କାଜୁ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା: ଗୁଣିଗାରେଡ଼ି ସନ୍ଦେହରେ ହୋଇଥିଲା ହତ୍ୟା

ଚୌଦ୍ୱାର,୨୪।୧୦(ଡି.ଏନ୍‌.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଗୋଡଧୁଆ ଗ୍ରାମ ନିକଟ କାଜୁ ଜଙ୍ଗଲରୁ ଘନ ସୋରେନ(୬୫)ଙ୍କ ମୃତଦେହ ଉଦ୍ଧାର ଘଟଣାର ଚୌଦ୍ୱାର ପୋଲିସ ବୁଧବାର ପର୍ଦ୍ଦାଫାଶ କରିଛି। ଘନଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଉକ୍ତ ଗ୍ରାମର ଘନ ଚମ୍ପିଆ। ତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଶାବଳ ଜବତ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୧୨ତାରିଖରେ ଘନ ସୋରେନ ସମଟିକିରା ଗ୍ରାମରେ ଜଣେ ସମ୍ପର୍କୀୟାଙ୍କ ଘରକୁ ଯାଇଥିଲେ। ସେ ଘରକୁ ନ ଫେରିବାରୁ ତାଙ୍କ ପୁଅ ଭଜଗ ସୋରେନ ୧୩ତାରିଖରେ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ୧୪ତାରିଖ ସକାଳେ ଘନ ସୋରେନଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖି ଜଣେ ଗୋରୁ ଜଗୁଆଳି ଗ୍ରାମବାସୀଙ୍କୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସମ୍ପର୍କରେ ପୋଲିସ ଏକ ମାମଲା(ନଂ. ୩୯୨/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ତଦନ୍ତରୁ ଉକ୍ତ ଗ୍ରାମର ଘନ ଚମ୍ପିଆ ହତ୍ୟା କରିଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଘନଙ୍କ ବୟାନ ଅନୁଯାୟୀ, ମୃତ ଘନ ସୋରେନ୍‌ ଗ୍ରାମରେ ଗୁଣି ଗାରେଡ଼ି ଓ ତନ୍ତ୍ରମନ୍ତ୍ର କରୁଥିଲେ। ଏଥିପାଇଁ ଲୋକେ ତାଙ୍କ ପାଖକୁ ଆସୁଥିଲେ। ତାଙ୍କ ସ୍ତ୍ରୀ ଦୀର୍ଘଦିନ ଧରି ରୋଗାକ୍ରାନ୍ତ ହୋଇଥିବାରୁ ସେ ଅନ୍ୟ ଏକ ଗ୍ରାମରୁ ଜଣେ ଗୁଣିଆଙ୍କୁ ଡାକି ତାଙ୍କ ସ୍ତ୍ରୀର ଝଡ଼ାଫୁଙ୍କା କରାଉଥିଲେ। ହେଲେ ତାଙ୍କ ସ୍ତ୍ରୀ ଭଲ ହେବା ପରିବର୍ତ୍ତ ରୋଗ ଅଧିକ ବଢ଼ିବାରେ ଲାଗିଲା। ସେ ବାହାରୁ ଗୁଣିଆ ଡକାଇ ଥିବାରୁ ଘନ ସୋରେନ ପ୍ରତିଶୋଧ ପରାୟଣ ହୋଇ ପାଲଟା ଗୁଣି କାରିଥିବାରୁ ତାଙ୍କ ସ୍ତ୍ରୀର ରୋଗ ବଢୁଛି ବୋଲି ସନ୍ଦେହ କରିଥିଲେ। ୧୨ତାରିଖ ରାତିରେ ସୋରେନ୍‌ ସମ୍ପର୍କୀୟଙ୍କ ଘରୁ ଫେରୁଥିବାବେଳେ ରାସ୍ତାରେ ଏକୁଟିଆ ପାଇ ସେ ଏକ ଶାବଳରେ ତାଙ୍କୁ ହତ୍ୟା କରିବା ସହିତ ମୃତଦେହକୁ ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଘନ ଚମ୍ପିଆ ପୋଲିସ ଆଗରେ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା

ଖଇରା,୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅଗ୍ନିପୁର ଗ୍ରାମବାସୀ ଓ ମହିଳା ଗୋଷ୍ଠୀଙ୍କ ତରଫରୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି...

ସଫେଇ କର୍ମୀଙ୍କୁ ପକ୍କାଘର ଦେବ ବିଏମ୍‌ସି

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ସଫେଇକର୍ମୀଙ୍କୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ପକ୍କାଘର ମିଳିବ। ସେମାନେ ରହୁଥିବା ସ୍ଥାନକୁ ୨ ମାସ ଭିତରେ ରାସ୍ତା ଓ ଡ୍ରେନ୍‌ ନିର୍ମାଣ...

ମେ ଶେଷ ସୁଦ୍ଧା ସରିବ ଆଠଗଡ଼ ବସ୍‌ଷ୍ଟାଣ୍ଡ କାମ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ଆଠଗଡ଼ ବସ୍‌ଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ମେ ମାସ ଶେଷସୁଦ୍ଧା ସମ୍ପୂର୍ଣ୍ଣ ହେବ। ଗୁରୁବାର ଲୋକସେବା ଭବନରେ...

ସ୍ତ୍ରୀଙ୍କୁ ଭାଉଜ, ଝିଅକୁ ଝିଆରୀ କହୁଥିଲେ ପ୍ରେମିକ: ଧାରଣା ଦେଲେ ଗର୍ଭବତୀ ପ୍ରେମିକା

ପାପଡ଼ାହାଣ୍ଡି,୧୮ା୫(ଡି.ଏନ୍‌.ଏ.): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ୭ ବର୍ଷ ହେଲା ପ୍ରେମିକାଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ। ଏବେ ପ୍ରେମିକା ୭ ମାସର ଗର୍ଭବତୀ ହେବା...

ଗାଁ ଗାଁ ବୁଲିବ ବୁଷ୍ଟର ଟିକା ଭ୍ୟାନ

ଭୁବନେଶ୍ୱର, ୯ା୮(ବ୍ୟୁରୋ): ସାରା ଦେଶରେ ଏବେ ମାଗଣା ବୁଷ୍ଟର ଡୋଜ୍‌ ଟିକାକରଣ ଚାଲିଛି। ଓଡ଼ିଶାରେ ବି ଏହି ଟିକାକରଣ ଚାଲିଥିବାବେଳେ ବହୁ ଲୋକ ଟିକା ନେବା...

ଖାଁ ଖାଁ ଅଲାରନାଥ ପୀଠ, ଶୁଭୁନି ଭକ୍ତଙ୍କ ଗହଳି

ବ୍ରହ୍ମଗିରି, ୬।୬(ଡି.ଏନ୍‌.ଏ): ସ୍ନାନ ପୂର୍ଣ୍ଣିମାରେ କାଳିଆ ସାନ୍ତ ଭାଇ ଭଉଣୀଙ୍କ ସହିତ ମହାସ୍ନାନ କରି ଜ୍ବରରେ ପଡି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି। ଏହି...

ଶଟର୍‌ ପକାଇ ଦୋକାନ ଭିତରେ ଆତ୍ମହତ୍ୟା

ଝାରସୁଗୁଡ଼ା ଅଫିସ,୨୨ା୧: ଝାରସୁଗୁଡା ସହର ସରବାହାଲସ୍ଥିତ ଏକ ଆଟୋମୋବାଇଲ୍‌ ଦୋକାନ ଭିତରେ ଜଣେ ବ୍ୟବସାୟୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସ୍ଥାନୀୟ ସରବାହାଲ...

ଆଜି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ ଅଫିସ, ୧୭ା୯: ପବିତ୍ର ସୁନିଆ ଏବଂ ବିଶ୍ୱକର୍ମା ପୂଜା ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି...

Advertisement
Archives

Model This Week