କାଗଜକଲମରେ ଚାଲିଛି ଉଠା ଜଳସେଚନ ପ୍ରକଳ୍ପ : ବର୍ଷା ଅଭାବରୁ ତଳିଘେରା ଫାଟି ଆଁ କରିଛି

ନାଉଗାଁ,୧୮।୭(ସ୍ବ.ପ୍ର.): ଜଗତସିଂହପୁର ଜିଲା ନାଉଗାଁ ବ୍ଲକରେ ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷକାର୍ଯ୍ୟରେ ବାଧା ଉପୁଜିଛି। ବ୍ଲକର ୧୬ଟି ପଞ୍ଚାୟତ ମଧ୍ୟରୁ ତିରୁଣା, ଡାବର ପଞ୍ଚାୟତରେ ଜୁନ୍‌ ପ୍ରଥମ ସପ୍ତାହରେ ଖରୁଡ଼ି ବୁଣାକାର୍ଯ୍ୟ ସରିଥିବାବେଳେ କୋରୁଅ, ଶିଖର, ଓଷକଣା, ଡେରିକି ପଞ୍ଚାୟତରେ ଲଘୁଜାତୀୟ ଧାନ ଓ ଘୋଡ଼ାଂଶ, ଜାମୁଗାଁ, ରୋହିଆ, ବଛାଳୋ, ନୂଆଗାଁ, ଅଲଣା, ଗଜରାଜପୁର ଆଦି ପଞ୍ଚାୟତରେ ରୁଆଧାନ କରାଯାଇଥାଏ। ବର୍ତ୍ତମାନ ବର୍ଷା ଅଭାବରୁ ତଳିଘେରା ଓ ବୁଣା ଧାନ ପ୍ରଭାବିତ ହୋଇଛି। କୃଷି ବିଭାଗର ତଥ୍ୟ ଅନୁସାରେ ଏହି ବ୍ଲକରେ ୭ ହଜାର ହେକ୍ଟର ଜମିରେ ଧାନଚାଷ ହୋଇଥିବାବେଳେ ୨ ହଜାର ହେକ୍ଟର ଜମିରେ ଲଘୁଜାତୀୟ ଓ ୫ ହଜାର ହେକ୍ଟର ଜମିରେ ଶାରଦ ଜାତୀୟ ଧାନଚାଷ କରାଯାଇଛି। ସେହିପରି ଉକ୍ତ ବ୍ଲକରେ ୨୦୧୭ ମସିହା ସୁଦ୍ଧା ୮୬ଟି ଉଠା ଜଳସେଚନ ପ୍ରକଳ୍ପ ଥିବାବେଳେ ଅନେକ ପ୍ରକଳ୍ପ କାଗଜକଲମରେ ଚାଲୁଥିବା ଜଣାପଡ଼ିଛି। ବର୍ଷା ଅଭାବରୁ ତଳିଘେରା ଫାଟିଥିବାବେଳେ ଚାଷକାର୍ଯ୍ୟ ଆଗେଇ ପାରୁନାହିଁ। ତେଣୁ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଚାଷୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟା ହେଲେ ସହରରେ ଅନ୍ଧାର ଭୟ

ଜଗତ୍‌ସିଂହପୁର ଅଫିସ,୭ା୪: ସନ୍ଧ୍ୟା ହେଲେ ଜଗତ୍‌ସିଂହପୁର ସହରରେ ଲୋକଙ୍କୁ ଅନ୍ଧାରୀ ଭୟ ଘାରୁଛି। କାରଣ ସହରର ପାଖାପାଖି ୬୦୦ ଖୁଣ୍ଟରେ ଏଲ୍‌ଇଡି ଲାଇଟ୍‌ ଜଳୁନି। ରାତିରେ...

ରାତିରେ ପରିବହନ ହେଉଛି ପିଡିଏସ୍‌ ସାମଗ୍ରୀ

ନାଉଗଁା,୩୦ା୧୧(ସ୍ବ.ପ୍ର.): ନାଉଗଁା ବ୍ଲକରେ ପିଡିଏସ୍‌ ସାମଗ୍ରୀ ପରିବହନରେ ସରକାରୀ ନିୟମ ଉଲ୍ଲଘଂନ ହେଉଛି। ଉକ୍ତ ବ୍ଲକରେ ସମୁଦାୟ ୧୭ ହଜାର ୨୫୪ ଜଣ ଖାଉଟି କାର୍ଡଧାରୀ...

ହିତାଧିକାରୀଙ୍କୁ ଘରେ ଦିଆଗଲା ଭତ୍ତା

ତିର୍ତ୍ତୋଲ, ୨୭।୩ (ଡି.ଏନ୍‌.ଏ.)- କରୋନା ପାଇଁ ସମସ୍ତ ଭତ୍ତା ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ପ୍ରଦାନ ପାଇଁ ସରକାର ଘୋଷଣା କରିଛନ୍ତି। ଏ ନେଇ...

ଅସନ୍ତୁଷ୍ଟ କର୍ମୀ, ନେତାଙ୍କ ଉପରେ ବିରୋଧୀଙ୍କ ନଜର

ଜଗତ୍‌ସିଂହପୁର ଅଫିସ, ୩୦ା୧: ଜଗତ୍‌ସିଂହପୁର ଜିଲା ପରିଷଦର ୩ନଂ.ଜୋନ୍‌ରେ ସଭ୍ୟ ପଦ ପାଇଁ ବିଜେଡି, କଂଗ୍ରେସ, ଭାଜପା ଓ ବିଏସ୍‌ପି ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିବାବେଳେ ସେଠାରେ...

ଲାଞ୍ଚ ନ ଦେଲେ ଉନ୍ନୟନମୂଳକ କାର୍ଯ୍ୟ ହେଉନି

ନାଉଗାଁ,୧୮ା୫(ସ୍ବ.ପ୍ର.): ଜଗତ୍‌ସିଂପୁର ଜିଲା ନାଉଗାଁ ବ୍ଲକ ଘୋଡାଂଶ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ସରପଞ୍ଚ ନୀହାର ରଞ୍ଜନ ବସ୍ତିଆ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ।...

ଆଦ୍ୟାଶାଙ୍କୁ ମିଳିଲା ଇଣ୍ଡିଆ ବୁକ୍‌ ସାର୍ଟିଫିକେଟ

ପାରାଦୀପ,୨୬ା୧୦(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ପିପିଏଲ ଟାଉନଶିପରେ ରହୁଥିବା ଗଗନ ବିହାରୀ ସାହୁଙ୍କ ୩ ବର୍ଷୀୟା ଝିଅ ଆଦ୍ୟାଶାଙ୍କୁ ମିଳିଛି ଇଣ୍ଡିଆ ବୁକ୍‌ ରେକର୍ଡ ସାର୍ଟିଫିକେଟ।...

ମହିଳାଙ୍କ ପାଇଁ ୫୦%ରୁ ଊର୍ଦ୍ଧ୍ୱ ଆସନ ସଂରକ୍ଷିତ

ପାରାଦୀପ, ୧୦।୧୧(ସ୍ବ.ପ୍ର.): ପାରାଦୀପ ପୌର ନିର୍ବାଚନ ପାଇଁ ମଙ୍ଗଳବାର ଚିଠା ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି। ଜିଲାପାଳ ପାରୁଲ ପଟଓ୍ବାରିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମସ୍ତ...

ଅଭିଯୋଗକାରୀଙ୍କ ଓକିଲଙ୍କୁ ଥାନାରେ ପିଟିବାକୁ ବିଡିଓଙ୍କ ଧମକ

ଜଗତ୍‌ସିଂହପୁର ଅଫିସ, ୧୭ା୪: ଜଗତ୍‌ସିଂହପୁର ବିଡିଓ ସାଗର ନନ୍ଦଙ୍କ ନାମରେ ଜଗତ୍‌ସିଂହପୁର ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ସଭାମୂଳ ଟିଟିଗାଁର ଦେବେନ୍ଦ୍ର...

Advertisement
Archives

Model This Week