କଳାହାଣ୍ଡିରେ ପ୍ରଥମ କରୋନା ରୋଗୀ ଚିହ୍ନଟ ପରେ ଅକ୍ରାନ୍ତଙ୍କ ପଞ୍ଚାୟତ ସିଲ୍ କଲା ପ୍ରଶାସନ

କେସିଙ୍ଗା, ୫।୪(ଡି.ଏନ.ଏ.)
କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖମାର ହଳଦୀ ଗ୍ରାମ ପଞ୍ଚାୟତ ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତ। ଏହି ଯୁବକ ଜଣକ ବାହାରିନଠାରେ ଏକ କମ୍ପାନୀରେ ଇଲେକ୍ଟିକ ଫିଟର ଭାବରେ କାମ କରୁଥିଲେ।
ସେ ଗତ ୧୯ ତାରିଖରେ ଦୁଇ ବନ୍ଧୁଙ୍କ ସହିତ ଏକ ବିମାନରେ ହାଇଦ୍ରାବାଦରେ ପହଞ୍ଚି ଥିଲେ। ସେଠାରୁ ବିଶାଖାପାଟଣା ଆସିଥିଲେ।ବିଶାଖାପାଟଣାରୁ ଏକ ଟ୍ରେନ ଯୋଗେ ରାୟଗଡା ଦେଇ କେସିଙ୍ଗା ପହଞ୍ଚିଥିଲେ । କେସିଙ୍ଗାରୁ ବସ ଯୋଗେ ନିଜ ଗ୍ରାମକୁ ଅାସିଥିଲେ। ସ୍ୱାସ୍ଥ୍ୟ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଉକ୍ତ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ। ତାଙ୍ଗ ଶରୀରରେ କରୋନା ପଜିଟିଭ ଥିବା ଜଣା ପଡିବା ପରେ ଶନିବାର ରାତିରେ ଉକ୍ତ ଗ୍ରାମ ପଞ୍ଚାୟତକୁ ଜିଲା ପ୍ରଶାସନ ପକ୍ଷରୁ ସିଲ୍ କରି ଦିଆଯାଇଛି। ବାହାର ଅଞ୍ଚଳର କାହାକୁ ପଞ୍ଚାୟତ ଅଞ୍ଚଳରେ ପଶିବାକୁ କିମ୍ବା ବାହାରକୁ ଯିବାକୁ ଦିଅାଯାଉ ନାହିଁ। ରବିବାର କଳାହାଣ୍ଡି ଜିଲାପାଳ ପରାଗ ହର୍ଷତ, ଧର୍ମଗଡ ଉପ-ଜିଲାପାଳ ପଦ୍ମନାଭ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉକ୍ତ ଗ୍ରାମ ପରି ଦର୍ଶନ କରିଥିଲେ।
ଏହାକୁ ଆଧାର କରି ଉକ୍ତ ପଞ୍ଚାୟତ ଅଞ୍ଚଳରେ ସଟ୍‌ ଡାଉନ ଷୋଷଣା କରାଯାଇଛି। ଅପରପକ୍ଷରେ ଅାକ୍ରାନ୍ତ ଯୁବକଙ୍କୁ ଭବାନୀପାଟଣା ଅଣାଯାଇଛି, ସେଠାରୁ ତାଙ୍କୁ କଟକ ପଠାଯିବ। ସମ୍ପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ଅାସି୍ଥିବା ଅନ୍ୟ ୩୧ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି।
ଜିଲାର ସମସ୍ତ ସୀମାକୁ ସିଲ କରି ଦିଅାଯାଇଛି। ଜିଲା ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଖୋଲିଲେ ବି ସପ୍ତାହଯାକ ହେବନି ପାଠପଢ଼ା

ଭୁବନେଶ୍ୱର,୨୭।୨(ବ୍ୟୁରୋ): କରୋନା ସଂକ୍ରମଣ କିମିଥିବା ବେଳେ ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲା । ସେଥିରେ ସ୍କୁଲ ଖୋଲିବା ଉପରେ...

ମୟୂରଭଞ୍ଜ ପଲିଟେକ୍‌ନିକ୍‌ରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର, ୩ା୫(ବ୍ୟୁରୋ):ମୟୂରଭଞ୍ଜସ୍ଥିତ ସରକାରୀ ପଲିଟେକ୍‌ନିକ୍‌ରେ ଆଡ୍‌ଭାନ୍ସ ମେକାଟ୍ରୋନିକ୍ସ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରାୟ ୪.୧୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ଉତ୍କର୍ଷ...

କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍‌ ଦାବି

ଭୁବନେଶ୍ୱର,୨ା୮(ବ୍ୟୁରୋ): କେନ୍ଦ୍ରାପଡ଼ା ରସାବଳିକୁ ଭୌଗୋଳିକ ସଙ୍କେତ ବା ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବାକୁ ବିଜେଡି ପକ୍ଷରୁ ଦାବି ଉଠାଯାଇଛି। ବିଜେଡିର ୩ ରାଜ୍ୟ ସଭା ସଦସ୍ୟ...

ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ବିତ ନିର୍ଦ୍ଦେଶ

ଭୁବନେଶ୍ୱର,୧୮।୧(ବ୍ୟୁରୋ):  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ସୋମବାର କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନ ଅଧୀନ ୧୦...

ରାଜଧାନୀରେ ନକଲି ତେଲ, ଘିଅ କାରଖାନା ଠାବ: ପୂଜକଙ୍କ ସମେତ ୪ ଅଟକ

କଟକ ରୋଡ୍‌,୩।୯(ଡି.ଏନ୍‌.ଏ.): କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ହାଉସିଂ ରୋଡ୍‌ ଷ୍ଟେଜ୍‌-୧ ଅଞ୍ଚଳରେ ଚଢ଼ାଉ...

୬ ଜିଲାରେ ସକାଳୁଆ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ ଖାତା ଦେଖା ୨୬ ତାରିଖରୁ ଆରମ୍ଭ ହୋଇଛି। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖାତା ଦେଖା ପ୍ରକ୍ରିୟା ଚାଲୁଛି।...

ଡାକ୍ତରଙ୍କୁ ମାଡ଼ ଅଭିଯୋଗ: ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଚଳ, ରୋଗୀ ହନ୍ତସନ୍ତ

ଆଳି,୧୯।୩(ଡି.ଏନ୍‌.ଏ.): ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗରେ ଗୁରୁବାର ସକାଳୁ ମେଡିକାଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମେଡିକାଲରେ ଡାକ୍ତର ନ...

ଆଜି କ୍ୟାବିନେଟ୍‌

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଓଡ଼ିଶା ସରକାରଙ୍କ କ୍ୟାବିନେଟ୍‌ ବୈଠକ ବସିବ। ପୂର୍ବାହ୍ନ ୯ଟା ୪୫ରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ...

Advertisement
Archives

Model This Week