କାନଫୁଲ ବି ଦୂର କରିଥାଏ ମହିଳାଙ୍କ ବହୁ ଶାରିରୀକ ସମସ୍ୟା…

ଶୃଙ୍ଗାର ଯୋଗୁ ମହିଳାଙ୍କ ସୌନ୍ଦର୍ଯ୍ୟ ଅଧିକ ବୃଦ୍ଧି ପାଇଥାଏ। ଭାରତୀୟ ସଂସ୍କୃତିରେ ଶୃଙ୍ଗାର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଅନ୍ତର୍ଗତ ମହିଳାମାନେ ବିଭିନ୍ନ ଅଳଙ୍କାର ପରିଧାନ କରିଥାନ୍ତି। କାନଫୁଲ ମହିଳାଙ୍କ ସୌନ୍ଦର୍ଯ୍ୟ ବଢାଇବା ସହିତ କେତେକ ସମସ୍ୟାରୁ ମହିଳାଙ୍କୁ ଦୂରେଇ ରଖିଥାଏ। କାନଫୁଲ ପିନ୍ଧାଯାଉଥିବା ସ୍ଥାନରେ ଥିବା ଆକ୍ୟୁପ୍ରେସର ପଏଣ୍ଟ୍‌ରେ ଚାପ ପଡ଼ିଥାଏ। ଏହାଯୋଗୁ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼େ। କାନଫୁଲ ପିନ୍ଧିବା ଦ୍ୱାରା ପ୍ରଜନନ ଓ ମାସିକ ଋତୁସ୍ରାବ ସମସ୍ୟା ଦୂର ହୁଏ। ମହିଳାମାନଙ୍କ କର୍ଣ୍ଣବେଧ ଓ କାନରେ ସୁନା ଲଗାଇବା ଫଳରେ ମହିଳାଙ୍କର ଏସବୁ ସମସ୍ୟା ଦୂର ହୋଇଥାଏ। ଏହାଯୋଗୁ ସ୍ମୃତିଶକ୍ତି ବୃଦ୍ଧି ପାଇବା ସହିତ ଆଖି, ଗଳା ଓ ନାକର କାର୍ଯ୍ୟ ସ୍ବାଭାବିକ ହୋଇଥାଏ। ଆକ୍ୟୁପ୍ରେସର ଅନୁସାରେ କର୍ଣ୍ଣବେଧ କରାଯାଉଥିବା ସ୍ଥାନର ଅଧ ଇଞ୍ଚ ଉପରକୁ ଆକ୍ୟୁପ୍ରେସର ପଏଣ୍ଟ ରହିଛି, ଯାହା କି ନାକ, ଆଖି, ମେରୁଦଣ୍ଡ ଓ ଗଳା ସହ ସମ୍ପୃକ୍ତ। କେବଳ ଭାରତ ନୁହେଁ ଚାଇନା, ଜାପାନ ସମେତ ଇଜିପ୍ଟ ଆଦିର ପ୍ରାଚୀନ ସଭ୍ୟତାରେ କର୍ଣ୍ଣବେଧ ପରମ୍ପରା ରହିଥିଲା। ତେଣୁ ସେତେବେଳେ ମଧ୍ୟ ଚିକିତ୍ସା ଶାସ୍ତ୍ର ବିକଶିତ ଥିବା ଗବେଷକ କହିଥାନ୍ତି। ସୁନା କାନଫୁଲ ପିନ୍ଧିଲେ ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ। ସେହିପରି ରୁପା କାନଫୁଲ ମନରେ ସଞ୍ଜମତା ଆଣିଥାଏ । କାନଫୁଲରେ ବିଭିନ୍ନ ରତ୍ନପଥର ବ୍ୟବହାର ଦ୍ୱାରା ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। କାନଫୁଲରେ ମାଣିକର ବ୍ୟବହାର ଦ୍ୱାରା ମାସିକ ଚକ୍ରଜନିତ ସମସ୍ୟା ଦୂର ହେଉଥିବା ବେଳେ ପାନ୍ନାର ବ୍ୟବହାର କଲେ ଏହା ଗର୍ଭପାତରୁ ସୁରକ୍ଷା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘର ସଜାଉଥିଲେ

ଘର ସଜାଇବାର ସଉକ ଥିଲେ ଦାମୀ ଫର୍ନିଚର କିମ୍ବା ଡେକୋରେଟିଭ୍‌ ସାମଗ୍ରୀ ରଖିବା ଯେ ନିହାତି ଆବଶ୍ୟକ ତା’ ନୁହେଁ ବରଂ କମ୍‌ ବଜେଟରେ ଓ୍ବାଲ୍‌...

ଜାନୁୟାରୀରେ ବିରୁଷ୍କାଙ୍କ ଘରକୁ ଆସିବ ନୂଆ ଅତିଥି: ଜାଣନ୍ତୁ କେମିତି ହୋଇଥାନ୍ତି ଏହି ମାସରେ ଜନ୍ମିତ ଶିଶୁ

ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କ ଘରକୁ ଆସିବ ନୂଆ ଅତିଥି। ଇନ୍‌ଷ୍ଟା ପୋଷ୍ଟ ଅନୁଯାୟୀ ୨୦୨୧ ଜାନୁୟାରୀରେ ସନ୍ତାନକୁ ଜନ୍ମଦେବେ ଅନୁଷ୍କା। ଏଣୁ ଉଭୟ...

ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ...

ଏହି ୪ ପ୍ରକୃତିର ଲୋକଙ୍କ ସହ ମିଶିଲେ ହୋଇଯିବେ ବରବାଦ; ସର୍ପଠାରୁ ବି ଏମାନେ ଭୟଙ୍କର…

ଜଣେ ମହାନ ରାଜନେତା ଭାବରେ ବିବେଚିତ ହୋଇଥିବା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ...

ଚକୋଲେଟ୍‌ ଡେ’ରେ ଘରେ ପ୍ରସ୍ତୁତ କରନ୍ତୁ ଚକୋଲେଟ୍‌

ଫେବୃୟାରୀ ୯ ଅର୍ଥାତ ରବିବାର ଭାଲେଣ୍ଟାଇନ୍ସ ଓ୍ବିକ୍‌ର ତୃତୀୟ ଦିନ। ଏହିଦିନ ନିଜ ସାଥୀଙ୍କୁ ଚକୋଲେଟ୍‌ ଦେବାକୁ ଆଦୌ ଭୁଲନ୍ତୁ ନାହିଁ। ବଜାରରୁ ନ କିଣି...

ଘରୋଇ ଫେସ୍‌ ପ୍ୟାକ୍‌

ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜୀବନଶୈଳୀ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଆଦି କାରଣରୁ ତ୍ୱଚା ମଧ୍ୟ ପ୍ରଭାବିତ ହେଉଛି। ଏମିତିରେ ତ୍ୱଚାକୁ ସୁନ୍ଦର ଏବଂ ଫିଟ୍‌ ରଖିବାକୁ...

ପକେଟରେ ଏସବୁ ରଖିଲେ ଶୁଭ

ବାସ୍ତୁ ଅନୁସାରେ ବହୁତ ଜିନିଷ ଆମ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇ ଥାଏ । ସେଥିପାଇଁ ଜାଣନ୍ତୁ କେଉଁ ଜିନିଷ ସବୁ ପକେଟରେ ରଖିଲେ ଏହା...

ରାତିରେ ନିଦ ହେଉ ନ ଥିଲେ

ସୁସ୍ଥ ଜୀବନଶୈଳୀ ପାଇଁ ଭଲ ନିଦ ନିହାତି ଦରକାର। କିନ୍ତୁ ବର୍ତ୍ତମାନର ଅଧିକାଂଶ ଯୁବପିଢ଼ିଙ୍କଠାରେ କାର୍ଯ୍ୟ ଚାପ ହେଉ ଅବା ଅନ୍ୟାନ୍ୟ କାରଣରୁ ନିଦ୍ରାହୀନତା ଏକ...

Advertisement
Archives

Model This Week