କଲ୍ୟାଣ ମଣ୍ଡପ ସ୍ଥାନ ନିରୂପଣ ନେଇ ବିବାଦ

ଧାମନଗର,୧୧।୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ସ୍ଥାନ ନିରୂପଣ ନେଇ ବିବାଦ ସୃଷ୍ଟି ହୋଇଛି। ଏ ନେଇ ପୂର୍ବତନ ସରପଞ୍ଚ ସୁରଜିତ ପାତ୍ର ଶତାଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲାପାଳ ଓ ଜିଲା ପ୍ରକଳ୍ପ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଶିଳାନ୍ୟାସ ସ୍ଥାନରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ସେ ଦାବି ଜଣାଇଛନ୍ତି। ଜିଲା ପ୍ରଶାସନ ଏହାର ତଦନ୍ତ ପାଇଁ ବିଡିଓଙ୍କୁ ଚିଠି ମଧ୍ୟ କରିଛନ୍ତି। ନିର୍ମାଣ କାର୍ଯ୍ୟର ଅଗ୍ରଗତି ହେଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ୨୦୧୬ରେ ତତ୍‌କାଳୀନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପଞ୍ଚାୟତବାସୀଙ୍କ ସୁବିଧା ଦୃଷ୍ଟିରୁ ମଧ୍ୟବର୍ତ୍ତୀ ସ୍ଥାନ ବୟାଙ୍ଗଡିହି ଗ୍ରାମର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ମୁଖ୍ୟରାସ୍ତାକୁ ଲାଗି ଥିବା ଏକ ଜମିରେ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଥିଲେ। ସେତେବେଳର ସରପଞ୍ଚଙ୍କ ଉଦ୍ୟମରେ ଧାମନଗର ତହସିଲଦାରଙ୍କ ଜରିଆରେ ୩୨୪୨ ଚିଠି ଅନୁସାରେ ଶିଳାନ୍ୟାସ କରାଯାଇଥିବା ଜମିକୁ ତହସିଲଦାର କଲ୍ୟାଣ ମଣ୍ଡପ ନାମରେ ଦେଇଥିଲେ। ସେତେବେଳେ ରକ୍ଷିତ କିସମରୁ ୧୨ ଡିସିମିଲ ଜାଗା ତହସିଲଦାର କଲ୍ୟାଣ ମଣ୍ଡପ ନାମରେ ହସ୍ତାନ୍ତର କରିଥିଲେ। ପଞ୍ଚାୟତରେ ଏକ ଫାଇଲ ଖୋଲାଯାଇ ତହସିଲଦାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ଜମି ଯୋଗାଇ ଦେଇଥିଲେ। ଏହାପରେ ପୂର୍ବତନ ବିଧାୟକ ମଣ୍ଡଳ, ବିଭାଗୀୟ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଶିଳାନ୍ୟାସ କରାଯାଇଥିଲା। କିନ୍ତୁ ଏବେ କଲ୍ୟାଣ ମଣ୍ଡପ କାର୍ଯ୍ୟ ଆରମ୍ଭ ସମୟରେ ସ୍ଥାନ ବଦଳାଇ ଆମ୍ବିଳି ଗଁା ନିକଟରେ କାର୍ଯ୍ୟ ଆରମ୍ଭକୁ ନେଇ ପଞ୍ଚାୟତରେ ଅସନ୍ତୋଷ ପ୍ରକାଶ ପାଇଛି। ଶିଳାନ୍ୟାସ ସ୍ଥାନକୁ ଲାଗି ୯ଟି ଓ୍ବାର୍ଡରେ ବହୁ ଜନସାଧାରଣ ବସବାସ କରୁଥିବାବେଳେ ନିର୍ମାଣ ଆରମ୍ଭ ସ୍ଥାନ ନିକଟରେ ମାତ୍ର ୬ଟି ଓ୍ବାର୍ଡ ରହିଛି। ଏହା ଏକପାଖିଆ ହେବା ସହିତ ପଞ୍ଚାୟତର ସୀମାରେ ହୋଇଥିବାରୁ ଅଧିକାଂଶ ଲୋକେ ସେବା ପାଇବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ବିବାଦ ସୃଷ୍ଟି ହେଉଥିବା ସେ ସ୍ବୀକାର କରିଛନ୍ତି। ଲୋକକଲ୍ୟାଣ ଯୋଜନାରେ ସର୍ବସାଧାରଣଙ୍କ ସୁବିଧା ଦେଖିବାକୁ ପଡ଼ିବ। ଏହା ତଦନ୍ତସାପେକ୍ଷ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ

ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...

ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…

ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...

ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…

ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍‌...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri