କାଠଫାଳିଆରେ ପିଟି ମା’ଙ୍କୁ ହତ୍ୟା, ପୁଅ ଗିରଫ

ବିନିକା,୧୪ା୬(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନ ଖଇରମାଳ ଗ୍ରାମରେ ରବିବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଛି ା ଜଣେ ଯୁବକ ଜନ୍ମଦାତ୍ରୀ ମା’ଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଛିି ା ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ଗଣେଶ ଭୁଏ(୩୦)ଙ୍କୁ ଗିରଫ କରିଛି ା ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଜୁଡୁବୁଡୁ କାଠଫାଳିଆକୁ ଜବତ କରାଯାଇଛି ା
ପ୍ରକାଶ ଯେ, ଗଣେଶ ସକାଳୁ ଉଠି କୌଣସି କାରଣ ନେଇ ଘରର ସଦସ୍ୟଙ୍କୁ ଗାଳିଗୁଲଜ କରିବା ସହ ପାଟିତୁଣ୍ଡ କରିଥିଲେ ା ଏହି ସମୟରେ ତାଙ୍କ ମା’ ସତ୍ୟ ଭୁଏ(୬୦) ଘର ସମ୍ମୁଖରେ ନିଜ ମୁହଁ ହାତ ଧୋଉଥିଲେ ା ତେବେ ସେ ହଠାତ୍‌ ନିଜର ହିତାହତ ଜ୍ଞାନ ଭୁଲିଯାଇ ନିକଟରେ ପଡିଥିବା ଏକ କାଠଫାଳିଆରେ ମା’ଙ୍କୁ ପିଟିଥିଲେ ା ତଳେ ପଡିଯିବା ପରେ ସେ ମାଙ୍କ ମୁଣ୍ଡକୁ ବାରମ୍ବାର ପ୍ରହାର କରି ଚାଲିଥିଲେ ା ଏହାଦେଖି ଗଣେଶଙ୍କ ବାପା ଫଗୁନୁ ଭୁଏ (୬୫) ଓ ବିବାହିତା ବଡ ଭଉଣୀ ମାଳତୀ ତାଙ୍କୁ ଏଥିରୁ ନିବୃତ୍ତ ହେବା ପାଇଁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ ା ଶେଷରେ ବୃଦ୍ଧା ମା’ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ବିନିକା ଥାନା ଆଇଆଇସି କୁଶ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଗଣେଶଙ୍କୁ ଗିରଫ କରିଥିଲେ। ଏହାପରେ ପୋଲିସ ଜବତ ମୃତଦେହକୁ ବିନିକା ମେଡିକାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଏ ନେଇ ବିନିକା ଥାନାରେ ଏକ ମାମଲା (ନଂ. ୧୫୧/୨୦) ରୁଜୁ ହୋଇଛି ା ଥାନା ଅଧିକାରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ଲକ୍‌ଡାଉନ୍‌ ସମୟରେ ମା’ କାମ କରିଯିବାକୁ ବାରମ୍ବାର କହିବାରୁ ଗଣେଶ ଏଭଳି କାଣ୍ଡ କରିଥିବା ପୋଲିସ ନିକଟରେ ପ୍ରକାଶ କରିଛନ୍ତି ା ତେବେ ତଦନ୍ତ ଜାରୀ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପରେ ଶୁଖିଲା ଲଙ୍କା, ଭିତରେ ଗଞ୍ଜେଇ ଚାଲାଣ, ଧରିଲା ପୋଲିସ

ସୋନପୁର,୩୦ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ମୋବାଇଲ ୟୁନିଟ୍‌ ଓ ବୀରମହାରାଜପୁର ଅବକାରୀ ଥାନା ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଉଲୁଣ୍ଡା ଥାନା ଏସ୍‌. ପତ୍ରାପାଲି ଓ ବୀରମହାରାଜପୁର…

ଅଙ୍ଗ ନଦୀ ବନ୍ୟା ପାଣି ଘେରରେ ଦିଗଶିରା ଗ୍ରାମ, ବ୍ରିଜରେ କାମ କରୁଥିବା ବେଳେ ଫସିଥିବା ୨୦ ଶ୍ରମିକ ଉଦ୍ଧାର

ଡୁଙ୍ଗୁରିପାଲି, ୨୯।୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଦିଗଶିରା ଗ୍ରାମ ବର୍ତ୍ତମାନ ଅଙ୍ଗ ନଦୀର ବନ୍ୟା ପାଣି ଘେରରେ ରହିଛି। ଉପରମୁଣ୍ଡରେ ଲଘୁଚାପ ଜନିତ…

ଜୁନରେ ଘାରିଥିଲା ମରୁଡ଼ି ଆଶଙ୍କା, ଜୁଲାଇରେ ଲଗାଣ ବର୍ଷା; ଉଜୁଡ଼ିବାକୁ ବସିଲା ଧାନ ଚାଷ

ଅମରପାଲି, ୨୯।୭ (ପୀତାମ୍ବର ସାହୁ): ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର କୃଷି ଅଞ୍ଚଳରେ ପାଗର ଅସ୍ବାଭାବିକ ପରିବର୍ତ୍ତନ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri