କାଠଗଡ଼ାରେ ରଥଯାତ୍ରା ଭାଗ୍ୟ, ରାୟ ଅପେକ୍ଷାରେ ଶ୍ରଦ୍ଧାଳୁ

ପୁରୀ ଅଫିସ,୨୨।୬:  ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଚଳିତବର୍ଷ ବଡ଼ଦାଣ୍ଡରେ ଗଡ଼ିବ ନାହିଁ ରଥ। ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟକୁ ରାଜ୍ୟ ସରକାର ସ୍ବାଗତ କରିଛନ୍ତି। ହେଲେ ଏହାକୁ ଗ୍ରହଣ କରିପାରୁ ନାହାନ୍ତି କୋଟି କୋଟି ଜଗନ୍ନାଥ ପ୍ରେମୀ। ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର କରିବା ପାଇଁ ଦାଖଲ ହୋଇଛି ଏକାଧିକ ଆବେଦନ। ଏପରି କି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ରାୟର ପରିବର୍ତ୍ତନ ସପକ୍ଷରେ ମତ ଦେଇଥିବାବେଳେ ଗଜପତି ମହାରାଜା ମଧ୍ୟ ରଥଯାତ୍ରା ବନ୍ଦ ନ କରିବାକୁ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ମଙ୍ଗଳବାର ରଥଯାତ୍ରା ଥିବାରୁ ମଝିରେ ସୋମବାର ଗୋଟିଏ ଦିନ। ସୁପ୍ରିମକୋର୍ଟରେ ହୋଇଥିବା ପୁନର୍ବିଚାର ଆବେଦନର ଶୁଣାଣି ସୋମବାର ହେବାକୁ ଧାର୍ଯ୍ୟ ମଧ୍ୟ ହୋଇଛି। ବିଚାରପତି ଏସ୍‌.ରବୀନ୍ଦ୍ର ଭଟ୍ଟ ଆବେଦନଗୁଡ଼ିକର ଶୁଣାଣି କରିବେ। ତେଣୁ କୋର୍ଟଙ୍କ ରାୟକୁ ସମସ୍ତଙ୍କ ଅପେକ୍ଷା। କିଛି ଚମତ୍କାର ଘଟିବା ଅପେକ୍ଷାରେ ରହିଛନ୍ତି କୋଟି କୋଟି ଭକ୍ତ ଓ ଜଗନ୍ନାଥପ୍ରେମୀ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଏପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଦୂର ହୋଇନି। ଏବେ ବି ଘୋଷଯାତ୍ରାକୁ ନେଇ ଆଶା ଓ ଆଶଙ୍କାର ଲୁଚକାଳି ଖେଳ ଜାରି ରହିଛି। ମହାମାରୀ କରୋନା ପାଇଁ ଏଥର ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ଗତ ୧୮ ତାରିଖରେ ରାୟ ଦେଇଥିଲେ। ଏହି ରାୟକୁ ରାଜ୍ୟ ସରକାର ଚୂଡ଼ାନ୍ତ ବୋଲି ଗ୍ରହଣ କରି ନେଇଥିବାବେଳେ ପୁନଶ୍ଚ ଶ୍ରୀମନ୍ଦିର ଛତିଶା ନିଯୋଗ ଓ ପରିଚାଳନା କମିଟି ମିଳିତ ବୈଠକର ନିଷ୍ପତ୍ତି ପୁଣି ଆଶା ଉଜ୍ଜୀବିତ କରିଛି। ସୁପ୍ରିମ୍‌କୋର୍ଟରେ ଦାଖଲ ପିଟିଶନର ନିଷ୍ପତ୍ତି କ’ଣ ଆସୁଛି ସୋମବାରକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କମିଟି ଅଧ୍ୟକ୍ଷ ଗଜପତି ମହାରାଜା କହିଛନ୍ତି। ମୂଳପୀଠରେ କୌଣସି ପରିସ୍ଥିତିରେ ରଥଯାତ୍ରା ବନ୍ଦ ନ କରିବାକୁ ଗଜପତି ମୁଖ୍ୟମନ୍ତ୍ରୀଙ୍କ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ଶଙ୍କରାଚାର୍ଯ୍ୟ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେଣୁ ରଥଯାତ୍ରାକୁ ନେଇ ଭକ୍ତମହଲରେ ଆଶା ଉଜ୍ଜୀବିତ ହୋଇଛି। ଅପପକ୍ଷରେ ତିନିରଥ ମଧ୍ୟ ପ୍ରସ୍ତୁତ ହୋଇରହିଛି। ରବିବାର ରଥରେ କନା ପଡିବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ମଧ୍ୟ ଶେଷ ହୋଇଛି।
ପୁରୀ ସହର ବାସିନ୍ଦା ରାଜୀବ ପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବ ଏହି କଥାକୁ କେବେ ବିଶ୍ୱାସ କରିପାରୁନି। ପିଲାଟି ଦିନରୁ ରଥଯାତ୍ରା ଦେଖିଆସୁଛି। ହେଲେ ଏଥର ଯଦି ମହାମାରୀ କରୋନା ବାଧକ ସାଜିଛି ତେବେ ବିନା ଭକ୍ତରେ ରଥଯାତ୍ରା କରାଯାଉ, ସମ୍ପୂର୍ଣ୍ଣ ବନ୍ଦ ନ ହେଉ। ସେମିତି ବି ହେବ। ମହାପ୍ରଭୁ ନିଶ୍ଚିତ ଶେଷ ମୁହୂର୍ତ୍ତରେ କିଛି ଚମତ୍କାରିତା କରିବେ ବୋଲି ବିଶ୍ୱାସ ରଖିଛନ୍ତି ରାଜୀବ। କେବଳ ରାଜୀବ ନୁହଁନ୍ତି, ପ୍ରାୟ ସମସ୍ତେ ରଥଯାତ୍ରାକୁ ନେଇ ସକାରାତ୍ମକ ଆଭିମୁଖ୍ୟ ରଖିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri