କାଣୀ ନଦୀରେ ବନ୍ୟା

ଯାଜପୁର ଅଫିସ,୨୩ା୮:ବୈତରଣୀ ନଦୀର ଆଖୁଆପଦାଠାରେ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା ଏହାର ତଳମୁଣ୍ଡରେ ଥିବା କାଣୀ ନଦୀରେ ବିପତ୍ାତ ଦେଖାଦେଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ସ୍ଥଳେ ୧୭.୮୧ ମିଟର ରହିଛି। କାଣୀ ନଦୀର ବ୍ରହ୍ମଚାରୀପାଟଣାରେ ଗତ ୧୫ ତାରିଖରେ ସୃଷ୍ଟି ହୋଇଥିବା ଘାଇ ମରାମତି ପରେ ବି ଭାଙ୍ଗି ଯିବାରୁ ଯାଜପୁର ଜିଲା ଦଶରଥପୁର ବ୍ଲକର ୧୩ରୁ ଉର୍ଦ୍ଧ୍ୱ ପଞ୍ଚାୟତର ବାସିନ୍ଦା ପାଣିଘେରରେ ରହିଛନ୍ତି। କସପା ପଞ୍ଚାୟତର ବ୍ରହ୍ମଚାରୀପାଟଣା, ପଛପଡ଼ା, ନୂଆଶାସନ, ପଲ୍ଲାସାହୀ, କମାଳପୁର ଆଦି ଗ୍ରାମରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ପଞ୍ଚାୟତରେ ଥିବା କମାଳପୁର ନେହେରୁ ହାଇସ୍କୁଲ, ପଲ୍ଲାସାହି ପଞ୍ଚାନନ ହାଇସ୍କୁଲ, ବ୍ରହ୍ମଚାରୀପାଟଣା ନୋଡାଲ ସ୍କୁଲ, ପଞ୍ଚପଡ଼ା ପ୍ରାଥମିକ ବିଦ୍ୟାଳୟ, ନୂଆଶାସନ ବିଦ୍ୟାଳୟ ପ୍ରମୁଖରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁ ଶିକ୍ଷାଦାନ ବନ୍ଦ ରହିଛି। ଏହାସହ ବନ୍ୟା ଦୁର୍ଗତମାନେ ଆଶ୍ରୟ ନ ପାଇ ରାସ୍ତା ଉପରେ ବସା ବାନ୍ଧିଛନ୍ତି। ସେହିପରି ଦୁଦୁରାଅଣ୍ଟା ପଞ୍ଚାୟତର ଦୁଦୁରାଅଣ୍ଟା ଓ ନରଣଗୋଚ୍ଛା ଗ୍ରାମର ୧୬ଟି ୱାର୍ଡରେ ବ୍ୟାପକ କ୍ଷତି ଘଟିଛି। ବ୍ଲକ ପ୍ରଶାସନ ତରଫରୁ କସପା ପଞ୍ଚାୟତର ୧୦ଟି ୱାର୍ଡର ୪୬୦୦ ଜନସାଧାରଣଙ୍କୁ ୨ ଦିନର ରନ୍ଧାଖାଦ୍ୟ ଓ ଦୁଦୁରାଅଣ୍ଟା ପଞ୍ଚାୟତର ୩ଟି ୱାର୍ଡର ୧୦୦୦ ଜନସାଧାରଣଙ୍କୁ ୧ ଦିନ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ମାତ୍ର ଆବଶ୍ୟକ ପରିମାଣର ଗୋଖାଦ୍ୟ ପ୍ରଦାନ କରାଯାଇ ନଥିବାରୁ ଗତ ୮ ଦିନଧରି ଗୃହପାଳିତ ପ୍ରାଣୀମାନେ ଅର୍ଦ୍ଧାହାରରେ ରହୁଛନ୍ତି ବୋଲି ଗୋଲଖ ସାମଲ, ପ୍ରଶାନ୍ତ ନାୟକ, ପ୍ରଦୀପ ନାୟକ ପ୍ରମୁଖ ବନ୍ୟା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
କାଣୀ ନଦୀର ବନ୍ୟା ଦ୍ୱାରା ମଲ୍ଲିକାପୁର, ଶୁଶୁଆ, ନିଜାମପୁର, ଦତ୍ତପୁର, କୟାଁ, କମାରଡିହ, ଖାନନଗର, ଜାଫରପୁର ଓ ବିରିପଟା ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି। ପ୍ରଶାସନ ତରଫରୁ ୧୩ ପଞ୍ଚାୟତର ୧୩ ହଜାର ଜନସାଧାରଣ ପ୍ରଭାବିତ ହୋଇଥିବାର କୁହାଯାଉଥିବାବେଳେ ବାସ୍ତବରେ ଏହା ୨୦ ହଜାରରୁ ଊର୍ଦ୍ଧ୍ୱ ହେବ। ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ପ୍ରସାସନ ତରଫରୁ ୨ ଏନଡିଆର୍‌ଏଫ୍‌ ଟିମ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୁଦ୍ଧରେ କର୍ତ୍ତବ୍ୟରତ ମହିଳା ଅଧିକାରୀ, ଧନ୍ୟବାଦ ଜଣାଇଲା ଜିଲା ପ୍ରଶାସନ

ବନ୍ତ,୧୬ା୪(ଡି.ଏନ୍‌.ଏ.) : ମହାମାରୀ କରୋନା ଲକ୍‌ଡାଉନ୍‌ ସମୟରେ ରାତିରେ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକର...

କଥାରେ ସୀମିତ ସ୍ବଚ୍ଛତା

ସ୍ବଚ୍ଛ ସୁନ୍ଦର ସହର ହେବ ଢେଙ୍କାନାଳ। ଥରେ ମାତ୍ର ବ୍ୟବହାର ଉପଯୋଗୀ ପ୍ଲାଷ୍ଟିକ୍‌, ପଲିଥିନ ସାମଗ୍ରୀ ଉପରେ ଜାରି କରାଯିବ କଟକଣା। ଏହାକୁ କାର୍ଯ୍ୟକାରୀ କରିବାକୁ...

ଲାଞ୍ଚ ଓ କର୍ତ୍ତବ୍ୟରେ ଅବହେଳା: ପୋଲିସ ଏସ୍‌ଆଇ ନିଲମ୍ବିତ, ଏଏସ୍‌ଆଇ ଗିରଫ

ପୁରୀ ଅଫିସ,୧୮।୧: ଲାଞ୍ଚ ନେବା ଓ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିବା ପୁରୀ ଜିଲା ପୋଲିସର ୨ଜଣ ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ଜଣଙ୍କୁ ଗିରଫ...

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କର୍ମଚାରୀଙ୍କ ଜୀବନ

ହିନ୍ଦୋଳ,୧।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ଅନ୍ତର୍ଗତ ଚରଣପୁର ବିଦ୍ୟୁତ୍‌ ଷ୍ଟ୍ରକଚରରେ ଏକ ଅଘଟଣ ଘଟିଛି। ଖୁଣ୍ଟରେ ଚଢ଼ି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ...

ଟଙ୍କା ଲୋଭରେ ନାବାଳକ ଘଟାଉଛନ୍ତି ଅପରାଧ

ବ୍ରହ୍ମପୁର ଅଫିସ,୧୮ା୭-ଏବେ ସମସ୍ତେ ଏକ ବିଳାସପୂର୍ଣ୍ଣ ଜୀବନ ଶୈଳୀ ବିତାଇବା ପାଇଁ ଇଚ୍ଛା କରୁଛନ୍ତି। ଏଥିପାଇଁ କିଏ କଠିନ ପରିଶ୍ରମ କରୁଛି ତ ଆଉ କେହି...

କରୋନା ମାଡ଼: ମାସେ ହେଲା ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ, ଋଣ ଛାଡ଼ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଲେ ସ୍ମାରକପତ୍ର

ଛତ୍ରପୁର,୨୦ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ନେଇ ଲାଗି ରହିଥିବା କଟକଣା ଯୋଗୁ ଗତ ଏକ ମାସ ହେଲା ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ମତ୍ସ୍ୟଜୀବୀ ଘରେ...

୧୦ ଦିନିଆ ଶଟ୍‌ଡାଉନ ଘୋଷଣା କଲେ ସରପଞ୍ଚ

ଉମରକୋଟ,୨୮ା୪: ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଝରିଗାଁ ବ୍ଲକ୍‌ରୁ ୭୮ ପଜିଟିଭ ଚିହ୍ନଟ...

ଆବାସ ଯୋଜନାରୁ ଉପେକ୍ଷିତ ଅଭିଯୋଗ: ଦଦ୍‌ରା କୁରିଆରେ ବୁରୁଧ୍‌ ଦମ୍ପତି

ଲୋଇସିଂହା, ୭।୨ (ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗଁାର ବୁରୁଧ୍‌ କୃଷ୍ଣଚନ୍ଦ୍ର ପଧାନକୁଁ ଆବାସ ଯୋଜନାରେ ସାମିଲ କରାଯଇଛେ। ହେଲେ ପଁଚେତ୍‌ କତୁରପକ୍ଷକଁର...

Advertisement
Archives

Model This Week