Posted inଖେଳ

କଳିଙ୍ଗ ଷ୍ଟାଡିୟମରେ ଭାରତ-ନେଦରଲାଣ୍ଡ୍ସ ହକି ମ୍ୟାଚ ଆଜି: ପ୍ରୋ ଲିଗ୍‌ରୁ ଅଲିମ୍ପିକ୍ସ ପ୍ରସ୍ତୁତି

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି)- ଆଉ ଏକ ହାଇ ପ୍ରୋଫାଇଲ ହକି ମୁକାବିଲା ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ହକି ବିଶ୍ୱକପ ସମେତ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସଫଳ ଆୟୋଜନର ମୁକ ସାକ୍ଷୀ ରହିଥିବା ଏହି ଷ୍ଟାଡିୟମରେ ଏଥର ହେବ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌। ପରସ୍ପରର ସମ୍ମୁଖୀନ ହେବେ ବିଶ୍ୱର ଦୁଇ ହକି ମହାଶକ୍ତି ଭାରତ ଓ ନେଦରଲାଣ୍ଡ୍ସ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୫ ଓ ନେଦରଲାଣ୍ଡ୍ସ ୩ ନମ୍ବରରେ ଥିବାରୁ କଡ଼ା ମୁକାବିଲା ଅବସମ୍ଭାବୀ। ତେବେ ଫଳାଫଳ ଯାହା ହେଉନା କାହିଁକି ପ୍ରୋ ଲିଗ୍‌ରୁ ହିଁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ହେବ ବୋଲି ଉଭୟ ଦଳର କୋଚ୍‌ ପ୍ରକାଶ କରିଛନ୍ତି। ୨୦୨୦ ଅଲିମ୍ପିକ୍ସ ଜାପାନର ଟୋକିଓରେ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଭାରତ ପାଇଁ ପ୍ରଥମ
ହକି ପ୍ରୋ ଲିଗ୍‌ର ଏହା ଦ୍ୱିତୀୟ ସଂସ୍କରଣ ହୋଇଥିଲେ ହେଁ ଭାରତ ପ୍ରଥମଥରପାଇଁ ଅଂଶଗ୍ରହଣ କରିବ। ପ୍ରଥମ ସଂସ୍କରଣରେ ଭାରତ ଭାଗ ନେଇ ନ ଥିଲା। ଏଥର ପ୍ରୋ ଲିଗ୍‌ରେ ମୋଟ ୯ଟି ଦଳ ଭାଗ ନେଉଛନ୍ତି। କଳିଙ୍ଗ ଷ୍ଟାଡିୟମରୁ ହିଁ ପ୍ରତିଯୋଗିତାର ଶୁଭାରମ୍ଭ ହେବ। ଘରୋଇ ପରିବେଶରେ ଭାରତ ୪ଟି ଦଳକୁ ବିଭିନ୍ନ ସମୟରେ ଭେଟିବ। ପ୍ରଥମ ଦଳ ନେଦରଲାଣ୍ଡ୍ସ ବିପକ୍ଷରେ ଶନିବାର ଓ ରବିବାର ୨ଟି ମ୍ୟାଚ ଖେଳିବ। ଏହାପରେ ବିଶ୍ୱ ଚାମ୍ପିୟନ ବେଲଜିୟମ ବିପକ୍ଷରେ ଫେବୃୟାରୀ ୮,୯ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃୟାରୀ ୨୨, ୨୩ ତାରିଖରେ ଖେଳିବ। ଏହାପରେ ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳକୁ ବାହାର ପରିବେଶରେ ଏପ୍ରିଲ ୨୫,୨୬ରେ ଜର୍ମାନୀ ଏବଂ ମେ ୨,୩ରେ ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଖେଳିବାକୁ ପଡ଼ିବ। ପରବର୍ତ୍ତୀ ମ୍ୟାଚ ଘରୋଇ ପରିବେଶରେ ମେ ୨୩,୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାପରେ ଆର୍ଜେଣ୍ଟିନା ଯାଇ ଜୁନ ୫,୬ରେ ଏହି ଦଳ ସହିତ ମୁକାବିଲା କରିବ। ଭାରତୀୟ ଦଳ ଏହାର ଶେଷ ରାଉଣ୍ଡ ରବିନ ମ୍ୟାଚ ସ୍ପେନରେ ଜୁନ ୧୩,୧୪ ତାରିଖରେ ଖେଳିବ।
ମଧୁର ପ୍ରତିଶୋଧ ପାଇଁ ସୁଯୋଗ
ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ ପୂର୍ବରୁ ନେଦରଲାଣ୍ଡ୍ସ ଦଳର ସହକାରୀ କୋଚ୍‌ ଥିଲେ। ତେଣୁ ଏହି ଦଳର ଶକ୍ତି ଓ ଦୁର୍ବଳତା ତାଙ୍କୁ ଭଲଭାବେ ଜଣା। ସେହି ଅନୁସାରେ ସେ ନିଜ ଦଳକୁ ପ୍ରସ୍ତୁତ କରିଛନ୍ତି। ୨୦୧୮ ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ଭାରତ ୧-୨ ଗୋଲରେ ନେଦରଲାଣ୍ଡ୍ସଠାରୁ ହାରିଥିଲା। ତେଣୁ ଏବେ ମଧୁର ପ୍ରତିଶୋଧ ନେବାର ସମୟ ଆସିଛି। ଉଭୟ ଦଳ ମଧ୍ୟରେ ହୋଇଥିବା ଗତ ୧୦ଟି ମ୍ୟାଚ ମଧ୍ୟରୁ ନେଦରଲାଣ୍ଡ୍ସ ୫ଟି ଜିତିଥିବାବେଳେ ଭାରତ ୪ଟିରେ ବିଜୟୀ ହୋଇଛି। ଅବଶିଷ୍ଟ ଗୋଟିଏ ମ୍ୟାଚ ଡ୍ର ରହିଛି।
ଭଲ ଆରମ୍ଭ ଗୁରୁତ୍ୱପୂର୍ଣ୍ଣ
ପ୍ରୋ ଲିଗ୍‌କୁ ଅଲିମ୍ପିକ୍ସ ପ୍ରସ୍ତୁତିର ପ୍ଲାଟଫର୍ମ ବୋଲି ବର୍ଣ୍ଣନା କରିଛନ୍ତି ରିଡ୍‌। ଆମେ ପ୍ରଥମ ତିନୋଟି ମୁକାବିଲାରେ ଶୀର୍ଷସ୍ଥାନୀୟ ଦଳ ଗୁଡ଼ିକୁ ଭେଟିବୁ। ତେଣୁ ଭଲ ଆରମ୍ଭ କରିବା ହିଁ ଗୁରୁତ୍ୱପୂର୍ଣ୍ଣ। ଆମର ଅଲିମ୍ପିକ୍ସ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ପ୍ରୋ ଲିଗ୍‌ରେ ବଡ଼ ଦଳ ଗୁଡ଼ିକ ବିପକ୍ଷରେ ଖେଳିବାଦ୍ୱାରା ଦୋଷ ଦୁର୍ବଳତା ଜାଣିହେବ। ତେଣୁ ଏହି ପ୍ରତିଯୋଗିତା ଏକ ଭଲ ପ୍ଲାଟ୍‌ଫର୍ମ ବୋଲି ରିଡ୍‌ କହିଛନ୍ତି। ଭାରତୀୟ ଦଳ କଳିଙ୍ଗ ଷ୍ଟାଡିୟମରେ ଦୀର୍ଘଦିନ ଅଭ୍ୟାସ କରିଛି। ଏଠାରେ ଅନେକ ମ୍ୟାଚ ମଧ୍ୟ ଖେଳି ସାରିଛି। ତେଣୁ ଟର୍ଫ ସହ ଦଳର ଖେଳାଳିମାନେ ଭଲଭାବେ ଅଭ୍ୟସ୍ତ। ଗତବର୍ଷ ନଭେମ୍ବରରେ ଏହି ଭେନ୍ୟୁରେ ରୁଷିଆକୁ ୧୧-୩ ଏଗ୍ରିଗେଟ୍‌ରେ ହରାଇ ଭାରତ ଟୋକିଓ ଟିକେଟ ପାଇଥିଲା। ଏଥିରୁ ଦଳକୁ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ଚିଙ୍ଗଲେନସାନା ସିଂ ଓ ସୁମିତ ପ୍ରତ୍ୟାବର୍ତ୍ତନ କରିଥିବାରୁ ଭାରତୀୟ ଦଳର ଶକ୍ତି ବୃଦ୍ଧି ପାଇଛି।
ଭୁବନେଶ୍ୱରରେ ଖେଳିବାକୁ ଭଲ ପାଉ
ଭାରତ ବିପକ୍ଷରେ ଏହାର ଘରୋଇ ଗ୍ରାଉଣ୍ଡରେ ଖେଳିବା ସବୁବେଳେ ଚ୍ୟାଲେଞ୍ଜିଂ ହୋଇଥାଏ। ଭାରତ ବିପକ୍ଷ ପ୍ରଥମ ମ୍ୟାଚ ଗୁରୁତ୍ୱପୂର୍ଣ୍ଣ। ତେବେ ଆମେ ଭୁବନେଶ୍ୱରରେ ଖେଳିବାକୁ ଭଲ ପାଉ। ତେଣୁ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବ ବୋଲି ନେଦରଲାଣ୍ଡ୍ସ କୋଚ୍‌ ମ୍ୟାକ୍ସ କାଲଡାସ ପ୍ରକାଶ କରିଛନ୍ତି। ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତିର ଏହା ଏକ ଭଲ ମାଧ୍ୟମ ବୋଲି ସେ ସ୍ବିକାର କରିଛନ୍ତି। ପ୍ରୋ ଲିଗ୍‌ର ଗତ ସଂସ୍କରଣରେ ଆମେ କମ୍ବିନେଶନକୁ ନେଇ ବହୁ ପରୀକ୍ଷା ନିରୀକ୍ଷା କରିଥିଲୁ। ଏହି ସଂସ୍କରଣକୁ ଆମେ ଶକ୍ତିଶାଳୀ ଦଳ ନେଇ ଆସିଛୁ। ଟୋକିଓ ଅଲିମ୍ପିକ୍ସ ପାଇଁ ଭଲଭାବେ ପ୍ରସ୍ତୁତ ହେବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କାଲଡାସ କହିଛନ୍ତି।
ମ୍ୟାଚ ଆରମ୍ଭ: ରାତି ୭ଟା

 


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri