କଳା, କଳାକାରଙ୍କ କଥା କହିବେ ବୋସ୍‌ କ୍ରିଷ୍ଣାଚାରୀ

ଭୁବନେଶ୍ୱର,୬ା୨(ବ୍ୟୁରୋ): ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ(ଜେଡିସିଏ)ର ଫିଲ୍ମ ଫୋରମ୍‌ ଆନୁକୂଲ୍ୟରେ ଫେବୃୟାରୀ ୭ରୁ ୯ ଯାଏ ଆୟୋଜିତ ହେବ କଳା ଓ କଳାକାର ଆଧାରିତ ତ୍ରୟୋଦଶ ଅନ୍ତର୍ଜାତୀୟ ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ। ଏଥର ଏହି ଉତ୍ସବ କିଛି ନିଆରା ବ୍ୟକ୍ତିତ୍ୱଙ୍କ କଥାକୁ ଅତି ନିକଟରୁ ଶୁଣିବାର ସୁଯୋଗ ଦେବ। ଫେବୃୟାରୀ ୭ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଖଣ୍ଡଗିରିସ୍ଥିତ ଜେଡିସିଏ ସାଇଟ୍‌ରେ ଉତ୍ସବ ଆନୁଷ୍ଠାନିକଭାବେ ଉଦ୍‌ଘାଟନ ହେବା ପରେ ୮ ଓ ୯ ତାରିଖରେ ଇଡ୍‌କଲ ଅଡିଟୋରିୟମ୍‌ରେ ଚଳଚ୍ଚିତ୍ର ପ୍ରଦର୍ଶନ ସହ ବିଭିନ୍ନ କର୍ମଶାଳାର ଆୟୋଜନ କରାଯିବ। କେବଳ ଏତିକି ନୁହେଁ, ପ୍ରତିଥର ଭଳି ଚଳିତଥର ମଧ୍ୟ ରାଜ୍ୟ ଏବଂ ଦେଶ ବାହାରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ବକ୍ତବ୍ୟ ଉପସ୍ଥାପନ କରିବେ। ଏମାନଙ୍କ ମଧ୍ୟରେ ବୋସ୍‌ କ୍ରିଷ୍ଣାଚାରୀଙ୍କଠାରୁ ଆରମ୍ଭକରି ଅଦ୍ୱୈତ ଗଡ଼ନାୟକ, ନନ୍ଦିତା ଦାସଙ୍କ ଭଳି ପ୍ରମୁଖ ବକ୍ତାମାନେ ରହିଛନ୍ତି।
ଚଳଚ୍ଚିତ୍ର ଉତ୍ସବରେ ଚଳିତବର୍ଷ ଭାରତୀୟ ଚିତ୍ରକଳା ଦୁନିଆର ମହାନ୍‌ ବ୍ୟକ୍ତିତ୍ୱମାନଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିବ। ଦେଶର ଜଣେ ଲୋକପ୍ରିୟ ଚିତ୍ରଶିଳ୍ପୀଭାବେ ଖ୍ୟାତିଅର୍ଜନ କରିଥିବା ବୋସ୍‌ କ୍ରିଷ୍ଣାଚାରୀ ଫେବୃୟାରୀ ୮ ଅପରାହ୍ନ ୩ଟାରେ ଇଡ୍‌କଲ ପ୍ରେକ୍ଷାଳୟରେ ଭାରତୀୟ ଦ୍ୱିବର୍ଷୀୟ କଳା ଉତ୍ସବ ସମ୍ପର୍କରେ ଉଦ୍‌ବୋଧନ ଦେବେ। ଜଣେ ସ୍ବାଧୀନ କ୍ୟୁରେଟର ଭାବେ ପରିଚିତ ବୋସ୍‌ଙ୍କର ବିଭିନ୍ନ କଳାକୃତି ମଧ୍ୟରେ ଚିତ୍ରାଙ୍କନ, ପେଣ୍ଟିଂ, ସ୍ଥାପତ୍ୟ, ଡିଜାଇନ୍‌, ସ୍ଥାପନା ଏବଂ ସ୍ଥାପତ୍ୟ କଳା ଆଦି ରହିଛି। ସେ ଭାରତର ପ୍ରଥମ ଦ୍ୱିବର୍ଷୀୟ ପ୍ରସିଦ୍ଧ କୋଚି-ମୁଜିରିସ୍‌ କଳା ଉତ୍ସବର ସ୍ରଷ୍ଟା ହୋଇଥିବା ବେଳେ ବର୍ତ୍ତମାନ ଏହାର ନିର୍ଦ୍ଦେଶକ ଓ ସଭାପତିଭାବେ କାର୍ଯ୍ୟ କରୁଛନ୍ତି। ନିକଟ ଅତୀତରେ ତାଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ ‘ଦର୍ପଣ ଅନ୍ଧାରରେ ଭଲ ଦେଖିପାରେ’ କଲିକତାର ଇମାମୀ କଳାକେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ଚିତ୍ରକଳା ଜଗତରେ ଜଣେ ଭିନ୍ନ ଓ ନିଆରା ଚିତ୍ରଶିଳ୍ପୀଭାବେ ପରିଚିତ ଏହି ଶିଳ୍ପୀଙ୍କୁ ଭୁବନେଶ୍ୱରବାସୀ ନିକଟରୁ ଦେଖିବାର ସୁଯୋଗ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ନୁହଁନ୍ତି ଗୋପାଳ

ଭୁବନେଶ୍ୱର,୬।୩ (ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ପାଗଳ ବୋଲି କୁହାଯାଉଥିଲା। ମାତ୍ର ଗୋପାଳ ପାଗଳ ନୁହନ୍ତି ବୋଲି...

ନବୀନଙ୍କ ରାଜନୈତିକ ତୀର୍ଥଯାତ୍ରା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ନେଇ ଏବେ ଚାରିଆଡ଼େ ଆଲୋଚନା। ସୋମବାର ସେ ନୂଆଦିଲ୍ଲୀରୁ ଇଟାଲି ଅଭିମୁଖେ ଯାତ୍ରାକରି ଭାଟିକାନ୍‌ ସିଟିରେ କ୍ୟାଥଲିକ୍‌ଙ୍କ...

ବିଜେଡିର ସମ୍ପୃକ୍ତି ଅଭିଯୋଗ ଆଣିଲା କଂଗ୍ରେସ

ରାୟଗଡ଼ା ଅଫିସ,୯ା୧୨: ରାୟଗଡ଼ା ସହରରୁ ସୋମବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ରତ୍ନପଥର ଜବତ ଘଟଣା ଭିନ୍ନମୋଡ଼ ନେଉଛି। ଚୋରାଚାଲାଣ ଘଟଣାରେ ବିଜେଡିର ଲିଙ୍କ୍‌...

ମଧୁସୂଦନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୪ ବଖରା ସହିତ ଜଳିଗଲେ ୪ ଗୋରୁ

ବିିଞ୍ଝାରପୁର,୨୮।୯(ଡି.ଏନ.ଏ): ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ରଥସାହିଠାରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏଥିରେ ଦୁଇ...

ମନଇଚ୍ଛା ଫି’ ବୃଦ୍ଧି: ୩ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୩୦।୫(ବ୍ୟୁରୋ): ରାଜ୍ୟ ସରକାର ପୁଣି ୩ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ମନଇଚ୍ଛା ଫି’ ବୃଦ୍ଧିକୁ ନେଇ ବକ୍ସି ଜଗବନ୍ଧୁ ଇଂରାଜୀ ବିଦ୍ୟାଳୟ,...

ଆଖଡ଼ାଶାଳିିିଠାରେ ନଦୀ ଭିତ୍ତିକ ବନ୍ଦର ନେଇ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ମହାକାଳପଡ଼ା,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସ୍ଥାନୀୟ ଆଖଡ଼ାଶାଳିଠାରେ ମହାନଦୀ ଶାଖା ଗୁପ୍ତିଗିରି ମଧ୍ୟରେ ଏକ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର...

୩ ଜଣଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର, ୧୬ା୭(ବ୍ୟୁରୋ): ଖ୍ୟାତନାମା ଲେଖକ ପବନ କୁମାର ବର୍ମା, ରାଜେନ୍ଦ୍ର କିଶୋର ପଣ୍ଡା ଓ ପାରୋ ଆନନ୍ଦଙ୍କୁ ଚଳିତବର୍ଷ କଳିଙ୍ଗ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ।...

ଫୁଲବାଣୀରେ ୮, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରୀ

ଫୁଲବାଣୀ ଅଫିସ/ ଦାରିଙ୍ଗବାଡି (ଡି.ଏନ୍‌.ଏ.) ୮ା୧୨-କନ୍ଧମାଳ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଗତ ୨ଦିନ ଧରି ଏହାର ପ୍ରକୋପ ବେଶ୍‌ ଅନୁଭୂତ ହେଉଛି। ବିଶେଷ...

Advertisement
Archives

Model This Week