![](https://www.dharitri.com/wp-content/uploads/2019/10/Musaraf.jpg)
ଇସ୍ଲାମାବାଦ,୮।୧୦: ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ପରଭେଜ ମୁଶରଫ ପୁଣିଥରେ ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି। ଆଉ ଫେରିବା ପୂର୍ବରୁ ସେ ପୁଣିଥରେ ଭାରତ ଉପରେ ଥିବା ତାଙ୍କର ରାଗକୁ ପ୍ରକାଶ କରିଛନ୍ତି। ମୁଶରଫ କହିଛନ୍ତି କଶ୍ମୀର ପାକିସ୍ତାନର ରକ୍ତରେ ଅଛି। ତେଣୁ କଶ୍ମୀର ଲୋକଙ୍କ ସହ ସବୁବେଳେ ପାକିସ୍ତାନ ସେନା ଓ ସାରା ଦେଶ ରହିଛି ବୋଲି ସେ କହିଛନ୍ତି। ଅସୁସ୍ଥ ଅବସ୍ଥାରେ ଦୁବଇରେ ରହୁଥିବା ୭୬ ବର୍ଷୀୟ ମୁଶରଫ ରବିବାର ଦଳର ସ୍ଥାପନା ଦିବସ ଅବସରରେ ଦୁବଇରୁ ଟେଲିଫୋନ୍ ଯୋଗେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ କହିଛନ୍ତି, ଭାରତ ବୋଧହୁଏ କାରଗିଲ ଯୁଦ୍ଧ କଥା ଭୁଲି ଗଲାଣି। କାରଣ ପାକିସ୍ତାନ ସବୁବେଳେ ଶାନ୍ତି ଚାହୁଁଥିବା ବେଳେ ଭାରତ ଯୁଦ୍ଧ ପାଇଁ ତାକୁ ଉସକାଉଛି ବୋଲି ସେ କହିଛନ୍ତି।