Posted inପୁରୀ

ମେଲୋଡି କଳାକାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ‘ହ୍ୟୁମାନ ସାଗର’

କଟକ ଅଫିସ,୧୦ା୬: ଲକ୍‌ଡାଉନ ମଧ୍ୟରେ ବାନ୍ଧି ହୋଇ ଯାଇଛି କଳା ଜଗତ ଓ କଳାକାରଙ୍କ ଜୀବନ ଜୀବିକା। କଳା ଜଗତକୁ ବଞ୍ଚାଇବା ନିମନ୍ତେ ସରକାରୀ ସହାୟତା ମିଳିବା ଉଚିତ ବୋଲି ବିଭିନ୍ନ ବର୍ଗରୁ ଦାବି ହେଉଛି। ରାଜ୍ୟର ଅନେକ ବରିଷ୍ଠ କଳାକାର ମଧ୍ୟ ସୋସିଆଲ ମିଡ଼ିଆରେ ଏ ନେଇ ପୋଷ୍ଟ କରୁଥିବା ଦେଖିବାକୁ ମିଳୁଛି। ତେବେ ଏଭଳି ଘଡ଼ିିସନ୍ଧି ମୁହୂର୍ତ୍ତରେ କଳାକାରଙ୍କ ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରସିଦ୍ଧ ପ୍ରଚ୍ଛଟପଟ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଓଡ଼ିଶା ମେଲୋଡ଼ି ଆସୋସିଏଶନ (ଓଏମ୍‌ଏ) ସହ ଅନୁବନ୍ଧିତ ରାଜ୍ୟର ବିଭିନ୍ନ ମେଲୋଡ଼ି ଗ୍ରୁପର ୫୦୦ କଳାକାରଙ୍କୁ ସେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମାଣିକଘୋଷ ବଜାରସ୍ଥିତ ମାରୱାଡ଼ି କ୍ଲବ ପରିସରରେ ବୁଧବାର ଓଏମ୍‌ଏ ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏସିପି ସେଖ୍‌ ସରିଫୁଦ୍ଦିନ, ସଞ୍ଜୟ ଶର୍ମା, ସାନୁ ରଥ, ସମ୍ପତ୍ତି ମୋଦି ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଓଏମ୍‌ଏର ସଭାପତି ନିଲୁ ମହାନ୍ତି, ସମ୍ପାଦକ ଶ୍ୟାମ କୁମାର ନାୟାର, ପ୍ରଭାତ ରଞ୍ଜନ ବୋଷ, ପ୍ରଦୀପ ମହାପାତ୍ର, ବିରେନ୍ଦ୍ର କୁମାର ଦାସ, ବବଲୁ ଅନସାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ମତ ପ୍ରକାଶ ପାଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଆବିଦ କହିଛନ୍ତି, କରୋନା ଯୋଗୁ ପର୍ବପର୍ବାଣି, ଉତ୍ସବ ସବୁ ବନ୍ଦ। ଏଣୁ ମେଲୋଡ଼ି ହେବାର ଆଶା ନାହିଁ। କଟକଣା କେବେ ଉଠିବ ଓ କଳାକାରମାନେ ରୋଜଗାରର ବାଟ ପାଇବେ ତାହାକୁ ସମସ୍ତେ ଚାହିଁ ରହିଛନ୍ତି। ହ୍ୟୁମାନଙ୍କ ଏହି ଅବଦାନକୁ କଳାକାର ଜଗତ ସବୁଦିନ ପାଇଁ ମନେ ରଖିବ। ସେହିପରି ପୁରୀରୁ ଆସିଥିବା ଏକ ମେଲୋଡ଼ି ଗ୍ରୁପ୍‌ର ବାଦକ ସୁନୀଲ ରାଓ କହିଛନ୍ତି, ମେଲୋଡ଼ି ପ୍ରୋଗ୍ରାମ ହେଲେ କିଛି ଅର୍ଥ ରୋଜଗାର ହୁଏ। ରୋଜଗାରର ଅନ୍ୟ କିଛି ପନ୍ଥା ନାହିଁ। ମାତ୍ର ଏବେ କରୋନା ପାଇଁ ସବୁ ବନ୍ଦ। ଏଭଳି ସମୟରେ ହ୍ୟୁମାନ ସାଗରଙ୍କ ଏହି ସହାୟତା ଏକ ପ୍ରଶଂସନୀୟ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ପିପିଲିକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱର,୨୬।୬(ବ୍ୟୁରୋ)/ ପିପିଲି (ସ୍ବ.ପ୍ର.): ଦୀର୍ଘଦିନର ପ୍ରତୀକ୍ଷାପରେ ଭୁବନେଶ୍ୱରରୁ ପିପିଲିକୁ ଆରମ୍ଭ ହୋଇଛି ‘ମୋ ବସ୍‌’ ସେବା। ଗୁରୁବାର ସକାଳେ ପିପିଲିଠାରେ ବିଧାୟକ ପ୍ରଦୀପ ମହାରଥୀ ପତାକା...

ଆସନ୍ତା ୨୯ରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଦର୍ଶନ

ପୁରୀ ଅଫିସ,୨୨।୪: ଆସନ୍ତା ୨୯ ତାରିଖରୁ ପଶ୍ଚିମଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାର ପଟେ ପ୍ରସ୍ଥାନର ବ୍ୟବସ୍ଥା ରହିବ। ସେହିପରି...

ମହାପ୍ରଭୁଙ୍କୁ ଦର୍ଶନ କଲେ ମମତା

ପୁରୀ ଅଫିସ,୨୭ା୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନ ୪ଟା ୧୦ରେ ମମତା ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ...

ଛତିଶା ନିଯୋଗ ବୈଠକ: ହବିଷିଆଳିଙ୍କୁ ଠିକ୍‌ ସମୟରେ ମିଳିବ ମହାପ୍ରସାଦ

ପୁରୀ ଅଫିସ, ୪ା୧୦: ବିଗତ ବର୍ଷ ସରକାରଙ୍କ ହବିଷିଆଳି ଯୋଜନାରେ ରହିଥିବା ହବିଷିଆଳିଙ୍କୁ ମହାପ୍ରସାଦ ଦେବାରେ ଅନେକଥର ବିଳମ୍ବ ହୋଇଛି। ତେଣୁ ଏ ବର୍ଷ ଯେପରି...

ଅବହେଳିତ ପ୍ରାଚୀନ ବରାହୀ, ନୃସିଂହ ମନ୍ଦିର

ପୁରୀ,୮ା୮(ଅଜିତ ମହାନ୍ତି): ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ପୁରୀ ପକ୍ଷରୁ ପ୍ରାଚୀ ଉପତ୍ୟକାର ଶ୍ରୀଅମରେଶ୍ୱର ମନ୍ଦିର, ଦେବୀ ବରାହୀ ମନ୍ଦିର ଏବଂ ଶ୍ରୀମାଧବ ମନ୍ଦିର ଐତିହ୍ୟ...

ରଥଯାତ୍ରା ଉପଲକ୍ଷେ ପୁରୀରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର,୧୮ା୬(ଅସମାପିକା ସାହୁ): ଆସନ୍ତା ୨୦ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁରୀ ସହରରେ କିପରି ଟ୍ରାଫିକ...

ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ ଅଫିସ,୧୫।୭: ରଥଯାତ୍ରାଠାରୁ ଆରମ୍ଭ କରି ଆଡ଼ପମଣ୍ଡପ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇଥିଲେ ମଧ୍ୟ ମଙ୍ଗଳବାର ରାତ୍ର ପହୁଡ଼ ନୀତି...

୬ ମାସ ପରେ ଖୋଲିଲା ବାଲୁଖଣ୍ଡ ପ୍ରକୃତି ନିବାସ: ଫୁଲ, ଚନ୍ଦନ ଦେଇ ପର୍ଯ୍ୟଟକଙ୍କୁ ସ୍ବାଗତ

ପୁରୀ ଅଫିସ, ୩।୧୧: ବାତ୍ୟା ଫନୀ ପରଠାରୁ ବନ୍ଦ ରହିଥିବା ପୁରୀର ବାଲୁଖଣ୍ଡ ପ୍ରକୃତି ନିବାସ ଠିକ୍‌ ୬ ମାସ ପରେ ଶନିବାର ପର୍ଯ୍ୟଟକଙ୍କ ପାଇଁ...

Advertisement
Archives

Model This Week