କାକଟପୁର ଥାନା ଅଧିକାରୀଙ୍କ କ୍ୱାର୍ଟରରୁ ଚୋରି

ପୁରୀ ଅଫିସ, ୧୩।୬: ପୁରୀରେ ଦୀର୍ଘ ଦିନ ପରେ ପୁଣି ସକ୍ରିୟ ହୋଇଛନ୍ତି ସିନ୍ଧି ଚୋର। ଶୁକ୍ରବାର ରାତିରେ କ୍ଲର୍କ ରୋଡ୍‌ରେ ଥିବା କାକଟପୁର ଥାନା ଅଧିକାରୀ ସୁଜିତ ଦାସଙ୍କ ଘରୁ ଚୋରି କରିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ସୁଜିତ ଓ ତାଙ୍କ ପରିବାର କାକଟପୁରରେ ରହୁଛନ୍ତି। ଘରେ କେହି ନ ଥିବାର ସୁଯୋଗ ନେଇ ସିନ୍ଧି ଚୋର ଘରେ ପଶି ଗୋଦ୍‌ରେଜ୍‌ ଭାଙ୍ଗି ସୁନା ଗହଣା ଓ ଟଙ୍କା ଚୋରି କରିଥିବା କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହୋଇଛି। ଡଗ୍‌ କ୍ୱାର୍ଡ ଏବଂ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି। ଏ ନେଇ ଏମ ମାମଲା ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ତଦନ୍ତ ପରିସରକୁ ଅଣାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ ଯୁବତୀଙ୍କୁ ଗଣବଳାତ୍କାର ମାମଲା: ମିଳିଲା ମେଡିକାଲ ରିପୋର୍ଟ, କେବେ ହଟିବ ପର୍ଦ୍ଦା

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଚଳନ୍ତା କାର୍‌ରେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଇତିମଧ୍ୟରେ ଯୁବତୀଙ୍କ ମେଡିକାଲ ରିପୋର୍ଟ ପୋଲିସକୁ ହସ୍ତଗତ ହୋଇଛି।...

ରକ୍ତଦାନ କରି ମଧୁବାବୁଙ୍କୁ ସମ୍ମାନ ଜଣାଇଲେ ଓକିଲ

ସୁନ୍ଦରଗଡ, ୨୯।୪ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଓକିଲସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ତମ ଜୟନ୍ତୀ ଓ ଆଇନଜୀବୀ ଦିବସ ସାମାଜିକ ଦୂରତ୍ୱ ବଜାୟ...

ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ନାବାଳକଙ୍କ ମୃତ୍ୟୁ ଅଭିଯୋଗ: ମୃତଦେହ ରଖି ରାସ୍ତା ଅବରୋଧ

କେସିଙ୍ଗା,୨୬ା୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଏକ ଅଭାବନୀୟ ଘଟଣା ଘଟିଛି। ନର୍ଲା ଗ୍ରାମର ଜୟନ୍ତୀ ନଗରପଡ଼ାର କୈବଲ୍ୟ ସେନାପତିଙ୍କ ପୁଅ ମନୋଜ(୧୨)। ବୁଧବାର...

୪ କିମି ଭାରରେ ବୁହା ହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୫ା୯(ଡି.ଏନ.ଏ.): ଏବେବି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ଉପଯୁକ୍ତ ସଚେତନତା ଓ ବିଭିନ୍ନ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପରାମର୍ଶର ଅଭାବ ଯୋଗୁ ବିଭିନ୍ନ...

ଭଣ୍ଡାରିପୋଖରୀରେ ୭୪ତମ ସ୍ବାଧୀନତା ଦିବସ

ଭଣ୍ଡାରିପୋଖରୀ,୧୫ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୭୪ ତମ ସ୍ବାଧୀନତା ଦିବସ କରୋନା ଯୋଗୁ ନିରାଡମ୍ବର ଭାବରେ ପାଳିତ...

ଚିଲିକା ପାଇଁ ବିପଦ ମାଲେସିଆ ଜାହାଜ : ମିଳୁନି ଆବଶ୍ୟକ ସୁରକ୍ଷା, ବାହାରିପାରୁନି ତେଲ

ବ୍ରହ୍ମଗିରି/କୃଷ୍ଣପ୍ରସାଦ,୩୦।୮(ଡି.ଏନ୍‌.ଏ.) : ଚିଲିକା ପାଇଁ ଦିନକୁ ଦିନ ବିପଦ ସୃଷ୍ଟିକରୁଛି ମାଲେସିଆ ଜାହାଜ। ଜାହାଜରୁ ତେଲ କାଢ଼ିବା ଜରୁରୀ ହୋଇପଡ଼ିଥିବାବେଳେ ଜିଲା ପ୍ରଶାସନ ଚେଷ୍ଟା ଜାରି...

ଆଜି ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ: ନାମ ଲେଖାଇଲେନି ୧୨୦ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୩।୭- ଅନୁଗୋଳ ଜୁନିୟର ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ଶନିବାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ...

ଘରେ ପଶି ୮୦ ହଜାର ଲୁଟିନେବା ସହ ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ମୋବାଇଲ ଛାଡ଼ି ଚାଲିଗଲେ ଲୁଟେରା, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୬।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କିଛିଦିନର ନିରବତା ପରେ ପୁଣି ଲୁଟ୍‌ପାଟ ଆରମ୍ଭ ହୋଇଛି। ଆଗକୁ ଶାରଦୀୟ ପୂଜା ରହିଥିବା ବେଳେ...

Play 250+ Trending Games
Archives

Model This Week

Why Dharitri