କାଟୁ କରୁନି କରୋନା କଟକଣା

କଟକ ଅଫିସ୍‌,୨୮ା୩: ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ୨୪ତାରିଖ ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଲକ୍‌ଡାଉନ୍‌ ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ ଓଡ଼ିଶାରେ ବହୁ ଲୋକ ନିୟମିତ ଲକ୍‌ଡାଉନ୍‌କୁ ଉଲ୍ଲଂଘନ କରୁଛନ୍ତି। ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ୟ ଲୋକେ କଟକଣା ମାନୁନାହାନ୍ତି। ମାତ୍ର ୩ଦିନରେ ରାଜ୍ୟର ବିଭିନ୍ନ ଥାନାରେ ଲକ୍‌ଡାଉନ୍‌ ଉଲ୍ଲଂଘନ ନେଇ ୭୪୮ଟି ମାମଲା ରୁଜୁ ହୋଇଛି।
ରାଜ୍ୟ ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ତାରିଖ ସକାଳଠାରୁ ୨୫ତାରିଖ ସକାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ କରୋନା କଟକଣା ଜନିତ ମୋଟ ୧୪୯ଟି ମାମଲା ରୁଜୁ ହୋଇଥିଲା। ସେଥିରୁ କେବଳ ୧୩୭ଟି ମାମଲା ଥିଲା ଲକ୍‌ଡାଉନ୍‌ ଉଲ୍ଲଂଘନ ଜନିତ। ଏହା ପରଠୁ ନିୟମିତ ଏହି ମାମଲା ବଢ଼ିବାରେ ଲାଗିଛି। ୨୫ତାରିଖ ସକାଳଠାରୁ ୨୬ତାରିଖ ସକାଳ ପର୍ଯ୍ୟନ୍ତ ଉଲ୍ଲଂଘନ ସମ୍ପର୍କିତ ମାମଲା ବୃଦ୍ଧି ହୋଇଥିଲା। ଏହି ସମୟରେ ମୋଟ ୨୫୫ଟି ମାମଲା ରୁଜୁ ହୋଇଥିଲା। ସେଥିରୁ କେବଳ ଲକ୍‌ଡାଉନ୍‌ ଉଲ୍ଲଂଘନ ଜନିତ ମାମଲା ଥିଲା ୨୪୩। ସେହିଭଳି ୨୬ତାରିଖ ସକାଳ ଠାରୁ ୨୭ ତାରିଖ ସକାଳ ପର୍ଯ୍ୟନ୍ତ କରୋନା ସମ୍ପର୍କିତ ୩୯୩ଟି ମାମଲା ରୁଜୁ ହୋଇଛି। କେବଳ ଲକ୍‌ଡାଉନ୍‌ ଉଲ୍ଲଂଘନ ସଂକ୍ରାନ୍ତ ମାମଲା ରହିଛି ୩୬୮। ଲୋକେ ବାରମ୍ବାର କଟକଣା ଉଲ୍ଲଂଘନ କରୁଥିବା ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଗାଁଠୁ ସହର ପର୍ଯ୍ୟନ୍ତ ସବୁ ପ୍ରମୁଖ ଛକ, ବଜାର ଓ ରାସ୍ତାରେ ପୋଲିସ ପକ୍ଷରୁ କଡ଼ା ପ୍ରହରା ଦିଆଯାଉଛି। ଜାଗା ଜାଗାରେ ବ୍ୟାରିକେଡ୍‌ ପକାଇ ଅଧିକାରୀମାନେ ଲୋକଙ୍କୁ ଯାଞ୍ଚ କରୁଛନ୍ତି। ଏପରି କି ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯାନବାହନ ଜବତ କରାଯିବା ସହ ଜରିମାନା ଆଦାୟ ହେଉଛି। ତଥାପି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉନାହିଁ। ଅତ୍ୟାବଶ୍ୟକ କାମ ନ ଥିଲେ ଘରୁ ନ ବାହାରିବା ପାଇଁ ସରକାର ବାରମ୍ବାର କହୁଥିଲେ ମଧ୍ୟ ଅନେକ ଲୋକ ମାନୁ ନାହାନ୍ତି।
ଅପରପକ୍ଷେ ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏକ ଭିଡିିଓ ବାର୍ତ୍ତା ଜରିଆରେ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଲକ୍‌ଡାଉନ୍‌ ପାଳନରେ ରାଜ୍ୟ ପୋଲିସ ଭଲ କାମ କରିଛି। ପୋଲିସ କର୍ମଚାରୀଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ସମର୍ପଣ ପାଇଁ ସେମାନେ ଆଜି ରାଜ୍ୟବାସୀଙ୍କ ସ୍ନେହ ଓ ସମ୍ମାନ ହାସଲ କରିପାରିଛନ୍ତି। ସେଥିପାଇଁ ଅଭିନନ୍ଦନ। ଲକ୍‌ଡାଉନ୍‌ ତିନି ସପ୍ତାହ ଚାଲିବ। କିନ୍ତୁ କରୋନା ବିରୋଧରେ ଲଢ଼େଇ କିଛି ମାସ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟ ଓ ଜୀବନ ରକ୍ଷା ନିମନ୍ତେ ଈଶ୍ୱର ଆମକୁ ଗୁରୁଦାୟିତ୍ୱ ଦେଇଛନ୍ତି। ଏହି ପବିତ୍ର କାମ ପାଇଁ ଆମକୁ ପୂର୍ଣ୍ଣ ସମର୍ପିତ ରହିବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ଗୁରୁତ୍ୱପୂର୍ଣ୍ଣ: ଡିଏମ୍‌ଇଟି

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ। ୩ ମାସ ଦୋକାନ ବଜାରରେ ଲୋକଙ୍କ ଭିଡ଼ ଅଧିକ ହେବ। ତେଣୁ ଏହି ସମୟରେ ପୁଣିଥରେ ସଂକ୍ରମଣ ବଢ଼ିବ...

ଖଇରା ବଜାରରେ ବାରମ୍ବାର ଦୁର୍ଘଟଣା: ପ୍ରତିବାଦରେ ରାସ୍ତା ଅବରୋଧ

ଖଇରା, ୫।୧(ଡି.ଏନ.ଏ.)-ସୋର-କୁପାରୀ ରାଜ୍ୟ ରାଜପଥର ଖଇରା ବଜାରରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ କ୍ରମାଗତ ଦୁର୍ଘଟଣା ଘଟୁଛି। ରାସ୍ତାରେ ବାଲି ଜମା ହେବା ଯୋଗୁ ଜଣେ...

ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା...

କମ୍ପାନୀ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଜିଲାର ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟସେବା ସୁବିଧା ଏବଂ କମ୍ପାନୀ ପକ୍ଷରୁ ନିଆଯାଇଥିବା ଜନମଙ୍ଗଳ କାର୍ଯ୍ୟର ସମୀକ୍ଷା...

ଦିନକରେ ୯୦୯ ପଜିଟିଭ

ନୂଆଦିଲ୍ଲୀ,୧୩।୪: ପରିସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ଭୂତାଣୁ ମହାମାରୀର ରୂପ ନେଇ ଭାରତକୁ ଗ୍ରାସ କରିବାରେ ଲାଗିଛି। ରବିବାର ୯୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା...

ମାସ୍କ ନ ମିଳିବାରୁ ରାଗିଲେ ଡାକ୍ତର

ବିଶାଖାପଟନମ,୭।୪: କରୋନା ସଂକ୍ରମଣଠାରୁ ଦୂରେଇ ରହିବାକୁ ସାଧାରଣ ଲୋକଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି କିଛି ରାଜ୍ୟରେ ଘୋଷଣା କରାଯାଇଛି। ହେଲେ ଯେଉଁଠି ଡାକ୍ତରଙ୍କ ପାଇଁ...

ଜୀବିତଙ୍କ ନାଁରେ କୋଭିଡ୍‌ ସହାୟତା

ନୟାଗଡ଼ ଅଫିସ,୧୨।୧୨: ଜୀବିତ ଲୋକଙ୍କ ନାମରେ କୋଭିଡ୍‌ ମୃତକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ରାଶି ନୟାଗଡ଼ ଜିଲାର କେତେଜଣ ଲୋକଙ୍କୁ ମିଳିଛି। ଏହା ପରେ କୋଭିଡ୍‌...

ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

ରଘୁନାଥପୁର,୧୧ା୧(ଡି.ଏନ୍‌.ଏ.): ସରକାର ବିଭିନ୍ନ ପଞ୍ଚାୟତରେ ପାନୀୟଜଳ ପ୍ରକଳ୍ପ କରି ଗ୍ରାମାଞ୍ଚଳରେ ସ୍ବଚ୍ଛ ପିଇବା ପାଣି ଯୋଗାଇ ଦେଉଛନ୍ତି। ମାତ୍ର ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା...

Advertisement
Archives

Model This Week