କାମ କରି ମିଳୁନି ଟଙ୍କା

ଦାରିଙ୍ଗବାଡ଼ି,୧୩।୨ (ଡି.ଏନ.ଏ)-ଦାରିଙ୍ଗବାଡି ବ୍ଲକ ଦାସିଂବାଡି ପଞ୍ଚାୟତର ଟେକାଙ୍ଗିଆ ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ କରାଯାଇଥିବା ଗୋଷ୍ଠୀ ସଭାଗୃହ ନିର୍ମାଣ କାମ ଶେଷ ହୋଇଛି। ଯେଉଁ ଯୁବକ ଉକ୍ତ କାର୍ଯ୍ୟ ଯନ୍ତ୍ରୀଙ୍କ ଜରିଆରେ କରିଥିଲେ ତାଙ୍କୁ ମାତ୍ର ୧ଲକ୍ଷ ଟଙ୍କା ବିଲ୍‌ ମିଳିଛି। ବଳକା ୧ଲକ୍ଷ ଟଙ୍କା ଦିଆଯାଇନାହିଁ। ସେ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିବା ସହ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କୁ ଗୁହାରି କରି ନୟାନ୍ତ ହେଲେଣି, ହେଲେ ସୁଫଳ ମିଳୁନି। ଏବେ ମଜୁରୀ ପାଇଁ ତାଙ୍କ ଦୁଆରେ ଲୋକେ ବସୁଛନ୍ତି ବୋଲି ଠିକା କାର୍ଯ୍ୟ କରିଥିବା ଅରୁଣ ଦିଗାଳ କହିଛନ୍ତି। ଶ୍ରମିକ ମାନଙ୍କ ଅର୍ଥ ପରିଶୋଧ କରିବାକୁ ସେ ନିଜେ ଏବେ ଦାଦନ ଖଟିବାକୁ କେରଳ ଯିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି।
ଏନେଇ ଦାସିଂବାଡିର ଯନ୍ତ୍ରୀ ସରୋଜ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜ ମୁଣ୍ଡରୁ ଦୋଷ ଖସାଇ କହିଛନ୍ତି ଯେ, ପୂର୍ବରୁ ଯେଉଁ ଯନ୍ତ୍ରୀ ଉକ୍ତ କାର୍ଯ୍ୟର ତଦାରଖ କରୁଥିଲେ ସେହି ସମୟରେ ସେ ଉକ୍ତ କୋଠାର ଛାତ ପଡ଼ିବା ପୂର୍ବରୁ ଲୁହାରଡ଼ ବନ୍ଧା ଯାଉଥିବାବେଳେ ତାହାର ଫଟୋ ଉଠାଇନାହାନ୍ତି। ଏଣୁ ନିୟମ ପ୍ରକାରେ ଏହାର ତଦନ୍ତ କରାଯାଇ ବିଲ୍‌ ପୈଠ କରାଯିବାକୁ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟଯେ ଉକ୍ତ ଯୋଜନାରେ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ୨ଲକ୍ଷ ଟଙ୍କା ଅନୁଦାନ ଆସିଥିବାବେଳେ କାର୍ଯ୍ୟ ଶେଷ ହୋଇ ଦୀର୍ଘଦିନ ହେଲାଣି ଏହାର ବିଲ୍‌ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ ଯୁବତୀଙ୍କୁ ଗଣବଳାତ୍କାର ମାମଲା: ମିଳିଲା ମେଡିକାଲ ରିପୋର୍ଟ, କେବେ ହଟିବ ପର୍ଦ୍ଦା

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଇତିମଧ୍ୟରେ ଯୁବତୀଙ୍କ ମେଡିକାଲ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି।...

ଦିବ୍ୟାଙ୍ଗଙ୍କ ସେବାରେ ମୋହିତ

ଭଦ୍ରକ ଅଫିସ, ୨୨।୪ ବର୍ତ୍ତମାନର ବ୍ୟସ୍ତବହୁଳ ଦୁନିଆରେ ସମସ୍ତେ ନିଜ କାମରେ ବ୍ୟସ୍ତ ଥିବାବେଳେ ଦୁଃଖୀ ଦରିଦ୍ରଙ୍କ କଥା ବୁଝିବାକୁ କାହା ପାଖରେ ସମୟ ନାହିଁ।...

ପୁଣି ୬ ପଜିଟିଭ୍‌: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୭୪

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ସୋମବାର ସକାଳେ ରାଜ୍ୟରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ଆଉ ୬ଟି ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ...

ରାଜ୍ୟରେ ସୁସ୍ଥ ହେଲେ ୩୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବାଲେଶ୍ୱରୁ ୩୫, ସୁନ୍ଦରଗଡରୁ...

ଗ୍ରାମାଞ୍ଚଳ ସଡ଼କ ନିର୍ମାଣରେ ଚଞ୍ଚକତା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ) ଅଧୀନ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଛି। ନିର୍ଦ୍ଧାରିତ ସମୟରେ କାମ ଶେଷ ନ ହେବା ଏବଂ...

‘ତିତଲି’ଠାରୁ ଭୟଙ୍କର ହେବ ‘ଫନୀ’

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦।୪: ବାତ୍ୟା ‘ଫନୀ’କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏହା ଓଡ଼ିଶା ଉପକୂଳର ପୁରୀଠାରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି। ତେଣୁ ଓଡ଼ିଶାର ଉପକୂଳ ଅଞ୍ଚଳ...

ରାଜ୍ୟର ୫୬% ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ନାହିଁ: ଭାଜପା

ଭୁବନେଶ୍ୱର,୧୦।୪(ବ୍ୟୁରୋ): ୨୨ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ୍‌ ହୋଇଥିବା ରାଜ୍ୟ ସରକାର ରାଜ୍ୟରେ ସାମାନ୍ୟ କେନାଲଟିଏ ମଧ୍ୟ ନିର୍ମାଣ କରିବାରେ...

ତିତ୍‌ଲିର ବର୍ଷେ ପରେ ବି ନିର୍ମାଣ ହୋଇପାରୁନି ରାସ୍ତା

ପାରଳାଖେମୁଣ୍ଡି,୨୪ା୨(ସ୍ବ.ପ୍ର.) ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ କଇଁପୁର-ତୁମ୍ବ ରାସ୍ତାଟି ତିତ୍‌ଲି ପର ବନ୍ୟାରେ ଧୋଇ ହୋଇଯାଇଛି। ହେଲେ ତିତ୍‌ଲିକୁ ଇତିମଧ୍ୟରେ ୧ବର୍ଷ ୪ମାସ ବିତିଯାଇଥିଲେ ମଧ୍ୟ...

Advertisement
Archives

Model This Week