କାର୍ଯ୍ୟାଦେଶ ମିଳିଛି, ଟଙ୍କା ମିଳୁନି: ସ୍ଲାବ ପାଇଁ ଟଙ୍କା ନାହିଁ; ଭଙ୍ଗା ଘର ଭରସା

ନୂଆପଡା ଅଫିସ,୧୫ା୮ : ସରକାର କାହାରିକୁ ଖପର ଘରେ ରହିବାକୁ ଦେବେ ନାହିଁ ବୋଲି ହଜାର ହଜାର ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇଦେଉଛନ୍ତି । ହେଲେ ସେଗୁଡିକର ପରିଚାଳନା ବ୍ୟବସ୍ଥା ଢିଲା ପଡିଥିବା ଯୋଗୁ ଥିଲାବାଲା ଲୋକ ଶୀଘ୍ର ଏଥିରୁ ଫାଇଦା ନେଉଥିବାବେଳେ ଗରିବ ଲୋକଙ୍କୁ କେବଳ କାର୍ଯ୍ୟାଦେଶ ମିଳିଯାଉଛି, ବାକି ଟଙ୍କା ପ୍ରଦାନରେ ଜାଣିଶୁଣି ଅବହେଳା କରାଯାଉଛି । ଫଳରେ ଗରିବ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆପଡ଼ା ଜିଲା କୋମନା ବ୍ଲକ ପଲସିପାଣି ଗାଁର ଅରକ୍ଷିତ ସୁନାନୀ (୩୨) ନାମକ ଜଣେ ବ୍ୟକ୍ତିଙ୍କ କୁଡିଆର ଘର ଭାଙ୍ଗିଯିବା ପରେ ଅର୍ଦ୍ଧ ଭଗ୍ନ ଘରେ ରହୁଥିଲେ। ଏହାକୁ ଦେଖି ତାଙ୍କୁ ଗତ ୨୦୧୭-୧୮ ଆର୍ଥତ୍କ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ସକାଶେ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଅରକ୍ଷିତଙ୍କୁ ପ୍ରଥମ କିସ୍ତିରେ ମାତ୍ର ୨୦ ହଜାର ଟଙ୍କା ପ୍ରଦାନ କରାଗଲା । ପରେ ସେ ନିଜ ଘରର ସମସ୍ତ ଆସବାବ ବିକ୍ରି କରି ଘର ନିର୍ମାଣରେ ଲାଗିଗଲେ । ହେଲେ ବାକି ଟଙ୍କା ମିଳିଲା ନାହିଁ । ବର୍ତ୍ତମାନ ସ୍ଲାବ ପର୍ଯ୍ୟନ୍ତ କାମ ଯାଇ ଅଟକି ଯାଇଛି । ସ୍ଲାବ ପାଇଁ ବାକି ୪୫ହ ଜାର ଟଙ୍କା ମିଳିବା କଥା । ହେଲେ ତାହା ଦିଆଯାଉନାହିଁ । ଟଙ୍କା ପାଇଁ ବାରମ୍ବାର ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନ ଥିବାରୁ ଭାଙ୍ଗି ପଡିଛନ୍ତି । ଘରେ ଏବେ ଖାଇବାକୁ କିଛି ନ ଥିବାବେଳେ ବାଧ୍ୟ ହୋଇ ଭଙ୍ଗା ଘରେ ସ୍ତ୍ରୀ ପତରଙ୍ଗୀ, ପୁଅ ନରେନ୍ଦ୍ର, ଝିଅ ରଶ୍ମିତା ରହୁଥିବା ଅରକ୍ଷିତ ପ୍ରକାଶ କରିଛନ୍ତି । ଏହା ଉପରେ ଜିଲା କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ପାଉଁଶ ହୋଇଗଲା ମୋଟରସାଇକେଲ

କାମାକ୍ଷାନଗର,୨୭।୨: ଭୟାବହ ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଗଲା ପାଞ୍ଚରୁ ଅଧିକ ମୋଟରସାଇକେଲ। ଏଭଳି ଏକ ଦୁର୍ଘଟଣା ଘଟିଛି କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟ ପରିସରରେ। ସୂଚନାଥାଉ କି,...

ବାପାଙ୍କୁ ହତ୍ୟା କରି ଅଖାରେ ପୋତିଦେଲେ ପୁଅ!

ସମ୍ବଲପୁର,୨୭।୨: ପାରିବାରିକ ବିବାଦରୁ ବାପାଙ୍କୁ ହତ୍ୟା କଲେ ସୈତାନ ପୁଅ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସମ୍ବଲପୁର ଜିଲାରେ ଘଟିଛି। ହତ୍ୟା କରି ଫେରାର ହୋଇଛି ପୁଅ।...

ବରଗଡ଼ରେ ପ୍ରବଳ ବର୍ଷା

ବରଗଡ,୨୭।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରୁ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା...

ହାଇକୋର୍ଟରେ ନକଲି ଡାକ୍ତର ଚିହ୍ନଟ ମାମଲା: ‘ଜାଲ ଡାକ୍ତର ନିଯୁକ୍ତି ରୋକିବାକୁ କ’ଣ ପଦକ୍ଷେପ ନେଇଛ ଜଣାଅ’

କଟକ,୨୭ା୨ (କାର୍ତ୍ତିକ ସାହୁ) ରାଜ୍ୟରେ ରହିଥିବା ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ଓଡ଼ିଶା ରାଜ୍ୟ ଆଇନ...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ବାରବାଟୀ ଷ୍ଟାଡିୟମର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ: ବିଭିନ୍ନ ଜିଲାରେ ହେବ ୪୧କ୍ରିକେଟ ଏକାଡେମୀ

କଟକ,୨୭।୨: କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟର ବିଭିନ୍ନ ଜିଲାରେ ହେବାକୁଥିବା ଥିବା ୪୧ଟି...

ଓଲଟିଲା ଯାତ୍ରୀବାହୀ ବସ୍‌: ୨ଗୁରୁତର, ୧୫ଆହତ

କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ-ତେନ୍ତୁଳୀଖୁଣ୍ଟି ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡିଛି। ଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା...

ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ଚାଲିଗଲା ୪ ମାଓବାଦୀଙ୍କ ଜୀବନ

ମାଲକାନଗିରି,୨୭।୨(ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ତୁଙ୍ଗଲି ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri