ତେଲକୋଇ, ୨୮।୬(ଡି.ଏନ.ଏ.)- ତେଲକୋଇ ଅଞ୍ଚଳର ଆଦିବାସୀବହୁଳ ଅଞ୍ଚଳରେ ବିଜୁ ପକ୍କାଘର, ଇନ୍ଦିରା ଆବାସ ଯୋଜନା ଦିଗହରା ହୋଇପଡିଛି । ଏହି ଅଞ୍ଚଳରେ ଉକ୍ତ ଯୋଜନା କେବଳ କାଗଜପତ୍ରରେ ସଫଳତା ଲାଭ କରିଥିବା ବେଳେ ଅଧିକାଂଶ ଘର ଅଧାରେ ରହିଛି। ଜିଲା ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ ସତ୍ତ୍ୱେ ଉକ୍ତ ଗୃହ ନିର୍ମାଣ ହୋଇନାହିଁ। ବିଭାଗ ପକ୍ଷରୁ ୨୦୧୭-୧୮ ମସିହାରେ ଇନ୍ଦିରା ଆବାସ ଯୋଜନାରେ ୧୩୫୩ ପରିବାରକୁ ଘର ଦିଆଯାଇଥିବା ସତ୍ତ୍ୱେ ଏଥିରେ ବିଜୁ ପକ୍କାଘର ୨୭ ପରିବାରକୁ ଦିଆଯାଇଛି। ସେହିପରି ୨୦୧୮-୧୯ ମସିହାରେ ୧୨୫୯ ପରିବାର ସହିତ ୭୪ ପରିବାରକୁ ବିଜୁ ପକ୍କାଘର ଦିଆଯାଇଛି। ସେହିପରି ଉକ୍ତ ବର୍ଷ ନବନିର୍ମାଣ କୃଷକ ସଂଗଠନକୁ ୨୭୬ ପରିବାରର ଗୃହ ନିର୍ମାଣ ନିର୍ଦ୍ଦେଶ ରହିଛି। ୨୦୧୭ ମସିହାରୁ ଅଦ୍ୟାବଧି ମାତ୍ର ୩୦ ପ୍ରତିଶତ ଗୃହ ନିର୍ମାଣ ଶେଷ ହୋଇଥିବା ବେଳେ ୭୦ ପ୍ରତିଶତ ଅଧା ଅବସ୍ଥାରେ ଥିବା ଜଣାପଡିଛି। ଗୃହ ନିର୍ମାଣ ପାଇଁ ସମ୍ପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ଅର୍ଥ ପୈଠ ବ୍ୟବସ୍ଥା ରହିଛି। ତେବେ ହିତାଧିକାରୀ ଗୃହ ନିର୍ମାଣ କରିପାରୁ ନ ଥିବା ଯୋଗୁ ସ୍ଥାନୀୟ ଠିକାଦାରଙ୍କ ସହାୟତାରେ କାର୍ଯ୍ୟ କରାଯାଇଥାଏ। ହେଲେ ହିତାଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ବିବାଦ ଯୋଗୁ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ନ ହୋଇ ହିତାଧିକାରୀ ଅସହାୟ ଅବସ୍ଥାରେ ରହିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନାକୁ ବ୍ଲକ ପ୍ରଶାସନ ତଥା ଯନ୍ତ୍ରୀଙ୍କ ମାଧ୍ୟମରେ କାର୍ଯ୍ୟ ହୋଇଥାଏ। ହିତାଧିକାରୀମାନେ ଯନ୍ତ୍ରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଏପରିସ୍ଥଳେ ଏହି ବ୍ଲକ ଦାୟିତ୍ୱରେ ଥିବା ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର ଆର.କେ. ପାତ୍ରଙ୍କୁ ପଚାରିବାରୁ ସେ କହିଲେ ଯେ, ଜିଲା ପ୍ରଶାସନର ନିର୍ଦ୍ଦେଶାନୁଯାୟୀ ତୁରନ୍ତ ଗୃହ କାର୍ଯ୍ୟ ଶେଷ କରିବାକୁ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏହି ୪ ଗୁଣ ଥିଲେ ମଣିଷ ହୋଇଥାଏ ଭାଗ୍ୟଶାଳୀ, ମିଳିଥାଏ ଗୋଟିଏ ପରେ ଗୋଟିଏ ସଫଳତା
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ଏପରି କିଛି ବିଶେଷ ଗୁଣ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି, ଯାହା ଜଣେ ବ୍ୟକ୍ତିକୁ ଜୀବନରେ ସଫଳତା ଏବଂ ପ୍ରସିଦ୍ଧି ଆଣିଦେଇଥାଏ। ଏହି ଗୁଣଗୁଡ଼ିକ…
କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ
ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…
ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା
ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…
ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…
ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…
ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା
ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…
ଆଜି ଆସୁଛନ୍ତି ମୋଦି
ଭୁବନେଶ୍ୱର,୨୫।୧୦ (ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍ ସମୟରେ ଉତ୍ତରପ୍ରଦେଶର ବାରାଣସୀ…
ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା
ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…
ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ବନିଲେ ନମ୍ବର ୧…
ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

