କାଖରେ ଶିଶୁ, ମୁଣ୍ଡରେ ବୋଝ : ଏମିତି ବିତୁଛି ଜୀବନ

କେନ୍ଦୁଝର, ୧୮ା୭ (ସ୍ବ.ପ୍ର.)-କେନ୍ଦୁଝର ସହରକୁ ଦୈନିକ ବହୁ ସଂଖ୍ୟାରେ ବନବାସୀ ବିଭିନ୍ନ ପ୍ରକାର ପନିପରିବା, ବନଜାତ ଦ୍ରବ୍ୟ ଧରି ବିକିବାକୁ ଆସିଥାନ୍ତି। ବିକିବା ପରେ ମିଳୁଥିବା ପଇସାରେ ତେଲଲୁଣ କିଣି ଘରକୁ ଫେରନ୍ତି। ଘରେ ସୁବିଧା ନ ଥିବାରୁ କ୍ଷୀର ଖାଉଥିବା ଶିଶୁଙ୍କୁ ଛାଡି ସେମାନେ ଆସିପାରନ୍ତି ନାହିଁ ା ଏଣୁ ମୁଣ୍ଡରେ ଓଜନଦାର କାଠ, ଦାନ୍ତକାଠିର ବୋଝ ଧରିଥିବା ବେଳେ କାଖରେ ଅସୁରକ୍ଷିତ ଅବସ୍ଥାରେ ନିଜର କୋମଳମତୀ ଶିଶୁମାନଙ୍କୁ ବୋହି ଆସିବାକୁ ବାଧ୍ୟ ହୋଇଥାନ୍ତି। ଶିଶୁକୁ ଲୁଗାରେ ବାନ୍ଧି କାଖରେ ଝୁଲାଇ ଆଣିଥାନ୍ତି। ଏହାକୁ ନେଇ ଅନେକ ସମୟରେ ବିତର୍କ ହୋଇଥାଏ ା କିନ୍ତୁ ସେମାନଙ୍କୁ ଗ୍ରାମରେ କାମଧନ୍ଦା ମିଳୁ ନ ଥିବାରୁ ଏଭଳି କଠିନ କାମ କରିବାକୁ ସେମାନେ ବାଧ୍ୟ ହୋଇଥାନ୍ତି।
ମୁଣ୍ଡରେ ବୋଝ ବା କାଠ ଧରି ବହୁ ବାଟ ଚାଲିଚାଲି ଆସନ୍ତି। ପୁଣି ଅଧାବାଟରୁ ଗାଡିରେ ଆସିଥାନ୍ତି। ଆଣିଥିବା ସାମଗ୍ରୀ ବିକିବା ପାଇଁ ଅନେକ ସମୟରେ ଭୋକିଲା ଶୋଷିଲା ଦିନତମାମ ରହିବାକୁ ପଡୁଛି ା ଫଳରେ ଖାଦ୍ୟ ଅଭାବ ସହିତ ଖରାବର୍ଷା ଯୋଗୁ ମା’ ଓ ଶିଶୁଙ୍କ ଅବସ୍ଥା ସଙ୍କଟରେ ପଡିଥାଏ। ଏଣୁ ଏଥିପାଇଁ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଏଭଳି ଶିଶୁମାନଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଗଲେ କିଛିଟା କଷ୍ଟ ଲାଘବ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି। ଡିଏମ୍‌ଏଫ୍‌ରେ ବହୁ ଅର୍ଥ ଅଛି ା ଏଣୁ ଏହି ଅର୍ଥରେ କେନ୍ଦୁଝର ସହର ବ୍ୟତୀତ ବିଭିନ୍ନ ବ୍ଲକ ମୁଖ୍ୟାଳୟରେ କ୍ରେଚ ବ୍ୟବସ୍ଥା କରାଗଲେ ଅନୂ୍ୟନ ଏଭଳି ଅସହାୟ ମା’ମାନେ ସେମାନଙ୍କ ଶିଶୁଙ୍କୁ ସୁରକ୍ଷିତ ସ୍ଥାନରେ ଛାଡି ଆସିପାରନ୍ତେ ବୋଲି ସାମାଜିକ କର୍ମୀ ସୁବ୍ରତ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ କାଠ, ଦାନ୍ତକାଠି ଆଣିବା ଦ୍ୱାରା ଜଙ୍ଗଲ ଓ ପରିବେଶ ନଷ୍ଟ ହେଉଥିବାରୁ ସେମାନଙ୍କୁ ସଚେତନ କରି ଗ୍ରାମରେ ଏମ୍‌ଜିଏନ୍‌ଆରଇଜିଏସ କିମ୍ବା ଅନ୍ୟ ଯୋଜନାରେ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରାଗଲେ ସେମାନଙ୍କୁ ସହର ବା ବଜାରକୁ ଆସିବାକୁ ପଡିବ ନାହିଁ ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାରଙ୍କ କ୍ଷେତ୍ରପ୍ରଚାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri