କଳାକାରଙ୍କ ଭାଗ୍ୟ ବଦଳାଏ ଫିଲ୍ମ ଫ୍ରାଇଡେ

ମୁମ୍ବାଇ: କଳାକାରଙ୍କ ଭାଗ୍ୟ ଶୁକ୍ରବାର ବଦଳିଯାଏ ବୋଲି ଅଭିନେତ୍ରୀ ତମନ୍ନା ଭାଟିଆ ପ୍ରକାଶ କରିଛନ୍ତି। ପ୍ରତି ସପ୍ତାହର ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହେଉଥିବାରୁ କଳାକାରମାନେ ସେଇ ଆଙ୍‌କାକ୍ଷିତ ଦିବସକୁ ଚାହିଁ ରହିଥାଆନ୍ତି। ଫିଲ୍ମ ରିଲିଜ ହେଲେ ଅଭିନେତା ଅଭିନେତ୍ରୀଙ୍କର ଖୁସି କହିଲେ ନ ସରେ। କାରଣ ଏହିଦିନ ହିଁ ଜଣେ ନୂଆ କଳାକାରଙ୍କ ଭାଗ୍ୟ ନିର୍ଦ୍ଧାରିତ ହୁଏ ଏବଂ ସବୁକିଛି ବଦଳିଯାଏ ବୋଲି ତମନ୍ନା କହିଛନ୍ତି।
୧୫ବର୍ଷ ବୟସରୁ ସିନେମାରେ ଡେବ୍ୟୁ କରି ତମନ୍ନା ଦକ୍ଷିଣ ଭାରତୀୟ ସିନେମାରେ ଜଣେ ଷ୍ଟାର ବନିଯାଇଥିଲେ। ମୁମ୍ବାଇରେ ଜନ୍ମ ହୋଇଥିବା ଓ ବଢ଼ିଥିବା ଏହି ଅଭିନେତ୍ରୀ ୨୦୦୫ରେ ତେଲୁଗୁ ଫିଲ୍ମ ‘ଶ୍ରୀ’ରେ ପ୍ରଥମେ ଅଭିନୟ କରିଥିଲେ। ଏହାପରେ ତାମିଲ ଫିଲ୍ମ ‘କେଡି’ରେ ସୁଯୋଗ ପାଇଥିଲେ। ଦୁଇବର୍ଷ ପରେ ‘ହାପି ଡେଜ୍‌’ ଏବଂ ‘କାଲୁରି’ରେ ଅଭିନୟ କରି ଜଣେ ସଫଳ କଳାକାରର ପରିଚୟ ଦେଇଥିଲେ। ସ୍ବଳ୍ପ ବୟସରୁ ସେ ତାମିଲ ଓ ତେଲୁଗୁ ଶିକ୍ଷା ଆରମ୍ଭ କରିଥିଲେ।
ହିଟ୍‌ ଫିଲ୍ମ ‘ଆୟନ’, ‘ପାଇୟା’, ‘ସିରୁଥାଇ’, ‘୧୦୦% ଲଭ୍‌’ ଏବଂ ବ୍ଲକବଷ୍ଟର ‘ବାହୁବଳୀ’ରେ ତମନ୍ନାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିପାରିଛି। ସେ ‘ହିମ୍ମତଓ୍ବାଲା’, ‘ଏଣ୍ଟରଟେନମେଣ୍ଟ’ ଏବଂ ‘ହମଶକଲ୍‌’ ଭଳି ଫିଲ୍ମରେ ଅଭିନୟ କରି ନିଜ କଳାତ୍ମକ ପ୍ରତିଭା ପ୍ରଦର୍ଶନ କରିପାରିଛନ୍ତି। ଏହି ୩ଟି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ହିଟ୍‌ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। ଏଥିରେ ଅକ୍ଷୟ କୁମାରଙ୍କ ସହ ତାଙ୍କର ଯୋଡ଼ି...

କରୋନାରେ ଅନିଲ ସୁରିଙ୍କ ମୃତ୍ୟୁ

ମୁମ୍ବାଇ, ୬ା୬: ବଲିଉଡ୍‌ର ଭେଟେରାନ୍‌ ପ୍ରଯୋଜକ ଅନିଲ ସୁରିଙ୍କ କରୋନାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଅଭିନେତା ରାଜ୍‌ କୁମାର, ଅଭିନେତ୍ରୀ ରେଖା...

ଗଞ୍ଜେଇ, ଡ୍ରଗ୍ସ ସେବନ କରୁଥିଲେ ସୁଶାନ୍ତ! ଶ୍ରୁତି ମୋଦିଙ୍କୁ ଦେଇଥିଲେ ଏଭଳି ପ୍ରତିଶ୍ରୁତି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାହା ଏବେ ବି ସନ୍ଦେହ ଘେରରେ। ପ୍ରଥମେ ଏହା ଆତ୍ମହତ୍ୟା କୁହାଯାଉଥିବା ବେଳେ...

ଜାହ୍ନବୀଙ୍କ ଆଶା

ନବାଗତା ଜାହ୍ନବୀ କପୁରଙ୍କର ଏକ ଆଶା ରହିଛି। ବଲିଉଡ୍‌ରେ ତ ଏଣ୍ଟ୍ରି କଲେ, ପୁଣି ଆଉ କ’ଣ ଆଶା ରହିଗଲା ଯେ ତାକୁ ନେଇ ସେ...

ଆସିମ-ହିମାଂଶୀଙ୍କ ନୂଆ ମ୍ୟୁଜିକ୍‌ ଭିଡିଓର ପୋଷ୍ଟର ରିଲିଜ୍‌

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୩’ ମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ ଆସିମ ରିୟାଜ ଏବଂ ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା। ଏହି ଯୋଡିଙ୍କୁ ମ୍ୟୁଜିକ...

ଅଭିନେତ୍ରୀ ମଲାଇକା ଆରୋରା କରୋନା ଆକ୍ରାନ୍ତ

ମୁମ୍ବାଇ, ୬।୯: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ରବିବାର ହିଁ ଅଭିନେତ୍ରୀ ମଲାଇକା ଆରୋରାଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମଲାଇକା...

ଇଣ୍ଡିଆନ୍‌ ଆଇଡଲ୍‌ ୧୧ରେ ଓଡିଆ ଝିଅ ଚେଲ୍‌ସି

ଭୁବନେଶ୍ୱର:ପୁଣି ଜାତୀୟସ୍ତରୀୟ ରିଆଲିଟି ଶୋ’ରେ ଆସିବେ ଓଡ଼ିଆ ଝିଅ ଚେଲ୍‌ସି ବେଉରା। ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ୍‌ ଆଇଡଲ୍‌-୧୧ରେ ଚେଲ୍‌ସି ଭାଗ ନେଇଛନ୍ତି। ଏହି...

ସୁଶାନ୍ତଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁରା ବଲିଉଡ୍‌ଜଗତ ସ୍ତବ୍ଦ ହୋଇପଡ଼ିଛି। ସମସ୍ତେ ନିଜ ନିଜ ଶୈଳୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। କେହି...

Coronavirus Update


Archives

Model This Week

Why Dharitri