍ରିଯାଏ ସମୁଦ୍ରକୂଳରେ ବସି ରହୁଥିଲେ। ସେ ସମୟରେ ସେ ଯୁବା ଏବଂ ପଣ୍ଡିଚେରୀ ମଦ୍ୟପ, ବଦମାସଙ୍କ ଆଡ୍ଡା। ଦିନେ ମା’ ପ୍ରୀତିଅପାଙ୍କୁ ଡାକି କହିଲେ, ତୁମେ ଏତେରାତି ଯାଏ ସମୁଦ୍ରକୂଳରେ ବସିବା ସୁରକ୍ଷିତ ନୁହେଁ। ଅପା କହିଲେ- ମା’ ଆପଣ ଅଛନ୍ତି, ମୋର କ’ଣ ହେବ? ହସି ମା’ କହିଲେ, ଏତେଦିନ ହେଲା ତୁମର କିଛି ହୋଇନାହିଁ, କାରଣ ମୁଁ ତୁମ ସହ ଅଛି। ଏହାର ଅର୍ଥନୁହେଁ ତୁମେ ବାରମ୍ବାର ବିପଦ ମଧ୍ୟକୁ ଯାଉଥିବ ଆଉ ମୁଁ ଉଦ୍ଧାର କରୁଥିବି। ଯଦି ଆମେ ଏହା ହିଁ କରୁଥିବା ଯେଉଁ ମହାନ୍‌ କାର୍ଯ୍ୟ ପାଇଁ ଆସିଛେ ତାହା କେବେ କରିବା?
ପୃଥିବୀରେ ଏହି ମହାନ୍‌ କାର୍ଯ୍ୟକୁ ସାକାର ରୂପଦେବାକୁ ଈଶ୍ୱର ପ୍ରସ୍ତୁତ କରିଥିଲେ ଏକ ଅଭିନବ ଯୋଜନା। ଏହି ଯୋଜନାର ଅଂଶହୋଇ ମା’ ଜନ୍ମନେଲେ ଫ୍ରାନ୍ସର ପ୍ୟାରିସରେ। ୟୁରୋପ ସଭ୍ୟତା ଆଉ ସଂସ୍କୃତିର ଆତ୍ମା ହେଉଛି ଫ୍ରାନ୍ସ, ଆଉ ପ୍ୟାରିସ ଫ୍ରାନ୍ସର ହୃ୍‌ତ୍‌ସ୍ପନ୍ଦନ। ମା’ ସେଠି ଜନ୍ମହେବା ଏବଂ ସେହି ଭବ୍ୟ ସଂସ୍କୃତିକୁ ଆତ୍ମସାତ୍‌ କରି ଭାରତ ଆସିବା, ଏହାର ଅର୍ଥ ପ୍ରାଚ୍ୟ ଓ ପାଶ୍ଚାତ୍ୟର ସର୍ବୋଚ୍ଚ ଉପଲବ୍ଧିର ସମନ୍ବୟ ଉପରେ ମାନବ ଚେତନାର ନୂତନ ସୂର୍ଯ୍ୟୋଦୟ ଘଟାଇବା।
ଆଶ୍ଚର୍ଯ୍ୟ ଲାଗେ ମା’ଙ୍କ ବାପା,ମା’ ତାଙ୍କ ପାଇଁ ନାମଟିଏ ବାଛିଥିଲେ ମୀରା। ଆଉ ମୀରାଙ୍କ ଜନ୍ମ ଶ୍ରୀପଞ୍ଚମୀ ଦିନ ହୋଇଥିଲା। ସେ କିଶୋରୀ ବୟସରେ କୃଷ୍ଣ ଶବ୍ଦ ଶୁଣି ଆନନ୍ଦ ଅନୁଭବ କରୁଥିଲେ। ଏହି ମୀରା ଶିଶୁ ବୟସରେ ବି ଅସାଧାରଣ ଥିଲେ। ଥରେ ତାଙ୍କ ବଗିଚାରେ ଶୁଖି ଯାଇଥିବା ଗଛଟିକୁ କାଟିଦେବାକୁ ବାପା ଗଛ କଟାଳିଙ୍କୁ ଡାକିଆଣିଥାନ୍ତି, ମୀରା ହଠାତ୍‌ ବାପାଙ୍କୁ କହିଲେ, ଗଛ ଅଭ୍ୟନ୍ତରରେ ମୁଁ ଦେଖୁଛି ସବୁଜ ଶିଖା ଊର୍ଦ୍ଧ୍ୱକୁ ଉଠୁଛି, ଦୟାକରି ଗଛକୁ କାଟନ୍ତୁ ନାହିଁ। ବାପା ଏବଂ ଗଛକଟାଳି ଏହା ଶୁଣି ହସିଲେ, କିନ୍ତୁ ଅଲିଅଳି ଝିଅର କଥା ରକ୍ଷାକରି ଗଛଟିକୁ କାଟିଲେ ନାହିଁ। କିଛିଦିନ ପରେ ସଭିଙ୍କୁ ଚକିତକରି ଗଛଟି ସବୁଜପତ୍ରରେ ହସିଉଠିଲା। ଏହି ଅସାଧାରଣ ସାମର୍ଥ୍ୟରେ ୟୁରୋପ ସଂସ୍କୃତିର ମହନୀୟତା, ଆଲଜେରିଆରୁ ଗୁହ୍ୟ (ତନ୍ତ୍ର) ଜ୍ଞାନ ଏବଂ ଜାପାନରେ ରହି ତାହାର ସୌନ୍ଦର୍ଯ୍ୟବୋଧ, ଦକ୍ଷ ବୌଦ୍ଧିକତା ଏସବୁକୁ ସାଥିରେ ନେଇ ମା’ ଭାରତ ଆସିଲେ ଏବଂ ଭାରତ ମାଟିରେ ତାଙ୍କ ବଳକା ଜୀବନ ପରମଙ୍କ ପାଇଁ ସମର୍ପିଦେଲେ। ରାଜସିଂହାସନ, ସ୍ତ୍ରୀ, ପୁତ୍ର ଛାଡ଼ି ଆସିବା ବୁଦ୍ଧଙ୍କୁ ଆମେ ଦେଖିଛୁ। ଟିକେ ଆଖି ଖୋଲି ମା’ଙ୍କୁ ଦେଖିବା। ରାଜକୀୟ ବିଳାସପୂର୍ଣ୍ଣ ଜୀବନ, ପୃଥିବୀ ପାଇଁ ଭୋଗର ସ୍ବର୍ଗ ପ୍ୟାରିସ, ସନ୍ତାନ, ପରିବାର, ଆତ୍ମୀୟ ସବୁକୁ ଛାଡ଼ି ଭାରତରେ ଯେଉଁମାନଙ୍କ ସହ ଜୀବନ ବଞ୍ଚିବାକୁ ଆସିଲେ ସେମାନେ ରହୁଥିଲେ ପାଞ୍ଚ ଜଣ। ଗାଧୋଇବାକୁ ଗୋଟିଏ ତଉଲିଆ ଥିଲା, ଗୋଟିଏ ଭଙ୍ଗା ଚେୟାର ଥିଲା, ଭାତ ଏବଂ ପୋଡା ଶୁଖିଲା ଲଙ୍କା ସେମାନଙ୍କ ସାମର୍ଥ୍ୟର ପ୍ରିୟ ଖାଦ୍ୟ ଥିଲା ଏବଂ ବ୍ରିଟିଶ୍‌ ସରକାରଙ୍କ ଦ୍ୱାରା ସେମାନେ ଘୋଷିତ ଅପରାଧୀ ଥିଲେ। ମା’ ଆସିଲେ- ଗଢ଼ିଉଠିଲା ଆଶ୍ରମ। ପ୍ରାଚ୍ୟ-ପାଶ୍ଚାତ୍ୟର ସମସ୍ତ ସ୍ବର୍ଗୀୟ ଉପଲବ୍ଧି ଉପରେ ଗଢ଼ିଉଠିଲା ମାନବ ପ୍ରଗତିର ନୂଆ ବିଜ୍ଞାନାଗାର, ଅତିମାନସର ନୂତନ ଜୀବନ ରସାୟନ। ପଣ୍ଡିଚେରୀ ଆକାଶରେ ପୃଥିବୀ ପାଇଁ ଉଦିତ ହେଲା ନୂଆ ସୂର୍ଯ୍ୟ।
ମା’ ଶ୍ରୀଅରବିନ୍ଦଙ୍କ ସହ ମିଶି ପୃଥିବୀ ଏବଂ ମଣିଷ ପାଇଁ କ’ଣ କରିଛନ୍ତି ଏହା ବୁଝିବା ଆମ ପକ୍ଷେ ସମ୍ଭବ ନୁହେଁ। ଯେଉଁ ମା’ ଶିଶୁ ଆଖିରେ ଶୁଖିଲା ଗଛ ମଧ୍ୟରେ ଜୀବନୀ ଶକ୍ତି ଧାଉଁଥିବାର ଦେଖିପାରନ୍ତି, ଯେଉଁ ଶ୍ରୀଅରବିନ୍ଦ ବିଜ୍ଞାନ ଆବିଷ୍କାର କରିବାର ଦଶନ୍ଧି ପୂର୍ବରୁ ସୂର୍ଯ୍ୟରେ ସଂଯୋଜନ ପ୍ରକ୍ରିୟାରେ ଶକ୍ତି ସୃଷ୍ଟି ହେଉଛି ବୋଲି କହିପାରନ୍ତି, ସେ ଦୁହେଁ ମାନବର ଚେତନା, ନିଶ୍ଚେତନା, ଅତିଚେତନାରେ କି କାମ କରିଛନ୍ତି କିଭଳି ବୁଝିବା? ଗଣପତି ମୁନି, କପାଳି ଶାସ୍ତ୍ରୀଙ୍କ ଭଳି ମହାନ ତନ୍ତ୍ରବିତ୍‌, ଯାହାଙ୍କ ଦର୍ଶନମାତ୍ରେ ସ୍ବୟଂ ଜଗଦମ୍ବାଙ୍କୁ ଦେଖିଥିଲେ, ସେହି ମା’ଙ୍କ କଥା ବିଚାରରେ ନୁହେଁ କେବଳ ବିଶ୍ୱାସରେ ବୁଝିହୁଏ। ବିଶ୍ୱାସର ଅନେକ ଘଟଣାରୁ ଗୋଟିଏ କହି ଏହା ଶେଷ କରିବି- ଦ୍ୱିତୀୟ ବିଶ୍ୱଯୁଦ୍ଧ, ମା’ ତାଙ୍କ ସମସ୍ତ ଅଳଙ୍କାର, ଅର୍ଥ ମିତ୍ରଶକ୍ତିକୁ ଦେଇ ନିଜର ସମର୍ଥନ ଘୋଷଣା କଲେ ଏବଂ କହିଲେ ଏ ଯୁଦ୍ଧ ଦେଶ ଦେଶ ମଧ୍ୟରେ ନୁହେଁ ଦିବ୍ୟ-ଅଦିବ୍ୟ ଶକ୍ତି ମଧ୍ୟରେ ହେଉଛି। ହିଟ୍‌ଲର ସୀମା ବିସ୍ତାର କରିଚାଲିଥାଏ। ଶ୍ରୀଅରବିନ୍ଦ ଘୋଷଣା କଲେ, ହିଟଲ୍‌ରକୁ ଯଦି ଅଟକା ନ ଯାଏ ପୃଥିବୀ ଆଉ ମଣିଷର ଏତେ ଶ୍ରମ ତପସ୍ୟାରେ ଗଢ଼ା ସଭ୍ୟତା, ସଂସ୍କୃତି ରସାତଳକୁ ଚାଲିଯିବ। ସମଗ୍ର ବିଶ୍ୱ ମାନବର ଅଗୋଚରରେ ମା’ ନିଜ ଗୁହ୍ୟ (ତନ୍ତ୍ର) ଶକ୍ତି ବଳରେ ଉପସ୍ଥିତ ହେଲେ ହିଟ୍‌ଲରଙ୍କ ଆଗରେ। ତାଙ୍କୁ ଅସୁର ରୂପରେ ରୁଷିଆକୁ ଆକ୍ରମଣ କରିବାକୁ କହିଲେ ଏବଂ କହିଲେ ଏହାପରେ ମୋ ରୂପରେ ଆଉ ଯିଏ ଆସିବ ତାହା କଥା ମୋଟେ ଶୁଣିବୁ ନାହିଁ। ହିଟଲର-ଷ୍ଟାଲିନ ମଧ୍ୟରେ ଯୁଦ୍ଧ ହେଲା, ଅସୁର-ଅସୁର ମଧ୍ୟରେ ଯୁଦ୍ଧ ହୋଇ ଅସୁର ଶକ୍ତି ହେଲା ଦୁର୍ବଳ, ଆଉ ମିତ୍ରଶକ୍ତିର ବିଜୟ। ଏଭଳି ଆମ ବିଶ୍ୱାସ ବାହାରେ ବହୁକଥା ରହିଛି- କିନ୍ତୁ ମା’ଙ୍କ ସର୍ବୋଚ୍ଚ କାର୍ଯ୍ୟ ହେଉଛି- ମଣିଷ ମଧ୍ୟରେ ଦେବତ୍ୱକୁ ପରିପ୍ରକାଶ କରିବା। ଆମ ସଭିଙ୍କ ବିଶ୍ୱାସ ଆଉ ବିଶ୍ୱାସ ବାହାରେ ଏ କାର୍ଯ୍ୟ ଏଠି ସାକାର ରୂପ ନେବାରେ ଲାଗିଛି।
(ଶ୍ରୀମାଙ୍କ ପଣ୍ଡିଚେରୀ ଆଗମନ ଦିବସ ଉପଲକ୍ଷେ)
ମୋ- ୯୪୩୭୬୪୧୪୧୩


