Posted inରାଜ୍ୟ

କଲବଲ କରୁଛି ଗରମ, ଗୁଳୁଗୁଳି

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ମୌସୁମୀ କେରଳ ଛୁଇଁ ସାରିଛି। ଓଡ଼ିଶାକୁ କେବେ ସୁଦ୍ଧା ମୌସୁମୀ ଆସିବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ରାଜ୍ୟରେ ଲେଉଟିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରିଦେଇଛି। ସାରା ରାଜ୍ୟ ଗରମ ଓ ଗୁଳୁଗୁଳିରେ କଲବଲ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଣିଷଠାରୁ ଆରମ୍ଭକରି ପଶୁପକ୍ଷୀ ପ୍ରବଳ ଗ୍ରୀଷ୍ମରେ ଆଉଟପାଉଟ ହେଉଛନ୍ତି। ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଭୟଙ୍କର ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ଗୁଳୁଗୁଳିରେ ଅଣନିଃଶ୍ୱାସୀ ହେଲାଣି। ଆକାଶ ମେଘ ବାଦଲରେ ଘୋଡ଼ାଇ ରହୁଥିଲେ ମଧ୍ୟ ଗରମରୁ ମୁକ୍ତି ମିଳୁନାହିଁ। ଉପକୂଳବର୍ତ୍ତୀ ସହରଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହୁଥିଲେ ମଧ୍ୟ ବାୟୁମଣ୍ଡଳର ଆର୍ଦ୍ରତା ୮୦ରୁ ୯୦ ପ୍ରତିଶତ ରହୁଛି। ଆକାଶ ମେଘୁଆ ରହୁଥିବାରୁ ଭୂପୃଷ୍ଠରୁ ବିକିରଣ ହେଉଥିବା ତତଲା ବାୟୁ ବାଦଲକୁ ଭେଦକରି ଯାଇପାରୁ ନାହିଁ। ଫଳରେ ପରିବେଶ ଉତ୍ତପ୍ତ ସାଙ୍ଗକୁ ଗୁଳୁଗୁଳି ଅସହ୍ୟ ହେଉଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୪ ଡିଗ୍ରୀ ସେଲସିୟସ ଉପରକୁ ଉଠିଯାଉଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥ୍‌ତ୍ବା ସୂଚନା ଅନୁଯାୟୀ ସୋମବାର ରାଜ୍ୟର ୧୧ଟି ସହରରେ ତାତି ୪୦ ଡିଗ୍ରୀ ସେଲସିୟସ ଉପରକୁ ଉଠିଯାଇଛି। ସମ୍ବଲପୁରରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ୪୩.୨, ଅନୁଗୋଳ ୪୧.୧, ସୁନ୍ଦରଗଡ଼ ୪୦, ହୀରାକୁଦ ୪୪.୮, ତାଳଚେର ୪୦.୫, ଭବାନୀପାଟଣା ୪୦.୨, ବଲାଙ୍ଗୀର ୪୨.୫, ଫୁଲବାଣୀ ୪୦.୪, ଟିଟିଲାଗଡ଼ ୪୩.୬ ଏବଂ ସୋନପୁରର ତାପମାତ୍ରା ୪୧.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏଭଳି ପାଗ ଆସନ୍ତା ୧୫ ତାରିଖ ଯାଏ ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳବର୍ତ୍ତୀ ଜିଲା ସମେତ ମାଲକାନଗିରି, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ରେ ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି

ଢେଙ୍କାନାଳ ଅଫିସ,୨୨ା୧୦ ଢେଙ୍କାନାଳ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ଭସାଣି ଉତ୍ସବ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ...

ଝଡ଼ ବତାସ ନେଲା ଜୀବନ

ଚିତ୍ରକୋଣ୍ଡା,୩୦।୫: ଚିତ୍ରକୋଣ୍ଡା ଥାନା ଅନ୍ତର୍ଭୁକ୍ତ ନାକାମାମୁଡ଼ି ପଞ୍ଚାୟତ ବାମେରିଙ୍ଗ ଗଁାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୁଧବାର ଉକ୍ତ ଗଁାରେ ଥିବା ଏକ ନଦୀକୁ ଡଙ୍ଗାରେ...

ସ୍ନାନଯାତ୍ରା ପାଇଁ ମୁତୟନ ହେବେ ୩୮ ପ୍ଲାଟୁନ୍‌ ଫୋର୍ସ

ପୁରୀ ଅଫିସ,୪।୬: ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏଥର ବିନା ଭକ୍ତରେ ସ୍ନାନଯାତ୍ରା ହେବା ନେଇ ଯଦିଓ ନିଷ୍ପତ୍ତି ହୋଇଛି, ତଥାପି ପୋଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା...

ସ୍କୁଲ ପାଇଖାନା ଛାୟାସ୍ଲାବ୍‌ ଭାଙ୍ଗିଲା: ଜଣେ ଛାତ୍ର ମୃତ, ଜଣେ ଗୁରୁତର

ବଲାଙ୍ଗୀର ଅଫିସ,୯।୧୧: ସ୍ଥାନୀୟ ଟିକ୍ରାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ଥିବା ଏକ ପାଇଖାନାର ଛାୟାସ୍ଲାବ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ...

ଆରମ୍ଭ ହେଲା ‘ଗାନ୍ଧୀ ଶିଳ୍ପ ବଜାର’

ଭୁବନେଶ୍ୱର, ୧୬।୩ (ବ୍ୟୁରୋ): ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ୍‌ (ଉତ୍କଳିକା) ପକ୍ଷରୁ...

ଶତାଧିକ ଅଦିବାସୀଙ୍କ ନାମରେ ବ୍ୟାଙ୍କରୁ ଋଣ ଠକେଇ

ମାଲକାନଗିରି,୩ା୩ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍‌ କରୁଛନ୍ତି। ନିରୀହ ସରଳ...

୩ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୨୯ା୧୦(ସ୍ବ.ପ୍ର.): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଶନିବାର ସହରର ୩ଟି ବେଆଇନ ଭାବେ ଚାଲିଥିବା କ୍ଲିନିକ୍‌କୁ ଶନିବାର ସିଲ୍‌ କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା...

ଦୀପାବଳୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ଆଜି ପବିତ୍ର ଦୀପାବଳି। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଦୀପାବଳି ଏବଂ...

Advertisement
Archives

Model This Week