କାନ୍ଥ ଭୁଶୁଡ଼ି ମହିଳା ଶ୍ରମିକଙ୍କ ଜୀବନ ଗଲା

ରାୟଗଡା ଅଫିସ, ୨୨।୬: ରାୟଗଡ଼ା ସହର ଗାନ୍ଧୀନଗରରେ ସୋମବାର ସକାଳେ ମାଟି କାନ୍ଥ ଭୁଶୁଡ଼ି ପଡିବାରୁ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ପାଟିଆ ସିଲକୁଣ୍ଡା ଗ୍ରାମର ମହେଶ୍ୱର ନାୟକଙ୍କ ସ୍ତ୍ରୀ ମିତେଲା ନାୟକ(୪୦)।
ପ୍ରକାଶ ଯେ, ଗାନ୍ଧୀନଗରରେ ଥିବା ଜଣେ ବ୍ୟକ୍ତିଙ୍କ ପୁରୁଣା ଘର ଭାଙ୍ଗିବା ପାଇଁ ଗୋଟିଏ ପରିବାରର ୮ଜଣ ଶ୍ରମିକ ଭାବେ କାମ କରୁଥିଲେ। ଦୀର୍ଘ ୨ ଦିନ ହେବ ଏହି କାର୍ଯ୍ୟ ଚାଲିଥିଲା। ତେବେ ସୋମବାର ହଠାତ୍‌ କାନ୍ଥ ଭୁଶୁଡ଼ି ପଡ଼ିବାରୁ ମିତେଲା ତଳେ ଚାପି ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଜିଲା ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାଧିକାରୀ ୧୦ ହଜାର ଲାଞ୍ଚ ନେବା ମାମଲା: ଅଭିଯୁକ୍ତଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର,୨୩।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଥାନାଧିକାରୀ ୧୦ ହଜାର ଲାଞ୍ଚ ନେଉଥିବା ମାମଲାରେ ବୁଧବାର ରାୟ ପ୍ରକାଶ ପାଇଛି । ଏଥିରେ...

ବୁଲା ବାବାଙ୍କ ଲଡୁ ଖାଇ ୬ ଅସୁସ୍ଥ

ଦଶମନ୍ତପୁର, ୧୧।୩(ଡି.ଏନ୍‌.ଏ.): ହାତ ଦେଖିବାକୁ ଗାଁକୁ ଆସିଥିଲେ ବୁଲା ବାବା। ଲୋକମାନଙ୍କୁ ଖାଇବାକୁ ଦେଲେ ଲଡୁ। ବୁଲା ବାବାଙ୍କଠାରୁ ଲଡୁ ଖାଇଥିବା ୬ଜଣ ଏବେ ଅସୁସ୍ଥ।...

ପୂର୍ତ୍ତ ବିଭାଗ ରାସ୍ତାରେ ଏନ୍‌ଟିପିସି ପ୍ରକଳ୍ପ ପାଉଁଶ ପାଣି

କଣିହଁା, ୭।୧୦(ଡି.ଏନ.ଏ.)-କଣିହଁା ବ୍ଲକ ଅଞ୍ଚଳରେ ୨ଦିନ ହେଲା ବଜ୍ରପାତ ସହ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଏନ୍‌ଟିପିସି ପ୍ରକଳ୍ପରୁ ପାଉଁଶପାଣି ପ୍ରବାହିତ ହୋଇ ମାଡୁଆ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କୁ କରୋନା

ଝାରସୁଗୁଡ଼ା ଅଫିସ,୨୫ା୭: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ଶନିବାର...

ପଲିଥିନ୍‌ ଧରପଗଡ଼ ଜୋରଦାର, ଜରିମାନା ଆଦାୟ

ବୁଗୁଡ଼ା,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରରେ ପଲିଥିନ ଧରପଗଡ଼ ଜୋରଦାର ହୋଇଛି। ସ୍ଥାନୀୟ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମୀରଞ୍ଜନ ଦାସଙ୍କ...

ମାଲବାହୀ ଟ୍ରେନ୍‌ରେ ନିଆଁ

ଗଞ୍ଜାମ,୧୪।୧(ଡି.ଏନ୍‌.ଏ.): ଭୁବନେଶ୍ୱରରୁ ଗଞ୍ଜାମ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଉକ୍ତ କୋଇଲା ବୋଝେଇ ଟ୍ରେନ୍‌ର ଦୁଇଟି ବଗିରୁ ଧୂଆଁ ବାହାରୁଥିବା...

ବିଶ୍ୱ ବଜାରରେ ବିକ୍ରି ହେବ ସ୍ବାଭିମାନ ଅଞ୍ଚଳର ହଳଦୀ

ମାଲକାନଗିରି,୯ା୧ (ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଉତ୍ପାଦିତ ହଳଦୀ ଆମାଜନରେ ବିକ୍ରି ହେବ। ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳରେ ବାର୍ଷିକ ୫୦ ଟନରୁ ଉର୍ଦ୍ଧ୍ୱ...

ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ପରଲୋକ

ଅମରପାଲି, ୧୨ା୮(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଞ୍ଚଳର ବରିଷ୍ଠ ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ଗୁରୁବାର ପ୍ରତ୍ୟୁଷରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ବର୍ଷ ହୋଇଥିଲା।...

Advertisement
Archives

Model This Week