କାର୍ଯ୍ୟକ୍ଷମ ହେବ ଜୟପୁର ‘ସେବା ପେପର ମିଲ୍‌’: ମିଳିବ ସରକାରୀ ସହାୟତା

ଭୁବନେଶ୍ୱର,୮।୮(ବ୍ୟୁରୋ)- କୋରାପୁଟ ଜିଲାର ଜୟପୁର ନିକଟସ୍ଥ ସେବା ପେପର ମିଲ୍‌କୁ କାର୍ଯ୍ୟକ୍ଷମ କରାଯିବ। ଏ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଗୁରୁବାର ସଚିବାଳୟରେ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ଏବଂ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମିଲ୍‌ ସହ ଜଡିତଥିବା ପଦାଧିକାରୀ ଯୋଗ ଦେଇଥିଲେ। ବୈଠକରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ବକ୍ତବ୍ୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାରା କହିଥିଲେ ଯେ, ପ୍ରାୟ ୧୦,୦୦୦ ଶ୍ରମିକ ଓ କର୍ମଜୀବୀ ଏହି ‘ସେବା ପେପର ମିଲ୍‌’ ଉପରେ ନିର୍ଭର କରି ସେମାନଙ୍କ ପରିବାରର ଭରଣପୋଷଣ କରୁଛନ୍ତି। ୧୯୮୪ ମସିହାରୁ ଚାଲୁ ରହିଥିବା ମିଲ୍‌ଟି ବନ୍ଦ ହେବା ଫଳରେ ଅନେକ ସମସ୍ୟା ଦେଖାଯାଉଛି। ତେଣୁ ଏହାକୁ କାର୍ଯ୍ୟକ୍ଷମ କରିବା ଜରୁରୀ ହୋଇପଡିଥିବା ତାରା କହିଥିଲେ। ସେହିପରି ସେବା ପେପର ମିଲ୍‌ର ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରାଯାଇଥିଲା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ବିଭାଗୀୟ ସମସ୍ତ ସଚିବମାନଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ସେହିପରି କଞ୍ଚାମାଲ ଯୋଗାଇବା ଦିଗରେ ଜଙ୍ଗଲ ଓ ପରିବେଶ ବିଭାଗ, ଜଳଯୋଗାଣ ଦିଗରେ ଜଳସମ୍ପଦ ବିଭାଗ, ବିଦ୍ୟୁତ ଯୋଗାଇବା ଦିଗରେ ଶକ୍ତି ବିଭାଗ ଏବଂ ସହଯୋଗ ପାଇଁ ଅନ୍ୟାନ୍ୟ ସମସ୍ତ ବିଭାଗ ସଜାଗ ରହିଥିବା ବିଭାଗୀୟ ସଚିବମାନେ ମତ ରଖିଥିଲେ। ମିଲ୍‌ କର୍ତ୍ତୃପକ୍ଷଙ୍କୁ ଏକ ‘ପ୍ରକଳ୍ପ ପ୍ରସ୍ତାବ’ ସରକାରଙ୍କଠାରେ ଉପସ୍ଥାପନ କରିବାକୁ କୁହାଯାଇଛି। ସରକାର ଖୁବ୍‌ଶୀଘ୍ର ଏକ କମିଟି ଗଠନ କରି ପ୍ରକଳ୍ପ ପ୍ରସ୍ତାବକୁ ତର୍ଜମା କରି ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି।
ସେହିପରି କୋରାପୁଟ ଜିଲା ୧୫ ମେଗାୱାଟ ଡୁମାଝରୀ ପରିବେଶ ଅନୁକୂଳ ନବୀକରଣ ଯୋଗ୍ୟ ପ୍ରକଳ୍ପଟି କାର୍ଯ୍ୟକ୍ଷମ ଯେପରି ହୋଇପାରିବ ସେଥିପାଇଁ ସରକାର ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଜଳସମ୍ପଦ ପ୍ରମୁଖ ଶାସନ ସଚିବ ପ୍ରଦୀପ ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ଡ. ଏସ୍‌. ପଣ୍ଡା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଶକ୍ତି ବିଭାଗ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ଏବଂ ସଂପୃକ୍ତ ବିଭାଗୀୟ ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ନ ସରୁଣୁ ଫାଟିଲା କଂକ୍ରିଟ୍‌

ରୂପ୍‌ସା, ୧୩।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ୬୦ନଂ. ଜାତୀୟ ରାଜପଥରୁ ମୟୂରଭଞ୍ଜର ୧୮ନଂ. ଜାତୀୟ ରାଜପଥର ବୈଶିଙ୍ଗାକୁ ସଂଯୋଗ ହୋଇଥିବା ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗମନାଗମନ କ୍ଷେତ୍ରରେ...

ପ୍ରତିବନ୍ଧକ ସାଜିଛି ପରିବର୍ତ୍ତିତ ପାଣିପାଗ: କୃଷିକ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି; ମନ୍ତ୍ରୀ

ଭୁବନେଶ୍ୱର,୮ା୮(ବ୍ୟୁରୋ): ୨୦୨୨ ସୁଦ୍ଧା ରାଜ୍ୟରେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷରେ ‘ଅନନ୍ୟା’ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ମିଳିତ ସହଯୋଗରେ...

ଦୁଇ ପୁଅଙ୍କୁ ହତ୍ୟାକରି ମା’ଙ୍କ ଆତ୍ମହତ୍ୟା

ଭବାନୀପାଟଣା,୯।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ବାମୀଙ୍କ ଅନୁପସ୍ଥିତରେ ନିଜର ୨ ପୁଅଙ୍କୁ...

ରାୟଗଡ଼ାରେ ରାଜସ୍ଥାନ କୁମ୍ଭାରଙ୍କ ବେଶ୍‌ ଚାହିଦା

ରାୟଗଡ଼ା ଅଫିସ ,୨୧।୧ ରାଜ୍ୟ ବାହାର କୁମ୍ଭାରଙ୍କ ରାୟଗଡ଼ାରେ ବେଶ୍‌ ଚାହିଦା ା ରାୟଗଡ଼ାରେ ପ୍ରତି ବର୍ଷ ପୂଜା ପାର୍ବଣ ସମୟରେ ସେମାନଙ୍କୁ ଦେଖିବାକୁ ମିଳିଥାଏ...

ଆଜିଠୁ ବିଇଡି ,ସିଟି ପାଠ୍ୟକ୍ରମ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଆରମ୍ଭ

ଭୁବନେଶ୍ବର, ୭।୧୦(ବ୍ୟୁରୋ) : ବିଇଡି ଓ ସିଟି ପାଠ୍ୟକ୍ରମ ନାମଲେଖା ପାଇଁ ଗୁରୁବାର ଠାରୁ ଆରମ୍ଭ ହୋଇଛି ପ୍ରବେଶିକା ପରୀକ୍ଷା। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା...

ରବିବାର ସକାଳ ୬ରୁ ୭ଟା ଯାଏ ବନ୍ଦ ରହିବ ହେଲ୍ପଲାଇନ୍‌ ୧୦୪

ଭୁବନେଶ୍ୱର,୨୮ା୩(ବ୍ୟୁରୋ)- ବିଶ୍ୱ ମହାମାରୀ କରୋନା ଭୂତାଣୁ(କୋଭିଡ-୧୯) ବିଷୟରେ କୌଣସି ପ୍ରକାରର ସହାୟତା ପାଇଁ ରାଜ୍ୟ ସରକାର ପକ୍ଷରୁ ହେଲ୍ପ ଲାଇନ ୧୦୪ ନମ୍ବର ଜାରି କରାଯାଇଛି।...

୨୧ଶହ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ସରକାର କହୁଛନ୍ତି। ଏପରି କି ବିଦ୍ୟାଳୟକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇ ଉନ୍ନତ ଏବଂ ଶୈକ୍ଷିକ...

ବର୍ଷାଭାବ ବିଗାଡ଼ୁଛି ଚାଷ

ଆଠମଲ୍ଲିକ,୬ା୮(ଡି.ଏନ.ଏ.) ଚାଷ ସମୟ ଗଡ଼ିଯାଉଛି। ହେଲେ ରୁଆ, ବେଉଷଣ ପାଇଁ ଜମିରେ ପାଣି ନାହିଁ। ଚଳିତ ବର୍ଷ ବର୍ଷା ପରିମାଣ କମ୍‌ ରହିଥିବାରୁ ଅନୁଗୋଳ ଜିଲା...

Advertisement
Archives

Model This Week