Posted inUncategorized

କଶ୍ମୀର ସ୍ଥିତି ସୁଧାରିବାରେ ଭାରତ-ପାକ୍‌ ବିଫଳ

ଜେନିଭା,୯ା୭ (ପି.ଟି.): ଭାରତ ଓ ପାକିସ୍ତାନ କଶ୍ମୀର ସ୍ଥିତି ସୁଧାରିବାରେ ବିଫଳ ହୋଇଛନ୍ତି। ପୂର୍ବ ରିପୋର୍ଟ ମୁତାବକ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇ ନାହିଁ କି ଏଥିରେ ସୁଧାର ଅଣାଯିବା ଲାଗି ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଜାତିସଂଘ ଅଧିକାର କାର୍ଯ୍ୟାଳୟ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହି ରିପୋର୍ଟ ପୁରୁଣା ଓ ମନଗଢ଼ା ବୋଲି କହିଛି। ପାକିସ୍ତାନ ପଟୁ ହେଉଥିବା ସୀମାପାର ଆତଙ୍କବାଦ ଭଳି ପ୍ରମୁଖ ପ୍ରସଙ୍ଗକୁ ଅଣଦେଖା କରାଯାଉଥିବା ଭାରତ ଅଭିଯୋଗ କରିଛି।
ଗତବର୍ଷ ମାନବାଧିକାର ନେଇ ଜାତିସଂଘ ହାଇକମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କଶ୍ମୀର ଉପରେ ପ୍ରଥମ ରିପୋର୍ଟ ପ୍ରକାଶ କରାଯାଇଥିଲା। ଏଥିରେ ଭାରତ ଓ ପାକିସ୍ତାନ ଦୀର୍ଘଦିନର ସମସ୍ୟା ସୁଧାରିବା ଲାଗି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି କୁହାଯାଇଥିଲା। ୨୦୧୮ ମେ’ରୁ ୨୦୧୯ ମେ ମଧ୍ୟରେ କଶ୍ମୀର ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଦଶନ୍ଧିର ସର୍ବାଧିକ ଲୋକ ମୃତାହତ ହୋଇଥିବା ଜାତିସଂଘ ମାନବାଧିକାର ରିପୋର୍ଟରେ ଦର୍ଶାଯାଇଥିଲା। ଏବେ ଭାରତ ଓ ପାକିସ୍ତାନ ଏନେଇ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରି ନ ଥିବା ଜାତିସଂଘର ନୂଆ ରିପୋର୍ଟରେ ଦର୍ଶାଯାଇଛି। କଶ୍ମୀରରେ ଭାରତୀୟ ସୁରକ୍ଷା କର୍ମୀ କରୁଥିବା ବିଭିନ୍ନ ଉଲ୍ଲଂଘନ କାର୍ଯ୍ୟ ଲାଗି ଉତ୍ତରଦାୟୀ ରହୁ ନ ଥିବା ରିପୋର୍ଟରେ କୁହାଯାଇଛି।
ଜାତିସଂଘର ସଦ୍ୟ ପ୍ରକାଶିତ ରିପୋର୍ଟକୁ ଭାରତ ସମାଲୋଚନା କରିଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତିି ଯେ, ଜମ୍ମୁ-କଶ୍ମୀରରେ ମାନବାଧିକାର ନେଇ ଜାତିସଂଘ ହାଇକମିଶନରଙ୍କ ନୂଆ ରିପୋର୍ଟ ହେଉଛି ପୂର୍ବର ମିଛ ଓ ମନଗଢ଼ା କାହାଣୀ। ଏଥିରେ କିଛି ସତ୍ୟତା ନାହିଁ। ପାକିସ୍ତାନ ପଟୁ ହେଉଥିବା ସୀମାପାର୍‌ ଆତଙ୍କବାଦ ଭଳି ପ୍ରମୁଖ ପ୍ରସଙ୍ଗକୁ ଅଣଦେଖା କରାଯାଇଛି। ଏହି ରିପୋର୍ଟ ଭାରତର ସାର୍ବଭୌମତ୍ୱ ଓ ପ୍ରାଦେଶିକ ସଂହତିକୁ ଉଲ୍ଲଂଘନ କରୁଛି। ପାକିସ୍ତାନ ପଟୁ ଦୀର୍ଘବର୍ଷ ହେବ ସୀମାପାର ଆତଙ୍କବାଦୀ ଆକ୍ରମଣ ଜାରି ରହିଥିଲେ ସୁଦ୍ଧା ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ବିଶ୍ୱର ସର୍ବବୃହତ୍‌ ଗଣତାନ୍ତ୍ରିକ ଦେଶ ଭାରତ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଥିବା ପାକିସ୍ତାନ ମଧ୍ୟରେ ଏକ କୃତ୍ରିମ ସମତା ରକ୍ଷା ଲାଗି ରିପୋର୍ଟରେ ପ୍ରୟାସ କରାଯାଇଥିବା ଭାରତ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଏହି ଗାଁରେ କେହି ଦେଖିପାରନ୍ତି ନାହିଁ…

କାନାଡ଼ାର ଓଣ୍ଟୋରିଓ ପ୍ରଦେଶରେ ରହିଛି ତିଲ୍‌ଟେକ୍‌ ଗାଁ। ଏଠାରେ ଜୋପ୍‌ଟେକ ଜନଜାତିର ଲୋକେ ବାସ କରନ୍ତି। ଏମାନେ ଉତ୍ତର ଆମେରିକାରୁ ଆସିଥିବା ରେଡ୍‌ ଇଣ୍ଡିଆନ ସମ୍ପ୍ରଦାୟର।...

ଜାତୀୟ ସଙ୍ଗୀତରୁ ଏଠାରେ ଆରମ୍ଭ ହୁଏ ଦିନ

ଛତିଶଗଡ଼ର ଗାରିଆବନ୍ଦ ଜିଲା ଶ୍ୟାମ ନଗର ଗାଁରେ ଦେଶପ୍ରେମର ଏକ ନିଆରା ଛବି ଦେଖିବାକୁ ମିଳେ। ନିୟମ ଅନୁଯାୟୀ, ଏଠାରେ ସକାଳ ଠିକ୍‌ ୮ଟା ୫୯ରେ...

କ୍ଷମା ମାଗିଲେ ଜେନେରାଲ ମିଲେ

ଓ୍ବାଶିଂଟନ,୧୩ା୬: କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ପରେ ଆମେରିକାରେ ନିଆଁ ଜଳୁଥିବାବେଳେ ଟପ୍‌ ଜେନେରାଲ ମାର୍କ ଏ. ମିଲେ ତାଙ୍କର ଏକ ଅବାଞ୍ଛତ୍ତ କାର୍ଯ୍ୟକୁ ନେଇ...

କନ୍‌ଷ୍ଟେବଳଙ୍କୁ ନିର୍ଘାତ ମାଡ଼

ଭୁବନେଶ୍ୱର, ୭ା୩(ବ୍ୟୁରୋ): ରାଜଧାନୀ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସାଧାରଣ ଜନତାଙ୍କ କଥା ଛାଡ଼, ଅନ୍ୟକୁ ସୁରକ୍ଷା ଦେଉଥିବା ପୋଲିସ ମଧ୍ୟ ଅସୁରକ୍ଷିତ ହୋଇପଡିଛି। ଗୁରୁବାର ସିଆର୍‌ପି...

କାର କିଣୁଥିଲେ ରଙ୍ଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

କାର କିଣିଲା ବେଳେ ଏହାର ରଙ୍ଗ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ। କାରଣ ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ତେବେ...

ନୂଆ ଟେନିସ ତାରକା ସୁମିତ୍‌ ନାଗାଲ

ନୂଆଦିଲ୍ଳୀ, ୨୮।୮(ପି.ଟି.)- ଯୁବ ଟେନିସ୍‌ ତାରକା ସୁମିତ ନାଗାଲ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନରେ...

ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ମନୋଜ

ନୂଆଦିଲ୍ଲୀ,୨୯।୬:ରାଜଧାନୀ ଦିଲ୍ଲୀରେ ଆଣ୍ଟି ରୋମିଓ ସ୍କ୍ବାର୍ଡ ଗଢିବାକୁ ଚାହୁଁଛନ୍ତି ଦିଲ୍ଲୀ ଭାଜପା ମୁଖ୍ୟ ମନୋଜ ତିଓ୍ବାରୀ। ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଯେମିତି ରୋମିଓଙ୍କୁ ପାନେ...

ବ୍ରାଉନ ସୁଗାର ବ୍ୟବସାୟୀଙ୍କ ଦେଢ କୋଟିର ସମ୍ପତ୍ତି ଜବତ

ଅନୁଗୋଳ ଅଫିସ, ୧୯।୨ – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରୁ ଗତ ୪ ମାସ ମଧ୍ୟରେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଗିରଫ ହୋଇଥିବା ୨୪...


Coronavirus Update

Archives

Model This Week

Why Dharitri