Enter your email to get our daily news in your inbox.

All Right Reserved By Dharitri.Com

ଆଜିର ଯୁବସମାଜ

କିଛି ଦିନ ପୂର୍ବେ ଜଣେ ଛାତ୍ରଙ୍କୁ କହିଲି ଆସନ୍ତା ରବିବାର କିଛି ସାମାଜିକ ସେବା କରିବା। କଥା ଶୁଣି ଯୁବ ଛାତ୍ର ଜଣକ ଉତ୍ତର ଦେଲା-...

ପିଏଚ୍‌.ଡି.ର ଆତ୍ମକଥା

ସାମ୍ପ୍ରତିକ ସମୟରେ, ଖବରକାଗଜ ଏବଂ ସୋସିଆଲ ମିଡିଆ ‘ପିଏଚ.ଡି. ଡିଗ୍ରୀ’ ପାଇଥିବା ବ୍ୟକ୍ତିବିଶେଷଙ୍କ ବିଷୟରେ ଘୋଷଣାରେ ପରିପୂର୍ଣ୍ଣ। ପ୍ରାୟତଃ, ଏହି ରିପୋର୍ଟ ଗୁଡ଼ିକ ଦର୍ଶାଏ ଯେ...

ମନ୍ତ୍ରଣାଳୟ ସ୍ଥାନାନ୍ତର

ଅନେକ ଦଶନ୍ଧି ଧରି ରାଇସିନା ହିଲ୍‌ ଶାସନର ଏକ ପ୍ରତୀକ ଥିଲା। ଉତ୍ତର ଏବଂ ଦକ୍ଷିଣ ବ୍ଲକ୍‌ କ୍ଷମତାର କେନ୍ଦ୍ର ଥିଲା, ଯେଉଁଠାରେ ଫାଇଲଗୁଡ଼ିକର କାମ...

ଏଇ ଭାରତରେ

ନାଗା ଯୋଦ୍ଧା ଛାକେସାଙ୍କ ଜନଜାତି ଲୋକେ ଶିକାର ଛାଡ଼ିଦେଇ ପରିବେଶ ଓ ପ୍ରାଣୀଙ୍କ ସୁରକ୍ଷା ପାଇଁ ଏବେ କାମ କରୁଛନ୍ତି। ସେମାନେ ଇଣ୍ଡୋ-ବର୍ମା ବାୟୋଡାଇଭର୍ସିଟି ହଟ୍‌ସ୍ପଟରେ...

ଗଣତନ୍ତ୍ରରେ ନୈତିକ ମୂଲ୍ୟବୋଧ

ଗଣତନ୍ତ୍ର ଗଣଙ୍କର ଶାସନ। ଗଣତନ୍ତ୍ରରେ ସତ୍ତାଧାରୀଙ୍କର କାର୍ଯ୍ୟାବଳୀର ମୂଲ୍ୟାୟନ ଜନତାଙ୍କ ମାଧ୍ୟମରେ ପ୍ରତି ପାଞ୍ଚବର୍ଷରେ ଥରେ ହୁଏ। ତେଣୁ ଚଷା ହୁଡ଼ିଲେ ବରଷେ ପରି ଭୋଟର...

ପଣକିଆ ପାଠକର

ପିଲାମାନେ ଏବେ ନିଜ ଆଙ୍ଗୁଠି ସ୍ପର୍ଶରେ ପର୍ବତ, ସମୁଦ୍ର, ଯୁଦ୍ଧ, ମହାମାରୀ, ପର୍ବପର୍ବାଣି ଏବଂ ଯାନିଯାତ୍ରା ସବୁକିଛି ଦେଖିପାରୁଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି, ସେମାନେ କ’ଣ...

ଆମେରିକାର ସାମ୍ରାଜ୍ୟବାଦ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରେ ଏବେ ବ୍ୟବସାୟିକ, ଭୂରାଜନୈତିକ ତଥା ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ପ୍ରଭୁତ୍ୱ ବିସ୍ତାର କରିବାର ପାଗଳାମି ପ୍ରକାଶ ପାଇଛି ଏବଂ ଏହା...

ପ୍ରାଥମିକ ଶିକ୍ଷାରେ ଭାଷା-ବାଧକ ନା ସମ୍ୱଳ

ଲପ ଗଛ ମୁଣ୍ଡ ଉପରକୁ ଚଢ଼ିଗଲାଣି ସୁଆଁଲ ନଟି। ଗଛରେ ଦି’କେନା ବାହୁଙ୍ଗା ଆଉ ଚାରି କାନ୍ଦି ବଉଳ। ଜାଡ଼ ପବନରେ ସଲପ ଗଛ ନିଜକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri