କଳା ଦେଖାଇଛି ବାଟ

ସଂଗ୍ରାମୀ ଧରଣୀଧରଙ୍କ ତୈଳଚିତ୍ର, ଓଡ଼ିଆରେ ‘ମାଣିକ’ ଚଳଚ୍ଚିତ୍ର ନିର୍ମାଣ କରି ଏକଦା ଚର୍ଚ୍ଚାକୁ ଆସିଥିଲେ ବହୁମୁଖୀ ପ୍ରତିଭାସମ୍ପନ୍ନ କଳାକାର ରଘୁ ପିଲାଇ। ପରିଣତ ବୟସର ନୂଆ ମୋଡ଼ରେ ଆଜି ବି ହାର ନ ମାନି ସେ ରଙ୍ଗ, ତୂଳୀ ଓ କାନ୍‌ଭାସରୁ ଖୋଜିବସନ୍ତି ଜୀବନର ମୋତି ମାଣିକ ।
କେନ୍ଦୁଝର, ୧୧ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ)-କଳା ପାଇଁ କଳା ନା ଜୀବନ ପାଇଁ କଳା। ଏହାର ଅର୍ଥ କେହି ବୁଝନ୍ତୁ ନ ବୁଝନ୍ତୁ ବିଶିଷ୍ଟ ଚିତ୍ରକର ରଘୁ ପିଲାଇ ଏହାକୁ ମର୍ମେ ମର୍ମେ ଅନୁଭବ କରିଛନ୍ତି। ଚିତ୍ର କଳା ତାଙ୍କ ଜୀବନକୁ ଦେଇଛି ନୂଆ ରଙ୍ଗ, ନୂଆ ମୋଡ଼। କଳାକୁ ଜୀବନର ଅଂଶ ଭାବେ ଗ୍ରହଣ କରି ଆଜି ୮୭ ବର୍ଷରେ ପାଦ ରଖିଥିଲେ ବି ସେ ତାଙ୍କ ତୂଳୀର ଯାଦୁ ଦେଖାଇ ସମସ୍ତଙ୍କୁ ସମ୍ମୋହିତ କରିଥାନ୍ତି । କେବଳ ଜଣେ କଳାକାର ଭାବେ ନୁହେଁ, ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରି କଳା ଓ ବିଜ୍ଞାନ ଜଗତରେ ସେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ହେଲେ ତାଙ୍କୁ ମିଳିନି ମାନ୍ୟତା କି ସହାୟତା।
ରଘୁ ପିଲାଇଙ୍କ ଜନ୍ମ କେରଳରେ। ଓଡ଼ିଶା ମାଟିର ବାସ୍ନାରେ ବିମୋହିତ ହୋଇ ୧୯୫୭ରେ ସେ କେନ୍ଦୁଝରକୁ ଚାଲିଆସି ଏଠାକାର ମାଇନିଂ ରୋଡରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ଦୁଇ ବର୍ଷ ତଳେ ତାଙ୍କ ସ୍ତ୍ରୀଙ୍କ ପରଲୋକ ଘଟିଛି। ତାଙ୍କର ଦୁଇ ଝିଅଙ୍କୁ ସେ ବିବାହ କରାଇ ଦେଇଛନ୍ତି। ଏବେ ପରିଣତ ବୟସରେ ସେ ଘରେ ଏକାକୀ ରହୁଛନ୍ତି। ସମ୍ପ୍ରତି ଡିମ୍ବୋଠାରେ ଚାଲିଥିବା ଓଡ଼ିଶା ଗ୍ରାମ୍ୟ ମେଳାରେ ତାଙ୍କ କଳାକୃତି ଦେଖଣାହାରିଙ୍କ ଲାଗି ଆକର୍ଷଣ ପାଲଟିଛି।
ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଧରଣୀଧର ଭୂୟାଁଙ୍କ ପ୍ରଥମ ତୈଳଚିତ୍ର ଅଙ୍କନ କରି ପୂର୍ବରୁ ରଘୁ ଚର୍ଚ୍ଚାକୁ ଆସିଥିଲେ। ଥରେ କେନ୍ଦୁଝର ରାଜା ଉଆସରେ ସେ ଧରଣୀଧରଙ୍କ ଫଟୋ ଦେଖିଥିଲେ। କିଶୋର ମହାନ୍ତ ନାମକ ଜଣେ ଲେଖକ ସେତେବେଳେ ଧରଣୀଧରଙ୍କ ଜୀବନୀ ଉପରେ ଏକ ପୁସ୍ତକ ଲେଖିଥିଲେ। ତାଙ୍କ ଦ୍ୱାରା ରଘୁ ପ୍ରଭାବିତ ହୋଇ ଧରଣୀଧରଙ୍କ ତ୍ରେଳଚିତ୍ର ଅଙ୍କନ କରିବାକୁ ମନ ସ୍ଥିର କରିଥିଲେ। ପୁନଶ୍ଚ ସେ ରାଜବାଟୀକୁ ଯାଇଥିଲେ ମଧ୍ୟ ତାଙ୍କୁ ଧରଣୀଧରଙ୍କ ଫଟୋ ଦେଖିବା ସୁଯୋଗ ମିଳି ନ ଥିଲା। ଥରେଟିଏ ଦେଖିଥିବା ଫଟୋକୁ ସେ ତାଙ୍କ କଳ୍ପନାରେ ସଜାଇ ଏହାକୁ ରଙ୍ଗ ଓ ତୂଳୀରେ ରୂପ ଦେଇଥିଲେ। ବର୍ତ୍ତମାନ ସେହି ଛବି ସବୁଠି ଧରଣୀଧରଙ୍କ ଫଟୋ ଭାବରେ ବ୍ୟବହୃତ ହେଉଛି।
ଜଣେ କଳାମନସ୍କ ପ୍ରତିଭା ଭାବେ ରଘୁ କଳାର ବିକାଶ ଲାଗି ଜୀବନ ବ୍ୟାପୀ ଏଭଳି ବହୁ ସାଧନା ଓ ସଂଘର୍ଷ କରି ଆସିଛନ୍ତି। ପିଲାଦିନର କଥା ମନେ ପକାଇ ସେ କହନ୍ତି, ତାଙ୍କୁ ପ୍ରଥମେ ଚେନ୍ନାଇରେ ଫିଲ୍ପ ଆର୍ଟ କାମ କରିବାକୁ ସୁଯୋଗ ମିଳିଥିଲା। ଅର୍ଥାଭାବ ଯୋଗୁ ପରେ ସେହି କାମ ଛାଡି ଦେଇଥିଲେ। ଓଡ଼ିଶା ଆସିବା ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟର ଚାଇବାସାର ଏକ ଷ୍ଟୁଡିଓରେ କିଛିଦିନ ଚିତ୍ର ଅଙ୍କନ କରିଥିଲେ। ଗାଡି ମରାମତି କରିବାକୁ ସେଠାକୁ ଯାଇଥିବା ତତ୍‌କାଳୀନ କେନ୍ଦୁଝର ପୂର୍ତ୍ତ ବିଭାଗ ଏସଡିଓ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେ ତାଙ୍କ ଚିତ୍ରକଳାକୁ ଦେଖି ମୁଗ୍ଧ ହୋଇ ତାଙ୍କୁ କେନ୍ଦୁଝର ଡାକି ଆଣିଥିଲେ। ରଘୁ ଏଠାରେ ରହି ଠିକାଦାର କାମ କରି ବେଶ୍‌ ଦୁଇ ପଇସା ରୋଜଗାର କରିବା ସାଙ୍ଗକୁ ଆର୍ଟ କାମ ଆରମ୍ଭ କରିଥିଲେ। ରୋଜଗାର ବଢିବାରୁ ସେ ‘ରୂପ ଇଣ୍ଟରନ୍ୟାଶନାଲ’ ନାମକ ସଂସ୍ଥା କରି ବିଜୟ ମହାନ୍ତି ଓ ହିରୋଇନ ତନ୍ଦ୍ରା ରାୟ ଅଭିନୀତ ମାଣିକ (୧୯୮୦) ଚଳଚ୍ଚିତ୍ର ନିର୍ମାଣ କରିଥିଲେ, ଯାହା ସେତେବେଳେ ଓଡ଼ିଶାରେ ଚହଳ ପକାଇଥିଲା। କିନ୍ତୁ ଋଣ ଭାର ବଢ଼ିବାରୁ ସେ ପରେ ଏହି ସଂସ୍ଥାକୁ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିଦେଇଥିଲେ।
ପରିଣତ ବୟସରେ ରଘୁ ବାବୁ ଏବେ ଘରେ ବସି ନିତିଦିନ ଆର୍ଟ ଅଙ୍କନ କରୁଛନ୍ତି। ଏହି ଚିତ୍ରକଳା ତାଙ୍କୁ ଜିଇବାକୁ ଦେଇଛି ପ୍ରେରଣା। ବିଭିନ୍ନ ପ୍ରକାରର ଫାଇନ ଆର୍ଟ ସମେତ ତୈଳଚିତ୍ର ଓ ଭାରତୀୟ କଳାସଂସ୍କୃତିକୁ ନେଇ ବିଭିନ୍ନ ଚିତ୍ର ଆଙ୍କିଥାନ୍ତି। ଆଜିକାଲି ରଙ୍ଗ, କନାର ଦାମ ଅଧିକ ହୋଇଥିଲେ ମଧ୍ୟ ଏଥିରୁ ଉଚିତ ପାରିଶ୍ରମିକ ମିଳୁ ନାହିଁ । ଏଥିଲାଗି ଠିକା କାମ କରିବାକୁ ସେ ବାଧ୍ୟ ହେଉଛନ୍ତି। ଚିତ୍ରକଳା ସହିତ ବିଜ୍ଞାନ କ୍ଷେତ୍ରରେ ନିଜର ଉପଲବ୍ଧିକୁ ସାକାର ରୂପ ଦେବାକୁ ରଘୁଙ୍କ ଉଦ୍ୟମ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ୧୯୭୪ରେ ପାଣି ଦ୍ୱାରା ସେ ଗାଡି ଷ୍ଟାର୍ଟ କରି ଏକ ନୂତନ କୌଶଳ ଆବିଷ୍କାର କରିଥିଲେ । ପ୍ରୋତ୍ସାହନ ଓ ସହାୟତା ନ ମିଳିବାରୁ ସେହି ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଛି । ସେତେବେଳେ ସେ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ା ତାଙ୍କୁ ଡାକରା ଆସିଥିଲା । ହେଲେ ପ୍ୟାଟେଣ୍ଟ ଅଧିକାର ପାଇବା ସକାଶେ ୭ ରୁ ୮ ଲକ୍ଷ ଟଙ୍କା ଆବଶ୍ୟକ ପଡିବାରୁ ସେ ପଛଘୁଞ୍ଚା ଦେଇଥିଲେ। ସେହିପରି ଦୀର୍ଘ ୩୨ ବର୍ଷ ପରିଶ୍ରମ କରି ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ବିଦ୍ୟୁତ୍‌ ଉପତ୍ାଦନ କୌଶଳ ସେ ବାହାର କରିଥିବା ସେ ଦାବି କରିଛନ୍ତି। ଅର୍ଥାଭାବରୁ ଏହି ପ୍ରକଳ୍ପ ଅଧାରୁ ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ରାଜସ୍ୱ ଭବନ: ୬୦୦ କୋଟି ଟଙ୍କା ବ୍ୟୟରେ ଉଠିବ ୧୦ ମହଲା ବିଶିଷ୍ଟ କୋଠା

ଭୁବନେଶ୍ୱର, ୭।୭: ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଏକ ନୂଆ ରାଜସ୍ୱ ଭବନ ନିର୍ମାଣ…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri