‘କାଜି’ ପଦବୀରୁ କାଜିବଜାର

କଟକ ଅଫିସ, ୫ା୧୨: ବାଉନ ବଜାର ତେପନ ଗଳିର ସହର କଟକ। ଯଦିଓ ଏବେ ଏହି ଐତିହାସିକ ସହରରେ ଶହେ ବଜାର ହଜାରେ ଗଳି ସୃଷ୍ଟି ହେଲାଣି ତଥାପି କଟକ ସହିତ ଏହି ଢଗଟି ଚିରକାଳ ଧରି ରହିଆସିଛି। ଏହି ପ୍ରାଚୀନ ସହରର ପ୍ରତ୍ୟେକ ଗଳିକନ୍ଦି ପଛରେ ରହିଛି ଇତିହାସ ଓ ଅନେକ କାହାଣୀ। ଏହି କାହାଣୀଗୁଡ଼ିକ ଯେତିକି ରୋଚକ ସେତିକି ଶିକ୍ଷଣୀୟ। ରାଜ୍ୟର ପୁରୁଣା ରାଜଧାନୀ କଟକରୁ ସହରୀ ସଭ୍ୟତା ଆରମ୍ଭ ହୋଇଥିବା କୁହାଯାଏ। କଟକର ସାହି, ବସ୍ତି ଓ ବଜାର ସହିତ ଯୋଡ଼ିି ହୋଇ ରହିଥିବା କାହାଣୀକୁ ଲୋକଲୋଚନକୁ ଆଣିବା ନିମନ୍ତେ ‘ଧରିତ୍ରୀ’ର ଏକ ପ୍ରୟାସ। ଧରିତ୍ରୀର ହସ୍ତଗତ ହୋଇଥିବା ୨୦୦ ବର୍ଷ ତଳର ଏକ ପ୍ରାଚୀନ ନଥିକୁ ଆଧାର କରାଯାଇ ଏହି ସ୍ବତନ୍ତ୍ର ସ୍ତମ୍ଭ ପ୍ରସ୍ତୁତ କରାଯାଉଛି। ତତ୍କାଳୀନ ଚିଫ୍‌ ସେକ୍ରେଟାରୀ ଅଫ୍‌ ଗଭର୍ଣ୍ଣମେଣ୍ଟ ଜଜ୍‌ ଡୁଡୁସ୍‌ୱେଲ ଏସ୍‌କୋୟାରଙ୍କ ଲିଖିତ ଏହି ନଥି କଟକ ଉପରେ ଅନେକ ଚମତ୍କାର ତଥ୍ୟ ପ୍ରଦାନ କରୁଛି। ଏହି କ୍ରମରେ କଟକର କାଜି ବଜାର ଉପରେ ଏକ ସ୍ବତନ୍ତ୍ର ଉପସ୍ଥାପନା।

ନଁ। ପଛର କାହାଣୀ

କଟକ ମହାନଗର ନିଗମ ଅଧୀନ ୧୩, ୧୫ ଓ ୧୯ ନମ୍ବର ୱାର୍ଡକୁ ନେଇ କାଜିବଜାର ପରିବ୍ୟାପ୍ତ। ଏଠାରେ ୫୦୦ରୁ ଊର୍ଦ୍ଧ୍ୱ ଘର ରହିଛି। ଏଠାରେ ଅଧିକାଂଶ ପରିବାର ହେଉଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର। କାଜିବଜାର ନାଁ ପଛରେ ଏକ ଇତିହାସ ରହିଛି। ମୁସଲମାନ ଧର୍ମଶାସ୍ତ୍ର ଶାସନ ପଦ୍ଧତି ଅନୁଯାୟୀ ‘କାଜି’ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ। ମୁସଲମାନ ସମ୍ପ୍ରଦାୟର ଏମାନେ ବିଚାରକ। ଓଡ଼ିଶାରେ ମୋଗଲ ଶାସନ ପ୍ରତିଷ୍ଠା ହେବା ପରେ ଯେଉଁ କେତେକ ସାମାଜିକ ଅନୁଷ୍ଠାନ ପ୍ରତି ସାଧାରଣ ଲୋକ ତଥା ପ୍ରଶାସନିକ କର୍ମଚାରୀଙ୍କ ସମ୍ମାନ ରହିଥିଲା ସେଥିମଧ୍ୟରେ ‘କାଜି’ ପଦବୀ ଓ ଅନୁଷ୍ଠାନ ଥିଲା ଅନ୍ୟତମ। ମୁସଲମାନ ରାଜତ୍ୱ ଆରମ୍ଭ ହେବା ସହିତ ବିଚାରାଳୟରେ ମୁନ୍‌ସିଫ୍‌ ଓ କାଜିମାନେ ନିଯୁକ୍ତି ପାଉଥିଲେ। କଟକର କିଛି ଅଞ୍ଚଳରେ କାଜିମାନେ ବସତି ସ୍ଥାପନ କରିଥିଲେ। କାଜି (ବିଚାରପତି) ପଦବୀର ନାମାନୁସାରେ ଏହି ବଜାର ନାମ କାଜିବଜାର ଭାବେ ନାମିତ ହୋଇଛି।

କ’ଣ ରହିଛି ଏଠାରେ
କାଜିବଜାରରେ ଅନେକ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଛି ଯାହା ୧୯୧୯ ମସିହାରେ ସ୍ଥାପନ ହୋଇଥିଲା। ସେହିପରି ଭକ୍ତମଧୁ ବିଦ୍ୟାପୀଠ ରହିଛି। ଅତୀତରେ ଏହାର ନାମ ଟାଉନ ଭିକ୍ଟୋରିଆ ସ୍କୁଲ ଥିଲା। କାଜିବଜାର ସାହିରେ ଅଁଳେଶ୍ୱର ମହାଦେବ ପୂଜା ପାଉଥିବାବେଳେ କାଜିବଜାର ଛକରେ ଦୁର୍ଗାମଣ୍ଡପ ଶୋଭା ପାଇଥାଏ। ଏଥିସହିତ କାଜିବଜାର ପୂଜା କମିଟି ପକ୍ଷରୁ ପ୍ରତିବର୍ଷ କାଳୀ, ସରସ୍ବତୀ, କାର୍ତ୍ତିକେଶ୍ୱର, ଦୁର୍ଗା ଓ ଲକ୍ଷ୍ମୀଙ୍କ ପୂଜା ପାଳନ କରାଯାଇଥାଏ। କାଜି ବଜାର ପୂଜା କମିଟି ପକ୍ଷରୁ ପ୍ରଥମେ ଲକ୍ଷ୍ମୀଙ୍କ ଚାନ୍ଦିମେଢ ନିର୍ମାଣ କରାଯାଇଛି। ସେହିପରି ମୁସଲମାନ ସମ୍ପ୍ରଦାୟର ସତ୍ୟପୀରଙ୍କ ପୀଠ ମଧ୍ୟ ଏଠାରେ ରହିଛି। ଏହି ସାହିର ସ୍ବତନ୍ତ୍ରତା ହେଉଛି ଏଠାକାର ଭାଇଚାରା। ହିନ୍ଦୁ ହୁଅନ୍ତୁ କି ମୁସଲମାନ ସମସ୍ତେ ପର୍ବପର୍ବାଣି ମିଳିମିଶି ପାଳନ କରିଥାନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଜି.ଏ.ଆର୍‌. ଦୋରା ଏହି କାଜି ବଜାରର ବାସିନ୍ଦା।

ଏଠାକାର ସମସ୍ୟା
ଦୀର୍ଘଦିନ ଧରି ଏଠାକାର ମୁଖ୍ୟ ସମସ୍ୟା ହୋଇ ରହିଛି ଜଳ ନିଷ୍କାସନ ବ୍ୟବସ୍ଥା। ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚର ପାଣି ଘର ଭିତରେ ଲହଡ଼ି ମାରେ। ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନାହିଁ ବୋଲି ସାହିବାସିନ୍ଦା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶାଶ୍ୱମେଧ ଘାଟ ନିକଟରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର ଟାଉନ,୪ା୪(ଡି.ଏନ୍‌.ଏ.): ଯାଜପୁର ସହରସ୍ଥିତ ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରୁ ରବିବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି। ଯାଜପୁର...

ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଗୁରୁତ୍ୱ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ପର୍ଯ୍ୟଟନ ଶିଳ୍ପ କ୍ଷେତ୍ରରେ ନିଯୁକ୍ତିର ବିପୁଳ ସୁଯୋଗ ରହିଛି। ଟୁରିଜମ୍‌ ଓ ଟ୍ରାଭେଲ ଇଣ୍ଡଷ୍ଟ୍ରିରୁ ହୋଟେଲ ଏବଂ ଆମ୍ୟୁଜମେଣ୍ଟ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ, ସବୁକ୍ଷେତ୍ରରେ...

ଖାଲି ପଡ଼ିଛି ସୁପର ସ୍ପେଶିଆଲିଟି ପିଜି ସିଟ୍‌

କଟକ ଅଫିସ,୧୬।୯:ମେଡିକାଲ ପାଠ୍ୟକ୍ରମର ସର୍ବୋଚ୍ଚ ଡିଗ୍ରୀ ଏମ୍‌.ସିଏଚ୍‌(ମାଷ୍ଟର ଅଫ୍‌ ଚିରାଜି) ଏବଂ ଡିଏମ୍‌(ଡକ୍ଟର ଅଫ୍‌ ମେଡିସିନ) ପଢିବା ପାଇଁ ମେଡିକାଲ ଛାତ୍ରୀଛାତ୍ରଙ୍କ ଆଗ୍ରହ କମିବାରେ ଲାଗିଛି।...

ଗୋରୁ ବୋଝେଇ ୨ ପିକ୍‌ଅପ୍‌ ଭ୍ୟାନ ଜବତ, ୩ ଗିରଫ: ୧୬ ଗୋରଙ୍କୁ ଉଦ୍ଧାର କରାଗଲା

ବାହାନଗା,୧।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଳକ୍‌ ଗୋପାଳପୁର ଫାଣ୍ଡି ପୋଲିସ ବୁଧବାର ୨ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ଜବତ କରି ସେଥିରେ ଚୋରା ଚାଲାଣ...

ଲିଙ୍ଗଭିତ୍ତିକ ହିଂସାର ବିଲୋପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପଠାଗଲା ପୋଷ୍ଟକାର୍ଡ

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ):ସହର ହେଉ ବା ଗ୍ରାମାଞ୍ଚଳ, ସବୁଠାରେ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାୟ ପ୍ରତ୍ୟେକ ଦିନ କେଉଁଠି ନା...

ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସିର କ୍ରମାଗତ ଖରାପ ପ୍ରଦର୍ଶନ: ରାଜ୍ୟର ୫ ସହର ତଳେ ଭୁବନେଶ୍ୱର

ଭୁବନେଶ୍ୱର, ୪ା୧(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିବା ପରେ ଆଗକୁ ଭଲ ପ୍ରଦର୍ଶନ ନିମନ୍ତେ...

କୁଶୁପଦାକୁ ଜଳଯନ୍ତ୍ରଣା

ଢେଙ୍କାନାଳ ଅଫିସ, ୨୭।୪- ‘ସକାଳୁ ଉଠିଲେ ସେହି ଗୋଟିଏ ଚିନ୍ତା, ଘରକୁ ପାଣି ଆସିବ କେମିତି। ଅନ୍ୟଦିନ କଥା ଅଲଗା, କିନ୍ତୁ ଖରାଦିନ ଆସିଲେ ଚଡ଼କ...

ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୬।୧: କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦୁଆରସୁନି ଉପସ୍ବାସ୍ଥ୍ୟକେନ୍ଦ୍ରର ସ୍ବାସ୍ଥ୍ୟକର୍ମୀ ଅନିଲ କୁମାର ସେନାପତି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଭିଜିଲାନ୍ସ...

Advertisement
Archives

Model This Week