କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହେଲ୍‌ଥ ସେଣ୍ଟର

ଢେଙ୍କାନାଳ ଅଫିସ, ୧୪।୪

ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସୋମବାରଠାରୁ କାର୍ଯ୍ୟକ୍ଷମ ହୋଇଛି ଜିଲାସ୍ତରୀୟ କୋଭିଡ୍‌ ହେଲ୍‌ଥ ସେଣ୍ଟର। ରାଜ୍ୟ ସରକାର ଏବଂ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଅନୁଦାନରେ ଏହା ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାକୁ ଲୋକାର୍ପଣ କରିଥିଲେ।
କୋଭିଡ୍‌-୧୯ ପ୍ରତିରୋଧ ସମ୍ପର୍କିତ ଗାଇଡ୍‌ ଲାଇନ ଅନୁଯାୟୀ ଏଥିରେ ମୋଟ ୧୦୬ ଶଯ୍ୟା ରହିଛି। ସେଥିରୁ ୫୪ଟିରେ ଅକ୍ସିଜେନ ସୁବିଧା ରହିଛି। ୪୦ଟି ଆଇସୋଲେଶନ ଶଯ୍ୟା ଭାବେ ବ୍ୟବହାର କରାଯାଇପାରିବ। ସେହିପରି ୬ଶଯ୍ୟାରେ ହାଇଫର ଡିପେଣ୍ଡାଣ୍ଟ ୟୁନିଟ୍‌ (ଏଚ୍‌ଡିୟୁ)ର ବ୍ୟବସ୍ଥା କରାଯାଇଛି। ଜିଲା ସ୍ବାସ୍ଥ୍ୟ ବିଭାଗ, ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଲିମପ୍ରାପ୍ତ ସ୍ବତନ୍ତ୍ର ଡାକ୍ତର, ଷ୍ଟାଫ୍‌ନର୍ସ ଏବଂ ଟେକ୍ନିସିଆନ ଏହି ହେଲ୍‌ଥ ସେଣ୍ଟରରେ କାର୍ଯ୍ୟ କରିବେ। ଡାକ୍ତରମାନେ ହୋଟେଲରେ ରହିବେ। ସେହିପରି ସହଯୋଗୀ କର୍ମଚାରୀମାନଙ୍କ ଲାଗି ସ୍ବାସ୍ଥ୍ୟକେନ୍ଦ୍ର ପରିସର ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଶାଦ୍ରୀ’ର ହଷ୍ଟେଲରେ ରହିବା ବ୍ୟବସ୍ଥା କରାଯାଇଛି। ଏଣିକି ଜିଲାରେ କରୋନା ସଂକ୍ରମିତ ରୋଗୀଙ୍କୁ ଅନ୍ୟତ୍ର ଯିବାକୁ ପଡ଼ିବ ନାହିଁ। ସେମାନେ ଏଠାରେ ସୁବିଧାରେ ଚିକିତ୍ସିତ ହୋଇପାରିବେ। ଗୁରୁତର ରୋଗୀଙ୍କୁ ଆବଶ୍ୟକ ପଡ଼ିଲେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। କୋଭିଡ୍‌ ହେଲ୍‌ଥ ସେଣ୍ଟର ପରିଚାଳନା ଦାୟିତ୍ୱ ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଡିଏମ୍‌ଓ ଡା. ଅଭୟ କୁମାର ଦାସଙ୍କୁ କୋଭିଡ୍‌ ହେଲ୍‌ଥ ସେଣ୍ଟରର ମେଡିକାଲ ଅଫିସର ଦାୟିତ୍ୱ ଦିଆଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ନରୋତ୍ତମ ବେହେରା, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ କଲା ନାହିଁ, ନିଜେ ତିଆରି କଲେ ରାସ୍ତା

ଖଡ଼ିଆଳ,୧୭ା୭ (ସୁଜିତ କୁମାର ପ୍ରଧାନ)- ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ.୧୧ ପୁଟୁପଡ଼ା ମୁଖ୍ୟ ରାସ୍ତା ଖାଲଖମାପୂର୍ଣ୍ଣ ରହିଥିଲା। ବର୍ଷା ଦିନରେ ରାସ୍ତା କାଦୁଅ ହେବା ସହ ଖାଲରେ…

ହଠାତ ଲଣ୍ଡନରେ ପହଞ୍ଚିଲେ ରୋହିତଙ୍କ ମା’ବାପା, ଲର୍ଡସ ଦିନିକିଆ ପରେ ସନ୍ନ୍ୟାସ ନିଶ୍ଚିତ!

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ସଫଳ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଇଂଲଣ୍ଡ ବିପକ୍ଷରେ…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ଏକାଧିକ ସ୍ଥାନରେ ଉପୁଡ଼ିଲା ଗଛ, ସମସ୍ୟା ଘେରରେ…

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସମଗ୍ର ଅଞ୍ଚଳ…

ଏନ୍‌ଇଇଟିରେ କ୍ଷୀରୋଦଙ୍କ ସଫଳତା

କଲମପୁର,୧୭ା୭(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ବଲାଗାଁର କ୍ଷୀରୋଦ କାଣ୍ଡ ଏନ୍‌ଇଇଟିରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବଲାଗାଁର ତ୍ରିନାଥ କାଣ୍ଡ…

 ଥୁଆମୂଳ ରାମପୁର ବ୍ଲକରେ ଭବ୍ୟ ରଥଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଟାଣିଲେ ରଥ

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ…

ଫାଇନାଲ ଦେଖିବାକୁ ଯିବେ ନାହିଁ ଆର୍ଜେଣ୍ଟିିନା ରାଷ୍ଟ୍ରପତି, କାହିଁକି ଜାଣନ୍ତୁ..

ବୁଏନ୍ସ ଏରିଜ, ୧୭ା୭: ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିଏର୍‌ ମିଲେଇଙ୍କର ଏକ ଅନ୍ଧବିଶ୍ୱାସ ରହିଛି। ଏଥିପାଇଁ ସେ ରବିବାର ଆର୍ଜେଣ୍ଟିନା ଓ ସ୍ପେନ୍‌ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍‌…

ରଥଟଣା ବେଳେ ଅଘଟଣ: ଶଳାକୁ ଖଣ୍ଡାରେ ହାଣିଥିବା ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖୁସିଖବର: ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ଜେନେରାଲ୍ ଟିକେଟ୍‌ରେ ମିଳିବ ରିହାତି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ ରେଳବାଇ ରେଳ ଯାତ୍ରୀମାନଙ୍କୁ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଅଣ-ସଂରକ୍ଷିତ (Unreserved) ଅର୍ଥାତ୍ ଜେନେରାଲ୍ ଟିକେଟ୍ ବୁକିଂ ଉପରେ ମିଳୁଥିବା ୩% ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri