କାମଚଳାରେ ଚାଲିଛି ଶିକ୍ଷାଦାନ

ରୂପ୍‌ସା, ୧୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ରାଉତପଡ଼ା ପଞ୍ଚାୟତ ଅନ୍ତର୍ଗତ ବାରାପାଳ ଗ୍ରାମରେ ଗୋଟଏ ହତାରେ ରହିଛି ରାଧାକୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଉଦୟନାଥ ମହାପାତ୍ର ଉଚ୍ଚ ବିଦ୍ୟାନିକେତନ (ହାଇସ୍କୁଲ)। ୧୯୬୪ ମସିହାରେ ଉଚ୍ଚ ପ୍ରାଥମିକ ଓ ୧୯୮୧ରେ ଉଚ୍ଚବିଦ୍ୟାନିକେତନ ସ୍ଥାପନ କରାଯାଇଥିଲା। ହେଲେ ଏହି ଦୁଇ ବିଦ୍ୟାଳୟରେ ଶିକ୍ଷକ ଅଭାବ ଲାଗିରହିଛି। କାମଚଳାରେ ଚାଲିଛି ପାଠପଢ଼ା। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଟାଣି ହୋଇଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
୧୯୯୪ ମସିହା ଜୁନ୍‌ ୧ ତାରିଖରେ ଉଚ୍ଚ ବିଦ୍ୟାନିକେତନ ସରକାରୀ ମାନ୍ୟତା ପାଇଥିଲା। ୨୦୧୭-୧୮ ଶିକ୍ଷାବର୍ଷରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ୮ମ ଶ୍ରେଣୀ ସଂଯୁକ୍ତ ହେଲା। ଚଳିତ ୨୦୧୯-୨୦ ଶିକ୍ଷାବର୍ଷରେ ୬ଷ୍ଠ ଶ୍ରେଣୀରେ ୮୭ଜଣ, ୭ମରେ ୬୩ ଓ ୮ମରେ ୭୦ ଜଣ ଛାତ୍ରୀଛାତ୍ର ମିଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୨୨୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସରକାରଙ୍କ ନିୟମାନୁଯାୟୀ ୩୫ ପିଲାଙ୍କୁ ଜଣେ ଶିକ୍ଷକ ଅନୁପାତରେ ୬ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା କଥା। ମାତ୍ର ୩ଜଣ ଶିକ୍ଷକଙ୍କ ଦ୍ୱାରା ଚାଲିଛି ପାଠପଢ଼ା। ଜଣେ ପିଅନ ଅବସର ନେବା ପର ଠାରୁ ଏହି ପଦବୀ ଫାଙ୍କା ପଡ଼ିଛି। କ୍ରୀଡ଼ା ଶିକ୍ଷକ ଓ ସଂସ୍କୃତ ଶିକ୍ଷକ ନାହାନ୍ତି।
ସେହିପରି ହାଇସ୍କୁଲରେ ୯ମ ଶ୍ରେଣୀରେ ୯୦ଜଣ ଓ ୧୦ମ ଶ୍ରେଣୀରେ ୭୨ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଆର୍ଟସ ଟିଜି ବିଭାଗର ୨ଜଣ ଶିକ୍ଷକ ଓ କ୍ରୀଡ଼ା ଶିକ୍ଷକ ଅବସର ଗ୍ରହଣ ପରଠୁ ଦୀର୍ଘଦିନ ଧରି ଏହି ୩ଟି ଶିକ୍ଷକ ପଦବୀ ଫାଙ୍କା ପଡ଼ିଛି। ଏଥିସହ କିରାଣିଙ୍କ ଅବସର ପରେ ମଧ୍ୟ ବିନା କିରାଣିରେ କାଗଜପତ୍ର କାମ କରାଯାଉଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ୨୦୨୦ ଜୁନ୍‌ରେ ଅବସର ନେବା ପରେ ପିଲାମାନେ ପାଠପଢ଼ାରେ ଡୋରି ବାନ୍ଧିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ସାହିତ୍ୟ, ଇତିହାସ, ଭୂଗୋଳ ଆଦି ବିଷୟକୁ ସଂସ୍କୃତ, ହିନ୍ଦୀ ଓ ବିଜ୍ଞାନ ଶିକ୍ଷକ ମିଶି ପାଳି କରି ଶିକ୍ଷାଦାନ କରୁଛନ୍ତି। ସରକାରୀ ଭାବେ କୌଣସି ବିଜ୍ଞାନ ଉପକରଣ ମିଳିନାହଁି। ଗଡ଼ପଦା, ରାଉତପଡ଼ା, ଦୁଧହଂସା ପଞ୍ଚାୟତ ସମେତ ପଡ଼ୋଶୀ ମୟୂରଭଞ୍ଜ ଜିଲାରୁ ଛାତ୍ରୀଛାତ୍ର ଆସି ଏଠାରେ ଅଧ୍ୟୟନ କରିଥାନ୍ତି। ଗୁରୁତ୍ୱ ଦୃଷ୍ଟିରୁ ସ୍କୁଲ ହତାରେ ମଧ୍ୟ ଏକ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଶିକ୍ଷା ବିଭାଗର ଅବହେଳା ଯୋଗୁ ଏଠାରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବା ଅଭିଭାବକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସେମାନେ ଯାହା କହନ୍ତି,
୮ମ ଶ୍ରେଣୀ ଛାତ୍ରୀ ଦିବ୍ୟଲକ୍ଷ୍ମୀ ଭୋଇ କହନ୍ତି, ସଂସ୍କୃତ ଶିକ୍ଷକ ନ ଥିବାରୁ ଆମେ ଏ ବିଷୟରେ ଭଲ ନମ୍ବର ରଖିବା ଆଶା ନାହଁି। ଖେଳ ଶିକ୍ଷକଙ୍କ ବିନା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇପାରୁନାହୁଁ। ଶ୍ରେଣୀଗୃହ ନ ଥିବାରୁ ପୁରୁଣା ଭଙ୍ଗା ଦଦରା ଘରେ ବିପଦପୂର୍ଣ୍ଣ ଭାବେ ୮ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପଢ଼ା ଯାଉଛି।
ପରିଚାଳନା କମିଟି ଚେୟାରମ୍ୟାନ ଅକ୍ଷୟ କୁମାର ମହାପାତ୍ର କହନ୍ତି, ଶିକ୍ଷାନୁଷ୍ଠାନର ରକ୍ଷଣାବେକ୍ଷଣ ଦାୟିତ୍ୱ ସରକାରଙ୍କର। ଏଭଳି ସର୍ବପୁରାତନ ବିଦ୍ୟାଳୟଦ୍ୱୟର ସାମଗ୍ରିକ ବିକାଶ ଦିଗରେ ଗୁରୁତ୍ୱ ଦିଆଯାଉ।
ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପଞ୍ଚାନନ ଗିରି କହନ୍ତି, ମୁଖ୍ୟରାସ୍ତା ପାର୍ଶ୍ୱରେ ବିଦ୍ୟାଳୟ ଅବସ୍ଥିତ ହୋଇଥିଲେ ହେଁ ପାଚେରି ନିର୍ମାଣ ପାଇଁ କାହାରି ତପତ୍ରତା ନାହଁି। ଆବଶ୍ୟକ ଶିକ୍ଷକ ନ ଥିବାରୁ କାର୍ଯ୍ୟରତ ଶିକ୍ଷକଙ୍କ ଦ୍ୱାରା ସମସ୍ତ ବିଷୟ ପଢ଼ାଇବା ଦିଗରେ ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri