ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେ ପହଞ୍ଚିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତବିଶେଷ ପହଞ୍ଚି ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ତାଙ୍କର ଏହି ବିଜୟ ପାଇଁ ସେ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଇଛନ୍ତି।

ସୋନି ଏଣ୍ଟରଟେନମେଣ୍ଟ୍‌ ଟେଲିଭିଜନ ପକ୍ଷରୁ ଆୟୋଜିତ ଜାତୀୟସ୍ତରୀୟ ଲୋକପ୍ରିୟ ସଙ୍ଗୀତ ରିୟାଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌-୧୬’ରେ ଚମକିଛନ୍ତି ଓଡ଼ିଶାର ପ୍ରତିଭାବାନ ଗାୟିକା ଜ୍ୟୋତିର୍ମୟୀ। ଶୋ’ର ଗ୍ରାଣ୍ଡ୍‌ ଫିନାଲେରେ ସେ ବିଜେତା ଘୋଷିତ ହୋଇ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ହାସଲ କରିଛନ୍ତି। ଏହି ସଫଳତା ସହ ସେ ଓଡ଼ିଶାର ଗର୍ବକୁ ଜାତୀୟ ସ୍ତରରେ ଆହୁରି ଉଚ୍ଚକୁ ନେଇଛନ୍ତି।
ପ୍ରାୟ ୧୦ ମାସ ଧରି ଚାଲିଥିବା ଏହି ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଜ୍ୟୋତିର୍ମୟୀ ନିଜର ସୁମଧୁର କଣ୍ଠ, ସଙ୍ଗୀତ ପ୍ରତି ସମର୍ପଣ ଓ ନିରନ୍ତର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ବିଚାରକ ଏବଂ ଦର୍ଶକଙ୍କ ହୃଦୟ ଜିତିଥିଲେ। ସେହିପରି ଗ୍ରାଣ୍ଡ୍‌ ଫିନାଲେରେ ଅଂଶିକା ଚୋଙ୍କର, ଜ୍ୟୋତିର୍ମୟୀ ନାୟକ, ମନରାଜ ବୀର ସିଂହ, ମାଇସ୍ମେ ବସୁ, ସୁହୈଲ ସୁଫି ଏବଂ ତନିଷ୍କ ଶୁକ୍ଳା ଟ୍ରଫି ପାଇଁ ମୁହାଁମୁହିଁ ହୋଇଥିଲାବେଳେ ଜବଲପୁରର ତନିଷ୍କ ଶୁକ୍ଳା ପ୍ରଥମ ରନର୍‌ ଅପ୍‌ ହୋଇଥିଲେ। ଏଥର ସିଜନ୍‌ର ବିଚାରକ ଭାବେ ଶ୍ରେୟା ଘୋଷାଲ, ବିଶାଲ ଦଦ୍‌ଲାନି ଓ ବାଦ୍‌ଶା ଦାୟିତ୍ୱ ତୁଲାଇଥିବାବେଳେ, ‘ୟାଦୋଁ କି ପ୍ଲେଲିଷ୍ଟ’ ଥିମ୍‌ ଦର୍ଶକଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ପାଇଥିଲା। ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଶୋ’ର ସମୟସୀମାକୁ ୨ଥର ବଢ଼ାଯାଇଥିଲା। ବିଜେତା ହେବା ପରେ ଜ୍ୟୋତିର୍ମୟୀ କହିଛନ୍ତି, ସେ ଏହି ସଫଳତାର ଶ୍ରେୟ ସଙ୍ଗୀତ ଚିକିତ୍ସା ମାଧ୍ୟମରେ ସୁସ୍ଥ ହୋଇଥିବା କର୍କଟ ରୋଗୀମାନଙ୍କୁ ଦେଉଛନ୍ତି। ତାଙ୍କ କହିବାନୁସାରେ, ପ୍ରାୟ ୧ ବର୍ଷର ଏହି ଯାତ୍ରା ତାଙ୍କ ଜୀବନର ସବୁଠୁ ସ୍ମରଣୀୟ ଅଧ୍ୟାୟ ଥିଲା। ସେ ୧୪ ସେପ୍ଟେମ୍ବର ୨୦୨୫ରେ ମୁମ୍ବାଇ ପହଞ୍ଚିଥିଲେ ଏବଂ ସେହି ଦିନଠାରୁ ଆରମ୍ଭ ହୋଇଥିବା ଯାତ୍ରା ଶେଷରେ ବିଜୟରେ ପରିଣତ ହୋଇଛି। ଜ୍ୟୋତିର୍ମୟୀ କହିଛନ୍ତି, ଶୋ’ରେ ଅଂଶଗ୍ରହଣ ସମୟରେ ସେ କେବେ ପୁରସ୍କାର ରାଶି ବିଷୟରେ ଚିନ୍ତା କରି ନ ଥିଲେ। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ପ୍ରତିଟି ମଞ୍ଚରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରି ବିଚାରକଙ୍କ ପ୍ରଶଂସା ଅର୍ଜନ କରିବା। ବିଜୟ ପରେ ମିଳିଥିବା ପୁରସ୍କାର ରାଶିକୁ କିଭଳି ବ୍ୟବହାର କରିବେ, ସେନେଇ ଏବେ ଚିନ୍ତା କରିବେ ବୋଲି ସେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜ୍ୟୋତିର୍ମୟୀଙ୍କ ଘର ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବାଉଁଶନାଳ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri