କାଲିଫର୍ନିଆରେ ଛୁଟି ମନାଉଛନ୍ତି ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସଙ୍କ ଭଲପାଇବା ବଲିଉଡ୍‌ ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ  ଚର୍ଚ୍ଚାରେ ରହିଥାଏ। ନିଜର ରୋମାଣ୍ଟିକ୍‌ ବଣ୍ଡିଂ ହେଉ କି ଯୁଆଡ଼େ ବୁଲିବାକୁ ଯାଆନ୍ତୁ ନା କାହିଁକି ପ୍ରିୟଙ୍କା ଏବଂ ନିକ୍‌ ଫ୍ୟାନ୍‌ମାନଙ୍କୁ ଏ ସମ୍ପର୍କରେ ଜଣାଇବାକୁ ଆଦୌ ଭୁଲନ୍ତି ନାହିଁ। ଲଗାତର ସୋସିଆଲ ମିଡିଆରେ ଫ୍ୟାନମାନଙ୍କୁ ପ୍ରତିଟି ବିଷୟରେ ଜଣାଇଥାନ୍ତି। ଏବେ ଏହି ଦୁଇଜଣ କାଲିଫର୍ନିଆର ବରଫାବୃତ୍ତ ଅଞ୍ଚଳରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଫଟୋରେ ଦୁହେଁ ଦୁହିଁଙ୍କ ହାତ ଧରି ବରଫାଚ୍ଛନ୍ନ ଅଞ୍ଚଳରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଚାରିପଟରେ ବରଫର ପାହାଡ଼ ଆଉ ଗଛ ରହିଛି। ବଡ଼ଦିନ ଉପଲକ୍ଷେ ନିକ୍‌ ପ୍ରିୟଙ୍କାଙ୍କୁ ସ୍ନୋମୋବାଇଲ୍‌ ଗିଫ୍ଟ କରିଛନ୍ତି, ଯାହାକୁ ପ୍ରିୟଙ୍କା ଚଳାଉଥିବା ଦେଖିବାକୁ ମିଳିଛି। ଏ ତ ଗଲା ବ୍ୟକ୍ତିଗତ କଥା। ପ୍ରିୟଙ୍କା ଏବେ ତାଙ୍କର ଆଗାମୀ ଫିଲ୍ମ ‘ଦ ହ୍ବାଇଟ୍‌ ଟାଇଗର୍‌’ ଶୁଟିଂରେ ବ୍ୟସ୍ତ ରହୁଛନ୍ତି। ପ୍ରିୟଙ୍କାଙ୍କ ସହିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରାଜକୁମାର ରାଓ ଅଭିନୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍‌ନାକୁ ଆସିଲେ ରାଖୀ ସାଓ୍ବନ୍ତଙ୍କ ଝିଅ

ମୁମ୍ବାଇ : ନିଜର ଅଜବ୍‌ କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରୁଥିବା ବଲିଉଡ୍‌ର ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ଏବେ ପୁଣି ଚର୍ଚ୍ଚାକୁ...

ନବ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମା’, ମାମୁଁ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୁକ୍ରବାର ନିଜର ୨୨ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ମା’ ଶ୍ୱେତା ବଚ୍ଚନ ଓ...

ରାମାୟଣ’ର ଲକ୍ଷଣଙ୍କୁ ନୂଆ ଲୁକ୍‌ ଦେଲେ ପ୍ରଶଂସକ

କରୋନା ଲକ୍‌ଡାଉନ୍‌ ଯୋଗୁ ରାମାନନ୍ଦ ସାଗରଙ୍କ ପୌରାଣିକ ଧାରାବାହିକ ‘ରାମାୟଣ’ ଏବେ ପୁଣିଥରେ ଟିଭିରେ ପ୍ରସାରିତ ହେଉଛି। ଏହା ଦ୍ୱାରା ପ୍ରଶଂସକଙ୍କ ସୃତି ପୁଣିଥରେ ଉଜ୍ଜୀବିତ...

ମଲାଇକାଙ୍କ ଭଳି ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ସୋନାକ୍ଷୀ

ବମ୍ବେ: ଆଇଟମ୍‌ ଗର୍ଲ ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କ ଭଳି ପୋଷାକ ପିନ୍ଧିବାକୁ ନେଇ ଟ୍ରୋଲ ହୋଇଛନ୍ତି ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ନିଜର ସୋସିଆଲ...

ଲକ୍‌ଡାଉନ୍‌ରେ ଫାର୍ମହାଉସ ସଫା କଲେ ସଲମାନ୍‌

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ଏବେ ପନଭେଲସ୍ଥିତ ନିଜ ଫାର୍ମହାଉସରେ ରହୁଛନ୍ତି। ତାଙ୍କ ସହ ଭଉଣୀ ଅର୍ପିତା, ଅଭିନେତା ଆୟୁଶ ଶର୍ମା, ଅଭିନେତ୍ରୀ...

ଘର କିଣିବା ସହ ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀ ନିକ୍‌ ଜୋନସଙ୍କ ସହ ମିଶି ବିଦେଶରେ ରହୁଛନ୍ତି। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ...

ଦୀପିକା, ପ୍ରିୟଙ୍କାଙ୍କଠାରୁ ପଛରେ ଅଛନ୍ତି ମୋଦି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ୩୦ ମିଲିୟନ(୩କୋଟି)ରେ ପହଞ୍ଚିଛି। ହେଲେ...

କରୀନାଙ୍କ ଏହି ସାଧାରଣ ଦେଖାଯାଉଥିବା ଡ୍ରେସ୍‌ର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ମୁମ୍ବାଇ: ବଲିଉଡ୍‌ ବେବୋ କରୀନା କପୁର ଖାଁ ନିଜର ଫ୍ୟାଶନ ସେନ୍ସ ପାଇଁ ବେଶ୍‌ ଜଣାଶୁଣା। ରେଡ୍‌ କାର୍ପେଟ ହେଉ କି ଘରେ ତାଙ୍କ ଡ୍ରେସ୍‌...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *