କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଝଟକା: ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ଲାଗି ଚାଇନାର ପରାମର୍ଶ

ବେଜିଂ,୧୦ା୧୦(ପି.ଟି.): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିତୀୟ ଅନୌପଚାରିକ ସମିଟ୍‌ରେ ଯୋଗଦେବେ। ଏହି ଅବସରରେ ସେମାନେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଅନେକ ପ୍ରସଙ୍ଗରେ ଆଲୋଚନା କରିବାକୁ ଥିବାବେଳେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ମତବିନିମୟ କରିବା ଆଶା କରାଯାଉଛି। ଚେନ୍ନାଇ ନିକଟବର୍ତ୍ତୀ ମାମଲ୍ଲାପୁରମ୍‌ ଉପକୂଳ ସହରରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ଚାଇନା ବହିର୍ବ୍ୟାପାର ମୁଖପାତ୍ର ହୁଆ ଚୁନିଙ୍ଗ ବୁଧବାର ଘୋଷଣା କରିଛନ୍ତି।
ମୋଦି ଓ ଜିନ୍‌ପିଙ୍ଗଙ୍କ ମଧ୍ୟରେ ଗତବର୍ଷ ଚାଇନାର ୟୁହାନ୍‌ରେ ପ୍ରଥମ ଅନୌପଚାରିକ ସମିଟ୍‌ ହୋଇଥିଲା। ଡୋକଲାମରେ ଉଭୟ ପକ୍ଷର ସୈନ୍ୟବାହିନୀ ଦୀର୍ଘ ୭୩ ଦିନ ଧରି ମୁହାଁମୁହିଁ ଅବସ୍ଥାରେ ରହିବାରୁ ଏହାକୁ ନେଇ ସୀମାରେ ଉତ୍ତେଜନାପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା। ତେବେ ୟୁହାନ ବୈଠକ ପରେ ଦୁଇଦେଶର ସମ୍ପର୍କ ସ୍ବାଭାବିକ ହୋଇଥିଲା। ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ସଂଯୋଗ କରୁଥିବା ସିଲିଗୁଡି କରିଡର ନିକଟରେ ଚାଇନା ସୈନ୍ୟବାହିନୀ ରାସ୍ତା ନିର୍ମାଣ ଯୋଜନା କରିବାରୁ ଏଭଳି ମୁହାଁମୁହିଁ ପରିସ୍ଥିତିି ଉପୁଜିଥିଲା। ଚାଇନା ସେନା ରାସ୍ତା ନିର୍ମାଣ ଯୋଜନା ସ୍ଥଗିତ ରଖିବା ଫଳରେ ଅଚଳାବସ୍ଥା ଦୂର ହୋଇଥିଲା।
ଜିନ୍‌ପିଙ୍ଗଙ୍କ ଭାରତ ଗସ୍ତ ଘୋଷଣା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏବଂ ପାକ୍‌ ସେନାମୁଖ୍ୟ ଜେନେରାଲ କମାର ଜାଭେଦ୍‌ ବାଜ୍‌ଓ୍ବା ଚାଇନା ଗସ୍ତ କରିଛନ୍ତି। ଇମ୍ରାନ ମଙ୍ଗଳବାର ଚାଇନା ପ୍ରତିପକ୍ଷ ଲି କେକିଆଙ୍ଗ୍‌ ଓ ବୁଧବାର ରାଷ୍ଟ୍ରପତି ଜିନ୍‌ପିଙ୍ଗଙ୍କୁ ଭେଟିଥିଲେ। ତେବେ ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଆସିଥିବା ଚାଇନା ମଙ୍ଗଳବାର ମତ ବଦଳାଇ କଶ୍ମୀର ପ୍ରସଙ୍ଗର ସମାଧାନ ନୂଆଦିଲ୍ଲୀ ଓ ଇସ୍‌ଲାମାବାଦ ମଧ୍ୟରେ କରାଯିବା ଉଚିତ ବୋଲି କହିଛି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଚାଇନା ଜାତିସଂଘ ଓ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପନାମା ଆଧାରରେ କଶ୍ମୀର ପ୍ରସଙ୍ଗର ସମାଧାନ କରାଯିବା କଥା କହିଥିଲାବେଳେ ମଙ୍ଗଳବାର ମନ୍ତବ୍ୟରୁ ଏହାକୁ ବାଦ୍‌ ଦେଇଛି। ୩୭୦ ଉଚ୍ଛେଦ ପରେ କଶ୍ମୀର ସମ୍ପର୍କରେ ସମର୍ଥନ ହାସଲ ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ଇମ୍ରାନଙ୍କ ପାଇଁ ଚାଇନାର ଏଭଳି ମନ୍ତବ୍ୟ ଶକ୍ତ ଧକ୍କା ହୋଇଛି।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ପରେ ଦୁଇମାସ ହେଲା ପାକିସ୍ତାନ ଭାରତ ବିରୋଧରେ ସମର୍ଥନ ହାସଲ ଲାଗି ଉଦ୍ୟମ ଚଳାଇଆସୁଛି। ଏହି ପ୍ରସଙ୍ଗରେ ଚାଇନା ଓ ତୁର୍କୀ ପୂର୍ବରୁ ଇସ୍‌ଲାମାବାଦକୁ ସମର୍ଥନ କରୁଥିଲାବେଳେ ଏବେ ସେମାନଙ୍କ ମତ ବଦଳାଇଛନ୍ତି। ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗ ସମାଧାନ କରନ୍ତୁ ବୋଲି ଚାଇନା କହିଥିବାବେଳେ ତୁର୍କୀ ମଧ୍ୟ ଜାତିସଂଘ ସାଧାରଣ ସଭାରେ ଭାରତର ଆଭିମୁଖ୍ୟକୁ ସମର୍ଥନ କରିଛି। କଶ୍ମୀର ପ୍ରସଙ୍ଗର ସମାଧାନ ଆଲୋଚନା ମାଧ୍ୟମରେ ହେବା ଜରୁରୀ ବୋଲି ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତାୟିପ୍‌ ଏର୍ଡୋଗାନ ଜାତିସଂଘରେ କହିଥିଲେ। ଇମ୍ରାନ ଓ ଏର୍ଡୋଗାନଙ୍କ ମଧ୍ୟରେ ବୈଠକ ପରେ ତୁର୍କୀ ଏହାର ମତ ବଦଳାଇଦେଇଥିଲା। ଚାଇନା ମଧ୍ୟ ଅନୁରୂପ ନୀତି ଆପଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଶାରଫଙ୍କ ଅବସ୍ଥା ଗୁରୁତର, ପରିବାର ପକ୍ଷରୁ କୁହାଗଲା-‘ ପ୍ରାର୍ଥନା କର’

ଇସଲାମାବାଦ,୧୦।୬: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ସ୍ବାସ୍ଥାବସ୍ଥା ଗୁରୁତର ରହିଛି। ଦୀର୍ଘଦିନ ଧରି ଅସୁସ୍ଥ ଥିବା ମୁସାରଫଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ...

ଏୟାରହୋଷ୍ଟେସ୍‌ଙ୍କୁ ମୁଥ ମାରିଲେ ମହିଳା ଯାତ୍ରୀ, ଆଉ ତା’ ପରେ…

ଓ୍ବାଶିଂଟନ,୧୫ା୧୧: ଆମେରିକାର ଟେକ୍ସାସ ଏୟାରପୋର୍ଟରେ ଜିନିଷପତ୍ର ଯାଞ୍ଚ ପ୍ରକ୍ରିୟା ସମୟରେ ଜଣେ ମହିଳା ଯାତ୍ରୀ ଏୟାରହୋଷ୍ଟେସ୍‌ଙ୍କ ଉପରେ ହମ୍‌ଲା କରିଛନ୍ତି। ମହିଳା ଜଣକ ଏୟାରହୋଷ୍ଟେସ୍‌ଙ୍କୁ ମୁଥ...

ବାଜଓ୍ବାଙ୍କ ପରିବାର ୬ ବର୍ଷରେ ହୋଇଛନ୍ତି ଅରବପତି…

ଇସଲାମାବାଦ,୨୧।୧୧ : ଆଗାମୀ କିଛି ଦିନ ମଧ୍ୟରେ ଅବସର ନେବାକୁ ଯାଉଥିବା ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ପରିବାରକୁ ନେଇ ଏକ...

ମୋଦିଙ୍କ ହ୍ୟୁଷ୍ଟନ ସମାବେଶରେ ଯୋଗଦେବେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୭ା୯: ଭାରତ-ଆମେରିକା ସମ୍ପର୍କ ବୃଦ୍ଧି ଲାଗି ଆସନ୍ତା ରବିବାର ହ୍ୟୁଷ୍ଟନ୍‌ ସହରରେ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିନନ୍ଦନ ସମାବେଶରେ ରାଷ୍ଟ୍ରପତି ଡୋନାଲ୍ଡ...

ପାକିସ୍ତାନ ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ମାମଲା

ଇସଲାମାବାଦ,୨୬ ।୮: ପାକିସ୍ତାନ ପଞ୍ଜାବ ଅଞ୍ଚଳର ପୋଲିସ ଗୁରୁବାର ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହଙ୍କ ବିରୋଧରେ ଆତଙ୍କବାଦ ଓ ନ୍ୟାୟପାଳିକା ତଥା ସରକାରୀ ଅଧିକାରୀଙ୍କୁ ଧମକ...

ପୃଥିବୀକୁ ଧ୍ୱଂସ କରିବା ଲାଗି ପାକିସ୍ତାନ ସହିତ ହାତ ମିଳାଇଛି ଚାଇନା: ପ୍ରସ୍ତୁତ ହେଉଛି ଜୈବିକ-ରାସାୟନିକ ଅସ୍ତ୍ର !

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୬।୮: ପୃଥିବୀରୁ କରୋନା ମହାମାରୀ ସଂକ୍ରମଣ ହଟିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଜୈବିକ ଅସ୍ତ୍ର ଏବଂ ରାସାୟନିକ...

ଗୋଟାବାୟା, ବାସିଲଙ୍କୁ ଏୟାରପୋର୍ଟରେ ଅଟକାଇଲେ

କଲମ୍ବୋ,୧୩ା୭: ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀଲଙ୍କାର ୭୩ ବର୍ଷୀୟ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ମଙ୍ଗଳବାର ଦୁବାଇକୁ ପଳାୟନ ଉଦ୍ୟମ...

ଇମ୍ରାନ୍‌ଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ଆଇଏସ୍‌ଆଇ ଏବଂ ସୈନ୍ୟ ବାହିନୀର ଷଡ଼ଯନ୍ତ୍ର: ଚରମପନ୍ଥୀ ନେତାଙ୍କ ସହ ଯୋଗାଯୋଗ

ଇସଲାମାବାଦ୍‌,୬।୧୦: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ସୈନ୍ୟ ବାହିନୀ ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ...

Advertisement
Archives

Model This Week