କଲ୍ୟାଣମଣ୍ଡପ, ସଭାଗୃହ ସମ୍ମୁଖରେ ପାର୍କିଂ କଟକଣା: ଯାଞ୍ଚ ହେବ ନଥିପତ୍ର, ସର୍ଭେ ଆରମ୍ଭ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଲ୍ୟାଣ ମଣ୍ଡପ ଓ ସଭାଗୃହ କରି ବ୍ୟବସାୟ କରୁଥିଲେ ମଧ୍ୟ ଆବଶ୍ୟକ ପାର୍କିଂ ସୁବିଧା ରଖାଯାଉନି। ଫଳରେ ଏଠାକୁ ଆସୁଥିବା ଲୋକେ ସମ୍ମୁଖ ରାସ୍ତାରେ ଗାଡ଼ି ରଖି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏଥିଯୋଗୁ ଗାଡ଼ିମୋଟର ଚଳାଚଳ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥନାନ ଏ ନେଇ ଚିଠି କରିଥିବାବେଳେ ବିଏମ୍‌ସି ଓ ବିଡିଏ ସୀମା ମଧ୍ୟରେ ଥିବା ଅନେକ ସଭାଗୃହ, କଲ୍ୟାଣ ମଣ୍ଡପ ଆଦି ଅଯଥା ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଉଲ୍ଲେଖ କରିଛନ୍ତି। ବିଶେଷକରି ପୁରୀ ବାଇପାସ୍‌ ନିକଟ ସାଇ ମନ୍ଦିର ଆଖପାଖ ଅଞ୍ଚଳ ସହ ଟଙ୍କପାଣି ରୋଡ୍‌, ପଟିଆ ଓ ଇମ୍ଫୋସିସ୍‌ ସହିତ ବହୁ ଅଞ୍ଚଳରେ ଏହି ସମସ୍ୟା ଉଗ୍ର ହେଉଛି। ତେଣୁ ତୁରନ୍ତ ଏହା ଉପରେ ରୋକ୍‌ ଲଗାଇ ସମସ୍ୟା ଦୂର କରିବାକୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରି ପ୍ରତିଦିନ ତଦାରଖ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏ ସଂକ୍ରାନ୍ତରେ ରିପୋର୍ଟ ଦେବାକୁୁ କୁହାଯାଇଛି। ଅନ୍ୟପକ୍ଷରେ ଚିଠି ପାଇବା ପରେ ବିଏମ୍‌ସି ପ୍ରାଥମିକ ସର୍ଭେ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଦକ୍ଷିଣ ପୂର୍ବ ଜୋନ୍‌ରେ ୨୮, ଉତ୍ତର ଜୋନ୍‌ରେ ୨୯ ଏବଂ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୩୨ ସଭାଗୃହ, କଲ୍ୟାଣ ମଣ୍ଡପ ରହିିଛି। ଏଠାରେ ବିବାହ, ବ୍ରତଘର ଓ ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ ସମୟରେ ଲୋକେ ରାସ୍ତାରେ ଗାଡ଼ି ରଖିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ। ଏବେ ସରକାର ନିର୍ଦ୍ଦେଶ ଦେବା ପରେ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଖୁବଶୀଘ୍ର ଏହି କଲ୍ୟାଣ ମଣ୍ଡପଗୁଡ଼ିକର କାଗଜପତ୍ର ଯାଞ୍ଚ କରିବା ସହ ଏହା ଠିକ୍‌ ପ୍ଲାନ ଅନୁଯାୟୀ ହୋଇଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ। ସେହିପରି ପ୍ଲାନ ମୁତାବକ ପାର୍କିଂ ବ୍ୟବସ୍ଥା ଛାଡ଼ିବା ପାଇଁ କହି ଯଦି କୌଣସି ମାଲିକ ମାନି ନ ଥିବେ ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ତୁରନ୍ତ ଏହିସବୁ ଅନୁଷ୍ଠାନଗୁଡ଼ିକର ଭତ୍ତିିଭୂମି ଯାଞ୍ଚ କରାଯାଇ କାହାର ପ୍ଲାନିଂ ଆପ୍ରୁଭାଲ୍‌, ପାର୍କିଂ ସ୍ଥଳ, ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ୍‌ ଲାଇସେନ୍ସ ଆଦି ବାବଦରେ ବିସ୍ତୃତ ଆଲୋଚନା କରାଯିବ। ଏହାସହ ତୁରନ୍ତ ସ୍କ୍ବାଡ୍‌ ଗଠନ ହୋଇ ଟ୍ରାଫିକ୍‌ ଓ ପାର୍କିଂ ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri