କାହିଁକି କୁନି ଝିଅର ଘରକୁ ଯାଇ ଭେଟିଲେ ଆବୁ ଧାବି କ୍ରାଉନ୍‌ ପ୍ରିନ୍ସ

ଆବୁ ଧାବି,୩।୧୨: ଆବୁ ଧାବିର କ୍ରାଉନ୍‌ ପ୍ରିନ୍ସ ତଥା ୟୁଏଇ ସେନାର ଡେପୁଟି ସୁପ୍ରିମ କମାଣ୍ଡର ଶେଖ ମହମ୍ମଦ ବିନ ଜାୟେଦ ସୋମବାର ଜଣେ ୟୁଏଇ ଝିଅଙ୍କ ଘରକୁ ଯାଇ ସାକ୍ଷାତ୍‌ କରିଛନ୍ତି। ସେହି ଝିଅଙ୍କ ସହ କ୍ରାଉନ୍‌ ପ୍ରିନ୍ସଙ୍କ ସାକ୍ଷାତ୍‌କାର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଦେଶର ରାଜା ଜଣେ ସାଧାରଣ ଝିଅଙ୍କ ଘରକୁ ଯାଇ କାହିଁକି ଦେଖାକରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସୂଚନାମୁତାବକ ଆବୁ ଧାବିରେ ସୌଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ବିନ୍‌ ଅବଦ୍ଦୁଲ ଅଜିଜଙ୍କ ସ୍ବାଗତ ପାଇଁ କିଛି ସ୍କୁଲ ପିଲାଙ୍କୁ ଚୟନ କରାଯାଇଥିଲା। ସେଥିମଧ୍ୟରେ ଆୟଶା ନାମକ ଜଣେ ଝିଅ ରହିଥିଲେ। ସ୍ବାଗତ ସମାରୋହରେ ଆବୁ ଧାବିର କ୍ରାଉନ ପ୍ରିନ୍ସ ଶେଖ ମହମ୍ମଦ କାରପେଟରେ ଆସୁଥିବା ବେଳେ ଆୟଶା ତାଙ୍କ ସହ ହାତ ମିଳାଇବା ପାଇଁ ଆଗକୁ ହାତ ବଢ଼ାଇଥିଲେ। ହେଲେ ଭିଡ ଯୋଗୁ ସେ ହାତ ମିଳାଇପାରି ନ ଥିବାରୁ ମନଦୁଃଖ କରିଥିଲେ।

ଏନେଇ ପ୍ରିନ୍ସ ଶେଖ ମହମ୍ମଦ ଜାଣିବା ପରେ ଆୟାଶାଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ୍‌ କରିଥିଲେ। ସେହି ସମୟର ଏକ ଫଟୋକୁ ଶେଖ ମହମ୍ମଦ ଟୁଇଟରରେ ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, କୁନି ଝିଅ ଆୟଶା ଓ ତାଙ୍କ ପରିବାରକୁ ଭେଟି ବହୁତ ଖୁସି ଅନୁଭବ କଲି। ତେବେ କ୍ରାଉନ୍‌ ପ୍ରିନ୍ସଙ୍କ ଏହି ଉଦାରତାକୁ ସାଧାରଣରେ ପ୍ରଶଂସା କରାଯାଇଥିବା ବେଳେ ଏହା ଦେଶ ତଥା ଦେଶବାସୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଚର୍ଚ୍ଚା ହୋଇଛି। ଅନ୍ୟପଟେ ଶେୟାର ହେବାର କିଛି ସମୟ ମଧ୍ୟରେ ଏହି ଫଟୋକୁ ଲକ୍ଷାଧିକ ଲାଇକ୍‌ ମିଳିବା ସହ ୫ହଜାର ଥର ରିଟୁଇଟ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri