Posted inଖେଳ

କାହିଁକି ଏକାସଙ୍ଗେ ବ୍ୟାଟିଂ ପାଇଁ ଆସିଥିଲେ ପନ୍ତ, ଆୟାର

ବେଙ୍ଗାଲୁରୁ,୨୩।୯: ସ୍ଥାନୀୟ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ବିପକ୍ଷରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌କୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ୯ଉଇକେଟରେ ଜିତି ନେଇଛି। ଏହି ମ୍ୟାଚ୍‌ର ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତ ଇନିଂସର ୮ମ ଓଭରରେ ଶିଖର ଧାଓ୍ବନ ଆଉଟ୍‌ ହେବା ପରେ ୪ର୍ଥ କ୍ରମରେ ଦୁଇ ବ୍ୟାଟ୍ସମ୍ୟାନ ଡଗ୍‌ଆଉଟରୁ ଗ୍ରାଉଣ୍ଡ ଅଭିମୁଖେ ବାହାରିଥିଲେ। ସେମାନେ ହେଲେ ରିଷଭ ପନ୍ତ ଓ ଶ୍ରେୟାସ ଆୟାର। ଉଭୟେ ଏକା ସମୟରେ ଡଗ୍‌ ଆଉଟରୁ ପଡ଼ିଆକୁ ଆସୁଥିବା ଦେଖିବାକୁ ମିଳିଥିଲା। ଦୁଇ ଖେଳାଳି ସାମ୍ନାସାମ୍ନି ହେବା ପରେ କ’ଣ ଘଟୁଛି, ତାହା ଜାଣିବାକୁ ପାଇଥିଲେ। ଏହି ସମୟରେ କ୍ରିଜ୍‌ରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ଘଟଣାକୁ ମ୍ୟାଚ୍‌ ପରେ ସ୍ବୀକାର କରିଛନ୍ତି। ଦଳୀୟ ମ୍ୟାନେଜମେଣ୍ଟ ଓ ଦୁଇ ଖେଳାଳିଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ଯୋଗୁ ଏଭଳି ଘଟିଥିଲା ବୋଲି କୋହଲି କହିଛନ୍ତି। ଉଭୟ ବ୍ୟାଟ୍ସମ୍ୟାନ ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ମନ ବଳାଇଥିଲେ। ଯଦି ଦୁହେଁ ଏକାସଙ୍ଗେ କ୍ରିଜ୍‌ରେ ପହଞ୍ଚତ୍ ଥାନ୍ତେ, ଏହା କୌତୂହଳପୂର୍ଣ୍ଣ ବିଷୟ ହୋଇଥାନ୍ତ। ମ୍ୟାଚ୍‌ର ସ୍ଥିତି ଅନୁଯାୟୀ ଦଳର ୪ର୍ଥ ସ୍ଥାନର ବ୍ୟାଟ୍ସମ୍ୟାନ ନିର୍ଣ୍ଣୟ କରାଯାଏ। ଯଦି ୧୦ ଓଭର ପରେ ଦ୍ୱିତୀୟ ଉଇକେଟ ପଡ଼ିଥାନ୍ତା, ତେବେ ପନ୍ତ ବ୍ୟାଟିଂ କରିଥାନ୍ତେ। ନ ହେଲେ ଆୟାର ବ୍ୟାଟିଂ କରିବାର ଥିଲା। କିନ୍ତୁ ଏକାସଙ୍ଗେ ଡଗ୍‌ ଆଉଟ୍‌ରୁ ବାହାରିବାରୁ ଦୁହେଁ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ ବୋଲି ଅଧିନାୟକ କୋହଲି କହିଛନ୍ତି। ଆୟାରଙ୍କ ସ୍ଥାନରେ ପନ୍ତ ବ୍ୟାଟିଂ କରିବାକୁ ଆସି ୨୧ ବଲରେ ୧୯ ରନ୍‌ କରିଥିବାବେଳେ ଆୟାର ୫ ରନ୍‌ କରି ଆଉଟ୍‌ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri