କାଳ୍ପନିକ ଦୁନିଆ

ଗାନ୍ଧୀବାଦ ଆଜିି ପଥ ଭ୍ରଷ୍ଟ। ଏହାକୁ କେତେକେ ଅପବ୍ୟବହାର କରୁଛନ୍ତି। ଗାନ୍ଧୀବାଦ ଆଜି ଦୋଛକିରେ ଠିଆ ହୋଇଛି। ଏପରି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ନାଟକ ‘କାଳ୍ପନିକ ଦୁନିଆ’ ନିକଟରେ ସିଏମ୍‌ବିଡି ଟ୍ରଷ୍ଟ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଇନ୍ଦ୍ରଧନୁ ନାଟକ ଉତ୍ସବରେ ମଞ୍ଚସ୍ଥ ହୋଇ ପ୍ରଶଂସିତ ହୋଇଛି। ଭୁବନେଶ୍ୱରସ୍ଥ ପ୍ରିୟଦର୍ଶିନୀ ଡ୍ୟାନ୍ସ ମ୍ୟୁଜିକ ଆଣ୍ଡ ନାଟକ ସମାଜ ପକ୍ଷରୁ ପରିବେଷିତ ଏହି ନାଟକରେ କଳାକାରଙ୍କ ଅଭିନୟ ନାଟକଟିକୁ ସଫଳ କରାଇବାରେ ଯଥେଷ୍ଟ ସହାୟକ ହୋଇଥିଲା। ନାଟକକୁ ରଚନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ବିଜୟ ସିଂ। ବିନୟ-ମମତା ସଙ୍ଗୀତ ଦାୟିତ୍ୱକୁ ବେଶ୍‌ ସୁଚାରୁ ରୂପେ ତୁଲାଇଥିଲେ। ମୃତ୍ୟୁଞ୍ଜୟ ପଣ୍ଡା (ବୁଲୁ)ଙ୍କ ବୈଷୟିକ ନିର୍ଦ୍ଦେଶନା କୌଣସି ଗୁଣରେ କମ୍‌ ନ ଥିଲା। ନାଟକର ବିଭିନ୍ନ ଭୂମିକାରେ ଜ୍ୟୋତି ପଣ୍ଡା, ମାନସ ମିଶ୍ର, ମମତା ମହାନ୍ତି, ସତ୍ୟ ପ୍ରକାଶ ମହାରଣା, ବବଲୁ, ସିଲୁ, ଶରତ ସମ୍ରାଟ, ଦିବ୍ୟା ଭାରତୀ, ସୁରେଶ ଏବଂ ମୃତ୍ୟୁଞ୍ଜୟ ପଣ୍ଡା ଅଭିିନୟ କରିଥିଲେ। ହୃଦୟସ୍ପର୍ଶୀ ଉପସ୍ଥାପନା ଅଡିଟୋରିୟମରେ ଉପସ୍ଥିତ ଦର୍ଶକକୁ ଶେଷ ପର୍ଯ୍ୟନ୍ତ ବସି ନାଟକ ଦେଖିବାକୁ ଏକରକମ ବାଧ୍ୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri