କାର୍ତ୍ତିକଙ୍କଠାରୁ ଦୂରରେ ରହିପାରୁନାହାନ୍ତି ସାରା, ଭେଟିବା ଲାଗି ଲକ୍ଷ୍ନୌ ପହଞ୍ଚିଲେ

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ। ପ୍ରଥମେ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକଙ୍କୁ ପସନ୍ଦ କରୁଥିବା ନେଇ କହିବା ପରେ ଉଭୟଙ୍କୁ ଏକ କାର୍ଯ୍ୟକ୍ରମରେ ଭେଟାଇଥିଲେ ରଣବୀର ସିଂହ। ଏହାପରେ ଉଭୟ ଏକାଠି ଫିଲ୍ମ‘ଲଭ୍‌ ଆଜକଲ୍‌-୨’ର ଶୁଟିଂ କରୁଥିବା ସମୟରେ ଅଧିକ ନିକଟତର ହୋଇଥିଲେ। ଏବେ ପରିସ୍ଥିତି ଏପରି ହେଲାଣି ଯେ ଦୁହେଁ ଦୁହିଁଙ୍କୁ ଛାଡ଼ି ଘଡ଼ିଏ ରହିପାରୁନାହାନ୍ତି। କଥାଟି ଆମେ କହୁନାହୁଁ ବରଂ ନିକଟରେ କାର୍ତ୍ତିକଙ୍କୁ ଭେଟିବା ଲାଗି ସାରା ଲକ୍ଷ୍ନୌରେ ପହଞ୍ଚିବା ପରେ ଏପରି କିଛି ଚର୍ଚ୍ଚା ହେଉଛି।

କଥାଟି ଏପରି। କାର୍ତ୍ତିକ ଏବେ ‘ପତି ପତ୍ନି ଔର ଓ୍ବ’ର ଶୁଟିଂରେ ବ୍ୟସ୍ତ। ଏଥିରେ ତାଙ୍କ ସହ ନଜର ଆସିବେ ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ। ଫିଲ୍ମର କିଛି ଅଂଶର ଶୁଟିଂ ଲକ୍ଷ୍ନୌରେ କରାଯାଉଥିବାରୁ କାର୍ତ୍ତିକ ବମ୍ବେଠାରୁ ଦୂରରେ। ଏପରିସ୍ଥଳେ ସାରା ଶୁଟିଂ ସେଟ୍‌ରେ କାର୍ତ୍ତିକଙ୍କୁ ଭେଟିବାକୁ ସେଠାରେ ପହଞ୍ଚିଯାଇଥିଲେ। ବେଶ କିଛି ସମୟ ହାତରେ ହାତ ଛନ୍ଦି ବୁଲିବା ସହ ଏକାଠି କଥା ହେଉଥିବା ବେଳର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖି ଅନେକ ଦୁହେଁ ଦୁହିଁଙ୍କୁ ଛାଡ଼ି ରହିପାରୁ ନ ଥିବା  ପ୍ରତିକ୍ରିୟା ଦେଉଛନ୍ତି।

ତେବେ ସାରା ଏବଂ କାର୍ତ୍ତିକଙ୍କ ଅଭିନୀତ ‘ଲଭ ଆଜକଲ-୨’ ୨୦୨୦ ଫେବୃଆରୀ ୧୪ରେ ରିଲିଜ ହେବ। ଭ୍ୟାଲେଣ୍ଟାଇନ୍‌ ଡେ’କୁ ଆଖି ଆଗରେ ରଖି ନିର୍ଦ୍ଦେଶକ ଏହାକୁ ଉକ୍ତ ଦିନରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ଏକାଠି ନଜର ଆସିଲେ ଫରହାନ-ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ ବିବାହ କରିଛନ୍ତି। ଏହି ବିବାହ...

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ, ଦାମୀ ଗାଡ଼ି ଚଢ଼ିବାକୁ କରନ୍ତି ପସନ୍ଦ; ଘରେ…

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ରଶ୍ମିକା ମନ୍ଦାନା। କେବଳ ବଡ଼ ପରଦା ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଅଭିନେତ୍ରୀଙ୍କ...

ଅମିତାଭ ବଚ୍ଚନଙ୍କ ଆଖିରେ ଲୁହ

‘କୌନ ବନେଗା କରୋଡପତି’ ହେଉଛି ଟିଭି ଜଗତର ସବୁଠାରୁ ହିଟ ରିଏଲିଟି ଶୋ। ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ଶୈଳୀ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି।...

ତୈମୁରଙ୍କଠାରୁ ବି ଦାମିକିଆ ଡ୍ରେସ୍‌ ପିନ୍ଧନ୍ତି ଏହି ଷ୍ଟାର କିଡ୍ସ

ମୁମ୍ବାଇ: ସବୁ ମାତାପିତା ନିଜ ପିଲାଙ୍କୁ ସବୁଠାରୁ ଭଲ ଜିନିଷ ଦେବାକୁ ଚେଷ୍ଟା କରିଥାନ୍ତି। ଯେପରିକି ଭଲ ଖାଇବା, ପିନ୍ଧିବା, ଖେଳନା ଓ ପାଠପଢ଼ା। ଏହାରି...

ଏକଦା ଗାଙ୍ଗୁଲିଙ୍କୁ ବୋହୂ ଭଳି ସଜାଇ ମଇଦାନକୁ ଛାଡ଼ିଥିଲେ ସେହ୍ବାଗଙ୍କ ସହ ସାଥୀ ଖେଳାଳି: ବାଧ୍ୟରେ…

ନୂଆଦିଲ୍ଲୀ,୪।୯: ଯେତେବେଳେ ଭାରତୀୟ ଦଳର ଦୁଇଜଣ କ୍ରିକେଟର କୌଣସି ମଞ୍ଚରେ ଏକାଠି ହୋଇଥାନ୍ତି, ସେତେବେଳେ ଡ୍ରେସିଂ ରୁମ୍‌ର ଅନେକ ମଜାଦାର କାହାଣୀ ଶୁଣିବାକୁ ମିଳିଥାଏ। ସେଭଳି...

ଝୁଲୁଥିବା ଅବସ୍ଥାରେ ଯୋଗ କଲେ ସାରା: ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ଶୁକ୍ରବାର ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେ ସେ ଏରିୟଲ ଯୋଗ କରୁଥିବା ନଜର ଆସିଛି ।...

ଫିଲ୍ମ ‘ପଙ୍ଗା’କୁ ନିଜ ମା’ଙ୍କୁ ସମର୍ପିତ କଲେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଫିଲ୍ମ ‘ପଙ୍ଗା’ର ଟ୍ରେଲର୍‌ ନିକଟରେ ରିଲିଜ୍‌ ହୋଇଛି। ଏହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିବା ବେଳେ ଏଥିରେ...

ଏହି ମାମଲାରେ ସୁପରମଡେଲ ଗିଗି-ଜୈନଙ୍କୁ କାଟିଲେ ବିରୁଷ୍କା: ରଚିଲେ ନୂଆ ରେକର୍ଡ

ବମ୍ବେ: ଭାରତୀୟ କ୍ରିକେଟର ବିରାଟ କୋହଲୀ ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ଶେୟାର...

Advertisement
Archives

Model This Week