କଲ୍ୟାଣମଣ୍ଡପ, ସଭାଗୃହ ସମ୍ମୁଖରେ ପାର୍କିଂ କଟକଣା: ଯାଞ୍ଚ ହେବ ନଥିପତ୍ର, ସର୍ଭେ ଆରମ୍ଭ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଲ୍ୟାଣ ମଣ୍ଡପ ଓ ସଭାଗୃହ କରି ବ୍ୟବସାୟ କରୁଥିଲେ ମଧ୍ୟ ଆବଶ୍ୟକ ପାର୍କିଂ ସୁବିଧା ରଖାଯାଉନି। ଫଳରେ ଏଠାକୁ ଆସୁଥିବା ଲୋକେ ସମ୍ମୁଖ ରାସ୍ତାରେ ଗାଡ଼ି ରଖି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏଥିଯୋଗୁ ଗାଡ଼ିମୋଟର ଚଳାଚଳ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ଘଟୁଛି। ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ ବିଡିଏକୁ ନିର୍ଦ୍ଦେଶ ଦେଇଛନ୍ତି। ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାଥନାନ ଏ ନେଇ ଚିଠି କରିଥିବାବେଳେ ବିଏମ୍‌ସି ଓ ବିଡିଏ ସୀମା ମଧ୍ୟରେ ଥିବା ଅନେକ ସଭାଗୃହ, କଲ୍ୟାଣ ମଣ୍ଡପ ଆଦି ଅଯଥା ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଉଲ୍ଲେଖ କରିଛନ୍ତି। ବିଶେଷକରି ପୁରୀ ବାଇପାସ୍‌ ନିକଟ ସାଇ ମନ୍ଦିର ଆଖପାଖ ଅଞ୍ଚଳ ସହ ଟଙ୍କପାଣି ରୋଡ୍‌, ପଟିଆ ଓ ଇମ୍ଫୋସିସ୍‌ ସହିତ ବହୁ ଅଞ୍ଚଳରେ ଏହି ସମସ୍ୟା ଉଗ୍ର ହେଉଛି। ତେଣୁ ତୁରନ୍ତ ଏହା ଉପରେ ରୋକ୍‌ ଲଗାଇ ସମସ୍ୟା ଦୂର କରିବାକୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରି ପ୍ରତିଦିନ ତଦାରଖ ପାଇଁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏ ସଂକ୍ରାନ୍ତରେ ରିପୋର୍ଟ ଦେବାକୁୁ କୁହାଯାଇଛି। ଅନ୍ୟପକ୍ଷରେ ଚିଠି ପାଇବା ପରେ ବିଏମ୍‌ସି ପ୍ରାଥମିକ ସର୍ଭେ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଦକ୍ଷିଣ ପୂର୍ବ ଜୋନ୍‌ରେ ୨୮, ଉତ୍ତର ଜୋନ୍‌ରେ ୨୯ ଏବଂ ଦକ୍ଷିଣ ପଶ୍ଚିମ ଜୋନ୍‌ରେ ୩୨ ସଭାଗୃହ, କଲ୍ୟାଣ ମଣ୍ଡପ ରହିିଛି। ଏଠାରେ ବିବାହ, ବ୍ରତଘର ଓ ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ ସମୟରେ ଲୋକେ ରାସ୍ତାରେ ଗାଡ଼ି ରଖିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବାରମ୍ବାର ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ। ଏବେ ସରକାର ନିର୍ଦ୍ଦେଶ ଦେବା ପରେ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ଖୁବଶୀଘ୍ର ଏହି କଲ୍ୟାଣ ମଣ୍ଡପଗୁଡ଼ିକର କାଗଜପତ୍ର ଯାଞ୍ଚ କରିବା ସହ ଏହା ଠିକ୍‌ ପ୍ଲାନ ଅନୁଯାୟୀ ହୋଇଛି କି ନାହିଁ ତାହାର ଅନୁଧ୍ୟାନ କରାଯିବ। ସେହିପରି ପ୍ଲାନ ମୁତାବକ ପାର୍କିଂ ବ୍ୟବସ୍ଥା ଛାଡ଼ିବା ପାଇଁ କହି ଯଦି କୌଣସି ମାଲିକ ମାନି ନ ଥିବେ ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ ତୁରନ୍ତ ଏହିସବୁ ଅନୁଷ୍ଠାନଗୁଡ଼ିକର ଭତ୍ତିିଭୂମି ଯାଞ୍ଚ କରାଯାଇ କାହାର ପ୍ଲାନିଂ ଆପ୍ରୁଭାଲ୍‌, ପାର୍କିଂ ସ୍ଥଳ, ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ୍‌ ଲାଇସେନ୍ସ ଆଦି ବାବଦରେ ବିସ୍ତୃତ ଆଲୋଚନା କରାଯିବ। ଏହାସହ ତୁରନ୍ତ ସ୍କ୍ବାଡ୍‌ ଗଠନ ହୋଇ ଟ୍ରାଫିକ୍‌ ଓ ପାର୍କିଂ ପାଇଁ ପଦକ୍ଷେପ ନିଆଯିବ ବୋଲି କମିଶନର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?