କାର୍ଯ୍ୟକ୍ଷମ ହେଲା କେନ୍ଦ୍ରାପଡ଼ା କୋଭିଡ୍‌-୧୯ ହସ୍ପିଟାଲ୍‌

ଡେରାବିଶ, ୧୩।୪ (ସ୍ବ.ପ୍ର.)-କରୋନା ସଂକ୍ରମିତଙ୍କୁ ସହଜ ଓ ସୁବିଧାରେ ଉପଯୁକ୍ତ ସେବା ଯୋଗାଇ ଦେବା ସକାଶେ ରାଜ୍ୟର କେତେକ ସ୍ଥାନରେ ରାଜ୍ୟ ସରକାର ଅସ୍ଥାୟୀ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରିଛନ୍ତି। ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ଛତାସ୍ଥିତ କେନ୍ଦ୍ରାପଡ଼ା ପଲିଟେକ୍‌ନିକ୍‌ କଲେଜ ପରିସରରେ ଏକ ଅସ୍ଥାୟୀ କୋଭିଡ୍‌-୧୯ ହସ୍ପିଟାଲ ଖୋଲାଯାଇଛି। ଜିଲା ପ୍ରଶାସନ ଓ ଭୁବନେଶ୍ୱରସ୍ଥିତ ସମ୍‌ ହସପିଟାଲ୍‌ ମିଳିତ ସହଯୋଗରେ ଖୋଲିଥିବା ଉକ୍ତ ହସ୍ପିଟାଲ ସୋମବାର ଜିଲାପାଳ ସମର୍ଥ ବର୍ମା ଓ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀ ଓ ସମ୍‌ ହସ୍ପିଟାଲ୍‌ ଡାକ୍ତରଙ୍କ ଉପସ୍ଥିତିରେ କାର୍ଯ୍ୟକ୍ଷମ ହୋଇଛି। ଉକ୍ତ ହସ୍ପିଟାଲରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ରଖାଯାଇଥିବା ବେଳେ ଅଭିଜ୍ଞ ଡାକ୍ତର ଓ ନର୍ସମାନଙ୍କୁ ସଜାଗ ରଖାଯାଇଛି। ଏଠାରେ ୧୧୦ ଶଯ୍ୟା ରଖାଯାଇଥିବା ବେଳେ ୧୦ଟି ଆଇସିୟୁ ବେଡ୍‌ ବ୍ୟବସ୍ଥା କରାଯାଇଛି। ଏହାସହିତ ୫ ଭେଣ୍ଟିଲେଟରର ସୁବିଧା ଯୋଗାଇ ଦିଆଯାଇଛି। ଏତଦ୍‌ବ୍ୟତୀତ ଇକୋ ମେସିନ୍‌, ଅଲଟ୍ରା ସାଉଣ୍ଡ, ମନିଟରର ବ୍ୟବସ୍ଥା କରାଯାଇଛି। କୋଭିଡ୍‌-୧୯ର ପରୀକ୍ଷା ପାଇଁ ଅତ୍ୟାଧୁନିକ ପରୀକ୍ଷାଗାର ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଏଣିକି ଜିଲାରେ କେହି କରୋନା ସଂକ୍ରମିତ ହେଲେ ଉକ୍ତ ମେଡିକାଲରେ ଚିକିତ୍ସିତ ହୋଇପାରିବେ। ଏହାର ଅନତି ଦୂରରେ ଅନ୍ୟ ଏକ ବିଲ୍ଡିଂରେ ୨୬୦ ଶଯ୍ୟା ବିଶିଷ୍ଟ କ୍ୱାରାଣ୍ଟାଇନ୍‌ ଓ ଆଇସୋଲେଶନ୍‌ ସେଣ୍ଟର ଖୋଲାଯାଇଛି। ଏଥିରେ ଡେରାବିଶ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଷ୍ଟାଫ୍‌ଙ୍କ ସହିତ ବାହାରୁ ଆସିଥିବା ଡାକ୍ତର ଓ ନର୍ସମାନଙ୍କୁ ନିୟୋଜିତ କରାଯାଇଛି।
ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ପରେ କେନ୍ଦ୍ରାପଡ଼ା ଜିଲାରୁ ୨ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri