୫ବର୍ଷରେ ବାଦ୍‌ ପଡ଼ିଲେଣି ୭୪.୮୯ଲକ୍ଷ ଭୋଟର

ଭୁବନେଶ୍ୱର,୨୭ା୭ (ରବିନାରାୟଣ ଜେନା): ଭାରତର ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ରାଜ୍ୟରେ ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଜାରି ରହିଛି। ଗତ ୫ତାରିଖରେ ଭୋଟର ତାଲିକାର ଚିଠା ପ୍ରସ୍ତାବ ପ୍ରକାଶ ପାଇଛି। ତେବେ ରାଜ୍ୟରେ ପ୍ରତିବର୍ଷ ବିଭିନ୍ନ କାରଣରୁ ଭୋଟରତାଲିକାରୁ ନାମ ବାଦ୍‌ ପଡୁଥିବାବେଳେ ଯୁବ ଭୋଟର ଯୋଡ଼ି ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ୨୦୨୦ ଫେବୃଆରୀ ୧୫ରୁ ଇତିମଧ୍ୟରେ ୭୪ଲକ୍ଷ ୮୯ହଜାର ୨୩୪ ଭୋଟର ବାଦ୍‌ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।
ସିଇଓ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ୨୦୨୦ ଫେବୃଆରୀ ୧୫ରୁ ୨୦୨୧ ଜାନୁଆରୀ ୧୪ ମଧ୍ୟରେ ୮ଲକ୍ଷ ୩ହଜାର ୫୪୩ଜଣ ବାଦ୍‌ ପଡ଼ିଛନ୍ତି। ଏଥିମଧ୍ୟରେ ମୃତକ, ସ୍ଥାନାନ୍ତର ସହିତ ଅନ୍ୟାନ୍ୟ ବର୍ଗ ରହିଛନ୍ତି। ଏହା ସହିତ ନୂତନ ଭୋଟର ମଧ୍ୟ ଯୋଡ଼ି ହେଉଛନ୍ତି। ସେହିପରି ୨୦୨୧ ଜାନୁଆରୀ ୧୫ରୁ ୨୦୨୨ ଜାନୁଆରୀ ୪ ମଧ୍ୟରେ ୬ଲକ୍ଷ ୩୮ ହଜାର ୮୪୭ ଭୋଟର ବାଦ୍‌ ପଡ଼ିଥିବାବେଳେ ୨୦୨୨ ଜାନୁଆରୀ ୫ରୁ ୨୦୨୩ ଜାନୁଆରୀ ୪ ମଧ୍ୟରେ ୧୪ଲକ୍ଷ ୯୯ହଜାର ୪୨୧ ଭୋଟର ବାଦ୍‌ ପଡ଼ିଛନ୍ତି। ଏହାସହିତ ୨୦୨୩ ଜାନୁଆରୀ ୫ରୁ ୨୦୨୪ ଜାନୁଆରୀ ୪ ମଧ୍ୟରେ ୧୦ଲକ୍ଷ ୩୬ହଜାର ୧୫୨ ଭୋଟର ବାଦ୍‌ ପଡ଼ିଥିବାବେଳେ ୨୦୨୪ ଜାନୁଆରୀ ୬ରୁ ୨୦୨୫ ଜାନୁଆରୀ ୪ ମଧ୍ୟରେ ୩ଲକ୍ଷ ୪୦ହଜାର ୪୮୪ଜଣ, ୨୦୨୫ ଜାନୁଆରୀ ୫ରୁ ୨୦୨୬ ଜୁନ୍‌ ୩୦ ମଧ୍ୟରେ ୧୧ଲକ୍ଷ ୫୮ହଜାର ୨୫୦ଜଣ ଭୋଟର ବାଦ୍‌ ପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଚାଲିଥିବା ଏସ୍‌ଆଇଆର୍‌ ପ୍ରକ୍ରିୟାରେ ୨୦ଲକ୍ଷ ୧୨ହଜାର ୫୫୭ଜଣ ବାଦ୍‌ ପଡ଼ିଛନ୍ତି।
ରାଜ୍ୟରେ ଚାଲିଥିବା ଭୋଟରତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଯେଭଳି କୌଣସି ତ୍ରୁଟି ବିଚ୍ୟୁତି ନ ରହିବ ତାକୁ ଦୃଷ୍ଟିରେ ରଖି ବହୁବିଧ ସତର୍କତା ଅବଲମ୍ବନ କରାଯାଉଥିବା ସିଇଓ କହିଛନ୍ତି। ସେ କହିଛନ୍ତି, ଭୋଟରତାଲିକାରୁ ବାଦ୍‌ ପଡ଼ିବା ଏବଂ ଯୋଡ଼ି ହେବା ଏକ ନିୟମିତ ପ୍ରକ୍ରିୟା। ତେବେ ଯେଉଁ କ୍ଷେତ୍ରରେ ମ୍ୟାପିଂ ହୋଇପାରୁନାହିଁ, ସେକ୍ଷେତ୍ରରେ ବିଏଲ୍‌ଓମାନେ କ୍ଷେତ୍ରସ୍ଥଳରେ ପହଞ୍ଚି ତର୍ଜମା କରିବାକୁ କୁହାଯାଇଛି। ଯଦି କୌଣସି କ୍ଷେତ୍ରରେ ତ୍ରୁଟି ବାହାରିବ ସେଥିପାଇଁ ବିଏଲ୍‌ଓମାନେ ଦାୟୀ ରହିବେ। ଅଦ୍ୟାବଧି ୫୮ଲକ୍ଷ ୩୬ହଜାର ୩୪୧ଜଣଙ୍କ କ୍ଷେତ୍ରରେ ଅସାମଞ୍ଜସ୍ୟ ଦେଖାଦେଇଛି। ତାକୁ ନେଇ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଓ ସହ ଅଧିକାରୀଙ୍କୁ ଠିକଣା ଭାବେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ ୫ରେ ଭୋଟରତାଲିକାର ଚିଠା ପ୍ରସ୍ତାବ ଜାରି ହେବା ପରେ ଅଗଷ୍ଟ ୪ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ପାଇଁ ଜନସାଧାରଣଙ୍କୁ ଆବେଦନ କରାଯାଇଛି। ଏହାମଧ୍ୟରେ ଯେଉଁମାନେ ଆପତ୍ତି କରିଥିବେ ଏବଂ ସେଗୁଡ଼ିକୁ ସମ୍ପୃକ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀ କିମ୍ବା ଅଧସ୍ତନ ଅଧିକାରୀ ଗୁରୁତ୍ୱ ଦେଇ ନ ଥିବେ ତେବେ ସେ କ୍ଷେତ୍ରରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପ୍ଟେମ୍ବର ୬ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ଏବଂ ସିଇଓଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଜିଲାକୁ ଜିଲା ଗସ୍ତ କରୁଛନ୍ତି ବୋଲି ସିଇଓ ଆର୍‌. ସନ୍ଥ ଗୋପାଳନ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

ଗାଁ ସାଥୀଙ୍କ ଦୁଇ ଦଫା ଦାବି ନେଇ ବିକ୍ଷୋଭ

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଦୁଇ ଦଫା ଦାବି ପୂରଣ ଦାବିରେ…

ଦିନିକିଆ ଗଞ୍ଜାମ ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ: ପ୍ରାଣି ଚିକିତ୍ସାଳୟ ପୁନରୁଦ୍ଧାର ପାଇଁ…

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ )ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା…

ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

କୁଆଁରମୁଣ୍ଡା,୧୧।୯(ମହେନ୍ଦ୍ର କୁମାର ସାହୁ): ଚୋରା ଚାଲାଣ ହେଉଥିବା ୧୪୦ କୁଇଣ୍ଟାଲ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକକୁ ଶୁକ୍ରବାର କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ…

ହଷ୍ଟେଲ ଛାଡ଼ିଥିଲେ ଶତାଧିକ ଛାତ୍ର: ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବନ ପରେ ଏବେ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଝରିଗାଁ,୧୧ା୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ଖାଦ୍ୟ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?