କଳା, ସଂସ୍କୃତି ସମସ୍ତଙ୍କୁ ଏକାଠି କରେ

ସୋନପୁର, ୧୦।୧(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ୨୭ ତମ ସୁବର୍ଣ୍ଣ ଲୋକ ମହୋତ୍ସବ । ଗାନ୍ଧୀ ପଡିଆର ଫକୀର ପଟ୍ଟନାୟକ ମୁକ୍ତମଞ୍ଚରେ ଚାଲିଥିବା ମହୋତ୍ସବର ଗୁରୁବାର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ମଞ୍ଜୁଶ୍ରୀ ପଣ୍ଡା ଓ ସାଥୀଙ୍କ ଦ୍ୱାରା ବିଷ୍ଣୁଙ୍କ ଦଶବତାର ଓଡିଶୀ ନୃତ୍ୟରୁ ସାଂସ୍କୃତିକ ସନ୍ଧ୍ୟା ଆରମ୍ଭ ହୋଇଥିଲା। ପରେ ଆସାମର କଳାକାରଙ୍କ ରଙ୍ଗୋଲି ବିହୁ ନୃତ୍ୟ, ସୋନପୁର ଟ୍ରେଣ୍ଡି ଏକାଡେମୀର କଳାକାରଙ୍କ ଚୁଟ୍‌କୁଚୁଟା, ହରିୟାନା ଡାନ୍ସ ଗ୍ରୁପ୍‌ର ନୃତ୍ୟ, ଟିଟଲାଗଡର ଢାପ୍‌, ଗଜପତି ବନ୍ଦେମାତରମ ଡ୍ୟାନ୍ସ ଗ୍ରୁପ୍‌ର ଆଦିବାସୀ ନୃତ୍ୟ, ପଶ୍ଚିମବଙ୍ଗ ପୁରୁଲିଆର ଛଉ ନୃତ୍ୟ, କୋରାପୁଟର ଗଡବା ନୃତ୍ୟ, ବଲାଙ୍ଗୀର ବାଙ୍ଗିରି ନୃତ୍ୟ କଳା ପରିଷଦର ଡାଲଖାଇ, ଝାରସୁଗୁଡା ରାଇଁଝାଇଁର କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥିଲେ। କଳାକାରଙ୍କ ବାଦ୍ୟ ଓ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ବରିଷ୍ଠ ସିନେ ଅଭିନେତା ଡକ୍ଟର ଅଟଳ ବିହାରୀ ପଣ୍ଡା। ସୁବର୍ଣ୍ଣପୁର ଜିଲାର କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର ବୋଲି କହିଥିଲେ ଡକ୍ଟର ପଣ୍ଡା। କଳା, ସଂସ୍କୃତି ମାଧ୍ୟମରେ ସାମାଜିକ, ସାଂସ୍କୃତିକ ଏକତା ପ୍ରତିଷ୍ଠା ହୋଇପାରୁଛି । ତେଣୁ ମାଟି ପାଇଁ କାମ କରିବାକୁ ପଣ୍ଡା ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।
ଜିଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଯୋଗଦାନ କରି କଳା ହିଁ ମଣିଷର ପରିଚୟ ବୋଲି କହିଥିଲେ। ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ ଅନ୍ୟତମ ସମ୍ମାନିତ ଅତିଥିଭାବେ ଯୋଗଦେଇ ସୁବର୍ଣ୍ଣପୁର ଜିଲାର କଳା ଓ ସଂସ୍କୃତି ଅନ୍ୟ ଅଞ୍ଚଳର କଳା, ସଂସ୍କୃତିଠାରୁ ଉନ୍ନତ ବୋଲି ମତପ୍ରକାଶ କରିଥିଲେ। ଏହି ମହୋତ୍ସବ ସ୍ଥାନୀୟ କଳାର ସୁରକ୍ଷା ଓ ଅଞ୍ଚଳର ବିକାଶ ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଜିଲାପାଳ ବାନାର୍ଜୀ ତାଙ୍କ ସଭାପତିତ୍ୱ ଅଭିଭାଷଣରେ ଜିଲାର ସଂସ୍କୃତି, କଳା ଓ ପାରମ୍ପରିକ ପରମ୍ପରାର ଉଚ୍ଚ ପ୍ରଶଂସା କରିଥିଲେ। ଜିଲାର ଅଧିବାସୀ ଲୋକକଳାକୁ ଭଲ ପାଆନ୍ତି ଓ ଉପଭୋଗ କରନ୍ତି ବୋଲି କହିଥିଲେ। ଏହି ଅବସରରେ ଉତ୍ସବର ସ୍ମରଣିକା ଶାକ୍ତସ୍ବରକୁ ମୁଖ୍ୟ ଅତିଥି ପଣ୍ଡା ଉନ୍ମୋଚନ କରିଥିଲେ। ପରେ ଜିଲାର ଦୁଇ କ୍ରୀଡା ପ୍ରତିଭା ଦୟାନିଧି ମୁଣ୍ଡା ଓ ତବିତା ବାଗଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସ୍ବଚ୍ଛତା ଦିଗରେ କାମ କରୁଥିବା ସୋନପୁର-ମନମୁଣ୍ଡା ପ୍ରାତଃଭ୍ରମଣ ସ୍ବଚ୍ଛଭାରତ ସଂଗଠନକୁ ଅତିଥି ବୃନ୍ଦ ସମ୍ମାନିତ କରିଥିଲେ। ସିନେ ଅଭିନେତା ପ୍ରଦ୍ୟୁମ୍ନ ସାହୁ ସଭାକୁ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri